Unknown

 

 

 

 

 

 

 

 

 

ଚଉତିଶା ମଧୁଚକ୍ର

(ଚତୁର୍ଥ ଖଣ୍ଡ)

ଶ୍ରୀ ବିଚ୍ଛନ୍ଦ ଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୩୪ଶ କୋଷ

ମନ୍ଦାକିନୀ ଚଉତିଶା

(ବିଷ୍ଣୁଦାସ)

୩୫ଶ କୋଷ

ବର୍ଷାଭାବନା ଚଉତିଶା

(ବିଷ୍ଣୁଦାସ)

୩୬ଶ କୋଷ

କେଳିକଳ୍ପଦ୍ରୁମ ଚଉତିଶା

(ଧନଞ୍ଜୟ ଭଞ୍ଜ)

୩୭ଶ କୋଷ

ପ୍ରେମଚିନ୍ତାମଣି ଚଉତିଶା

(ସାଧୁଚରଣ ଦାସ)

୩୮ଶ କୋଷ

ଦୂତୀ ଚଉତିଶା

(ବଳରାମ ଦାସ)

୩୯ଶ କୋଷ

ଅଭିନ୍ନା ଚଉତିଶା

(ଦାଶରଥି ଦାସ)

୪୦ଶ କୋଷ

ବା ଚଉତିଶା

(ଲୋକନାଥ )

୪୧ଶ କୋଷ

ବା ଚଉତିଶା

(ବିପ୍ର କପିଳ)

୪୨ଶ କୋଷ

କଳସା ଚଉତିଶା

(ବଛା ଦାସ)

୪୩ଶ କୋଷ

ରସକୁଲ୍ୟା ଚଉତିଶା

(ଦାମୋଦର)

୪୪ଶ କୋଷ

ସାନକନଡ଼ା ଚଉତିଶା

(ଦନାଇ ଦାସ)

୪୫ଶ କୋଷ

କଲିଗମନ ଚଉତିଶଶ

(ନୃସିଂହ ରାୟ)

Image

 

ଚଉତିଶା ମଧୁଚକ୍ର

ମନ୍ଦାକିନୀ ଚଉତିଶା

 

ଉତ୍କଳର ‘ଦୂତ’–ଚଉତିଶାମାନଙ୍କ ମଧ୍ୟରେ ମନ୍ଦାକିନୀ ଚଉତିଶା ଗୋଟିଏ ବିଶିଷ୍ଟ ସ୍ଥାନ ଅଧିକାର କରିବ । ଏହା ଏ ପର୍ଯ୍ୟନ୍ତ ଲୋକ ଲୋଚନ ଗୋଚରକୁ ଆସି ନଥିଲା । ବିଷ୍ଣୁ ଦାସଙ୍କ ପ୍ରତିଭାର ବିଶିଷ୍ଟ ମୁଦ୍ରା ଏହା ଉପରେ ସ୍ପଷ୍ଟ ଅଙ୍କିତ ଅଛି । ପୁରାତନ କବିତାର ଚରମୋତ୍‌କର୍ଷ ଆମ୍ଭେମାନେ ବେଗୁଁ ରଞ୍ଜଙ୍କ କୃତିରେ, ବିଷ୍ଣୁ ଦାସଙ୍କ କବିତା ଏହି ଚରମୋତ୍‌କର୍ଷର ଯେ ଅଗ୍ରଦୂତ କହିବା ବାହୁଲ୍ୟ ।

 

କୃପାଲୋଳଲୋଚନା କଳକଣ୍ଠବଚନା

କନକ ପ୍ରତିମ ବରନା

କୁନ୍ଦସୁନ୍ଦରଦନ୍ତୀ କମନୀୟ ମୁରତି

କନକକମଳବଦନା ରେ

ମନ୍ଦାକିନି !

କତିକି ମୋହୋପାଇଁ ଯିବୁ

କୋମଳେ ୟେମନ୍ତ କହିବୁ

କରୀନ୍ତ୍ରୀଡ଼ାଗମନ ! କୃପା କରିବୁ ଯେବେ

ରସିକ ଯୁବା ଜୀଆଇବୁ ରେ

ମନ୍ଦାକିନୀ ! ।୧।

ଖଞ୍ଜନନୟନା ସେ କୋମଳା ସୁଦୟାଳୁ

ଘେନିବି ମୋହୋ ଉପଗତ

ଖଣ୍ଡେନ୍ଦୁଶେଖରହିଁ କରିବେ ସେ ଦୟାରୁ

ମଙ୍ଗଳ ହୋଇବ ଜୀବିତ ରେ

ମନ୍ଦାକିନି !

ଖର ଅପାଙ୍ଗ ଚନ୍ଦ୍ରମୁହୀଁ

ଖେଳନ୍ତା ନେନ୍ତ୍ରାନ୍ତେ ଅନାଇଁ

ଖଣ୍ଡା ମଦନ ହାଥେ ଶାଣ ଧରି ମୁଁ ଦେଲି

ଆପଣା ଶିର ଛେଦ ପାଇଁ ରେ

ମନ୍ଦାକିନି ! ।୨।

ଗାଢ଼ହୃଦୟା ଯେଣୁ ମୋହୋର ଅନୁନୟ

ଶୁଣିଲେ ବଢ଼ିବ ମଦନ

ଗୂଢ଼ ହୃଦୟ ହେଲେ ଭିତରେ ସୁସରସ

କୁମୁଦନାଳିକା ଯେସନ ରେ

ମନ୍ଦାକିନି !

ଗର୍ବ ମନରେ ନ କରିବୁ

ଗୁପତ ସମୟ ଟାକିବୁ

ଗନ୍ଧର୍ବସତ୍ତ୍ୱା ମନ ଯେମନ୍ତେ ମୋହୋଠାରେ

ବଳଇ ତେମନ୍ତ କରିବୁ ରେ

ମନ୍ଦାକିନି ! ।୩।

ଘନଜଘନା ନିଶ୍ଚେ       ଘେନିବ ମୋ ବେଦନା

ଘେନାଇ କହିବୁ ୟେମନ୍ତ

ଘଟଣ ତୋ ବଦନ ଦରଶନ ବିହୀନେ

ମଦନ ହୋଇଲା କୃତାନ୍ତ ରେ

ମନ୍ଦାକିନି !

ଘେନିବ ଜୀବନ ତାହାର

ଘନସ୍ତନ ! ତୁ ପ୍ରତିକାର

ଘେନିବୁ ଯେବେ ୟେ ବି- ନୟ ଶ୍ରବଣେ ପଥେ

ଜୀବନ ହୋଇବ ତୋହୋର ରେ

ମନ୍ଦାକିନି ! ।୪।

ନଳିନ ଇନ୍ଦୀବର ନୀଳକଣ୍ଠ ଚକୋର

ମଦିର ମୀନ କାମଶର

ନୟନ ତୁଳନାକୁ କଉଁ ଗୁଣେ ୟେ ସମ

ଚଞ୍ଚଳାୟତଲୋଚନାର ରେ

ମନ୍ଦାକିନି !

ନାଗରୀତତ୍ନ ମୋତେ ଚାହିଁ

ନେନ୍ତ୍ର ମନ୍ଥରେ ଉଲଟାଇ

ନ ଚାହିଁଲା ପରାୟେ କରି ସେ ଚାହିଁ ଗଲା

ନୟନରୁ ତା ଯାଉନାହିଁ ରେ

ମନ୍ଦାକିନି ! ।୫।

ଚତୁର ପଣ ତର ଲକ୍ଷବାକୁ ଗୋଚର

ନୋହଇ ସମସ୍ତ ପ୍ରକାରେ

ଚଳିବା ବିନା ଯଥା       ମହା ଗୁପତ ହୋଇ

ଅନିଳ ଥାଇ ବଂଜନରେ ରେ

ମନ୍ଦାକିନି !

ଚମତକାର ଏହି ତାର

ଚଞ୍ଚଳାୟତନୟନାର

ଚାହିଁବା ମାନ୍ତ୍ରେ ଅନା- ୟାସରେ କହିଯାଇ

ଅସୀଉକ ର ସୀଉକାର ରେ

ମନ୍ଦାକିନି ! ।୬।

ଛୁଆକାଳୁ ସିହାଁଣୀ ଛଇଳରେ ଚାହାଣୀ

ଶୁଣିଲେ ବିନୟ ମୋହୋର

ଛାଡ଼ି ସମସ୍ତ ଶ୍ଲେଷ ମନୋଗତ ବିଳାସ

ଉତ୍ସାହ ବଢ଼ିବ ତାହାର ରେ

ମନ୍ଦାକିନି !

ଛୀନୋଦରୀ ମନ ନ ପାଇ

ଛାଡ଼ି ପଡ଼ିବ ତୁମ୍ଭେ ନାହିଁ

ଛତିମଣ୍ଡନା ଯେବେ ମନେ ଆନ ଘେନିବ

ଏମନ୍ତ କହିବୁ ବୁଝାଇ ରେ

ମନ୍ଦାକିନି ! ।୭।

ଯଥା ସିନ୍ଦୂର ରଜ ମସ୍ତକରେ ମଣ୍ଡନ

ଚନ୍ଦନ ସର୍ବାଙ୍ଗ ମଣ୍ଡନ

ଜାଣିଲେ ହେଁ ଏମନ୍ତ ସମସ୍ତ ଲୋକଙ୍କର

ଚନ୍ଦନଠାରେ ବହୁ ମାନ ରେ

ମନ୍ଦାକିନି !

ଯେବେ କରିବ ବାଳା କୋପ

ଜାଣି ମୁ ସେ ସ୍ନେହକଳାପ

ଯେମନ୍ତେ ନାନା କାଷ୍ଠ- ଧୂମ ଧୂମରେ ଲେଖା

ଯଥା ଅଗୁରୁ ଧୂମ ଧୂପ ରେ

ମନ୍ଦାକିନି ! ।୮।

ଝଳିଦଶନୀ ପ୍ରିୟା ସହଚରୀମାନଙ୍କୁ

ଚାହିଁ କହିବ ଅନକ୍ଷରେ

ଝଳି କିଞ୍ଚିତ ଭାବ ଗର୍ବ ବିନ୍ତ୍ରମ ଲବ

ଛୁଇଁଥିବ ସେ ବଚନ ରେ

ମନ୍ଦାକିନି !

ଝଗଡ଼େ କରିବୁ ତୁ ଠାବ

ଝଟକହାସୀ ଗୂଢ଼ଭାବ

ଝସନୟନା ନୋହି       ପ୍ରସନ୍ନ ଅପ୍ରସନ୍ନ

ନୟନ ଭାବ ପୂରୋଇବ ରେ

ମନ୍ଦାକିନି ।୯।

ନୃପ ବଲ୍ଲଭା ବୋଲି ଭରସା ହୋଉ ନାହିଁ

ନୃପରକ୍ଷକରେ ମଣ୍ଡନା

ନଳିନ ନାଳୀ କଣ୍ଟ- କରେ ବେଷ୍ଟିତ ହେଲେ

ମଧୁପ ତଦଗତମନା ରେ

ମନ୍ଦାକିନି !

ନିସର୍ଗ-ଚଞ୍ଚଳ-ନେନ୍ତ୍ରାକୁ

ନିର୍ମଳକେତକୀଗାନ୍ତ୍ରାକୁ

ନ କରିବୁ ଆଶଙ୍କା ଏହି କଥା ବିଚାରି

ସୁରତପ୍ରଚାରପାନ୍ତ୍ରାକୁ ରେ

ମନ୍ଦାକିନି ! ।୧୦।

ଟିକାଏ ଯେବେ ତାର ନୋହିବ ସୀଉକାର

ଏ କଥା କରି ତ ପାଚିବୁ

ଟଙ୍କଧରବଇରି- ଅଗ୍ନି ମଧ୍ୟରେ ଅଛି

କେମନ୍ତ ପ୍ରକାରେ ତାରିବୁ ରେ

ମନ୍ଦାକିନି ।

ଟେକି ଅଛି ନୟନ ମନ

ଟାକି ରହିଅଛି ଜୀବନ

ଟଳିବ ଟାଣ ହୋଇ ରହିବ ପାଇଲେ ତ

ସରସ ନୀରସ ବଚନ ରେ

ମନ୍ଦାକିନି ! ।୧୧।

ଠିଆ ଯେ ହୋଇ ଥାଇ ସଖୀ ଆବୃତ ହୋଇ

ଅଜିର ଗଗନେ ସୁକେଶୀ

ଠିକ ନକ୍ଷନ୍ତ୍ର ଗଣ ବେଷ୍ଟିତ ହୋଇ କରି

ଯଥା ଶରଦ ପୂର୍ଣ୍ଣ ଶଶୀ ରେ

ମନ୍ଦାକିନି !

ଠିକ ଚାମର କାହା କରେ

ଠଣ ଆଲଟ କାହା ଠାରେ

ଠାଠିକ କରି ଅବ- ଧାନ ଅବକାଶକୁ

ପାନ କେ ଖଟୁଥାଇ ଧୀରେ ରେ

ମନ୍ଦାକିନି ! ।୧୨।

ଡ଼ମ୍ବରୁମଧ୍ୟମାର ନିରାଶ କରିବାର

ଲେଶେହେଁ ହଉ ନାହିଁ ମନେ

ଡ଼ୋଳା ପ୍ରତିମାର ମୁଁ ୟେମନ୍ତ କଥା ଗୁଣି

ଆଶ୍ୱାସି ରଖିଛି ଜୀବନେ ରେ

ମନ୍ଦାକିନି !

ଡରି ଜୀବନକୁ ନ ଯାଇ

ଡେରି ମନ ଚାତକ ଥାଇ

ଡାଳିମ୍ବବୀଜଦନ୍ତୀ ଅବଶ୍ୟ ବରଷଇ

ବୋଲି ମେଘକୁ ଚାହୁଁ ଥାଇ ରେ

ମନ୍ଦାକିନି ! ।୧୩।

ଢାଳିବ ନାହିଁ ମନ ମୋହୋର ବିଷୟରୁ

ମନକୁ ଏମନ୍ତ ଆସୁଛି

ଢାଳେହେଁ ସେ ସୁଶୀଳା ସୁଠାମା ପ୍ରେମକଳା

ପ୍ରଣୟଆରଦ୍ରା ମୃଗାକ୍ଷୀ ରେ

ମନ୍ଦାକିନି !

ଢାଳିବ ଯାହାରେ ନୟନ

ଢଳିବ ସକଳ ଭିଆନ

ତମ ମୁ କହୁ ନାହିଁ ସେହି ପାଦ ସେବାକୁ

ରକ୍ଷା କରିଛି ମୁଁ ଜୀବନ ରେ

ମନ୍ଦାକିନି ! ।୧୪।

ଅଣୁମଧ୍ୟମା ଆଣି      ଆଣି ପାରିବାକୁ ତ

ଅବନୀମଣ୍ଡଳରେ ନାହିଁ

ଅନାୟାସ ଲୋଚନେ ଅନଙ୍ଗ ଅକୁପାର

ପାରଇ ତୁଟାଇ ବଢ଼ାଇ ରେ

ମନ୍ଦାକିନି !

ଅସାବଧାନ ନ କରିବୁ

ଅବଶ୍ୟ ୟେଥୁ ଉଦ୍ଧରିବୁ

ଅନୟାସ ନୋହଇ ଅମ୍ବୁଜନୟନାର

ତୁହି ସେ ୟେଥକୁ ପାରିବୁ ରେ

ମନ୍ଦାକିନି ! ।୧୫।

ତନୁ ଦାନ ଦେବାକୁ ତରଳାୟତନେନ୍ତ୍ରା

ମନରେ ମଜ୍ଜନ କରିବ

ତନୁଦାନେ ଜୀବନ       ରକ୍ଷା କରିବା ଫଳ

ହେମଗିରିଦାନେ ନୋହିବ ରେ

ମନ୍ଦାକିନି !

ତୁଙ୍ଗସ୍ତନ କନକଗିରି

ତାହି ତ ଘେନିଛୁ ସୁନ୍ଦରି

ତନୁଦାନ ଦେବାର       ପ୍ରତିଦାନ ଦେବାର

କେ ଅବା ପାରିବ ନିବାରି ରେ

ମନ୍ଦାକିନି ! ।୧୬।

ଥୋଇତ ଅଛି ଯତ୍ନ କରି ଅନେକ ରତ୍ନ

ଶୃଙ୍ଗାରଶାଣରେ ସଜାଡ଼ି

ଥୋକାୟେ ଆଲିଙ୍ଗନ ଥୋକାୟେକ ଚୁମ୍ବନ

ଅଧର ପାନାଦି ନିବାଡ଼ି ରେ

ମନ୍ଦାକିନି !

ସ୍ଥାନେ ନଖ ଦଶନ ପଦ

ସ୍ଥବିର ନାନା ବନ୍ଧ ବାଦ

ସ୍ଥୂଳ ଦାନକୁ ଯେବେ ମନରେ ବିଚାରିବ

ଦେବ ତା ସକଳ ସମ୍ପଦ ରେ

ମନ୍ଦାକିନି ! ।୧୭।

ଦମ୍ଭହାରୀ କଟାକ୍ଷ କର୍ଣ୍ଣରେ ଅଧିକ୍ଷେପ

ଅନବରତେ କରୁଅଛି

ଦରିଦ୍ର ପରାର୍ଥନା କରି ନ ପାଇଁ ଗଲେ

କି ଯଶ ପାଇବ ମୃଗାକ୍ଷୀ ରେ

ମନ୍ଦାକିନି !

ଦୁଖଃନାଶିନୀ ୟେ ପ୍ରକାର

ଦଣ୍ଡେ ମାନ୍ତ୍ର କର ବିଚାର

ଦୟାରେ ପୂର୍ଣ୍ଣମନା ଦୁସହ ଦୁଖ ଶୁଣି

କରିବୁ ଏଥ ଉପଚାର ରେ

ମନ୍ଦାକିନି ! ।୧୮।

ଧୀର ଗମନା ରମ୍ୟ ସର୍ବାଙ୍ଗ ସୁଲକ୍ଷଣୀ

ସୁରଙ୍ଗ ସାରଙ୍ଗ ପତକା

ଧାତା ଅଛି ସଜାତି       ବଡ଼ ଝଗଡ଼ି ପଡ଼ି

ଲୋକରେ ମୋହନଇତିକା ରେ

ମନ୍ଦାକିନି !

ଧରଣୀମଣ୍ଡଳମଣ୍ଡନା

ଧନ୍ୟ ତା ଗୂଢ଼ ବରଚନା

ଧୀରା ବିହୀନେ ମୋତେ ରକ୍ଷା କରତା ନାହିଁ

ୟେକା ଶ୍ରୀ ଜଗନ୍ନାଥ ବିନା ରେ

ମନ୍ଦାକିନି ! ।୧୯।

ନ ଦେଖି ଥାଇଁ ଯେବେ ସୁନ୍ଦରୀ ଗୁଣବତୀ-

ମାନଙ୍କ ରୀତିମାନ ଶୁଣି

ନୁହଇ ଉତ୍କଣ୍ଠତା ଆରତ ଅନ୍ନକ୍ଷଣେ

ଶରୀର ହେଉଥାଇ ହାଣି ରେ

ମନ୍ଦାକିନି !

ନୟନେ ନ ଦେଖିଲି ପୁଣି

ନୂତନ ପ୍ରେୟସୀ ସିହାଁଣୀ

ନେନ୍ତ୍ର ପ୍ରଚାର ତାର ଆସି ମୋ ନୟନର

ନିବାସ କଲା ରୂପ ଜାଣି ରେ

ମନ୍ଦାକିନି ! ।୨୦।

ପ୍ରଣୟିନୀ ପ୍ରଣୟ ପ୍ରଣତ ଭାବ ବଶେ

ପାଶେ କି ହୋଇବି ପ୍ରବେଶ

ପଲଙ୍କ ତଳେ ଥାଇ ପାଣି ବେନି ଯୋଡ଼ିବି

ହୋଇ ମୁଁ ହରଷ ବିରସ ରେ

ମନ୍ଦାକିନି !

ପଦ୍ମ ନୟନା ମୁଖ ଦେଖି

ପଲକ ନ ପଡ଼ିବ ଆଖି

ପବନେ ପନ୍ତ୍ର ପ୍ରାୟେ ତନୁ କମ୍ପ ହୋଇବ

ଧଇର୍ଯ୍ୟ ନ ପାରିବି ରଖି ରେ

ମନ୍ଦାକିନୀ ।୨୧।

ଫାଟିଲାର କୋରକ ପ୍ରାଏ ଅଧର ଦନ୍ତ

ହରଷ ପ୍ରାଦୁର୍ଭାବ ହୋଇ

ଫିଟିଲା ଲଜ୍ଜାନେନ୍ତ୍ରେ ପକ୍ଷତ ଆଚ୍ଛାଦିବ

ପ୍ରିୟା ମୋ ମୁଖକୁ ଅନାଇଁ ରେ

ମନ୍ଦାକିନି !

ସ୍ଫୁଟ ହୋଇ ତପ ଦିଶିବ

ଫୁରୁଣା ମୋର ନ ସରିବ

ପାଇ ବେଳକୁ ମୋର ଆନନକୁ ନ ଚାହିଁ

ବଦନ ତଳକୁ କରିବ ରେ

ମନ୍ଦାକିନି ! ।୨୨।

ବିଶେଷ କହୁଅଛି ସେକାଳେ ମୋତେ ନେଇ

ଚରଣ ତଳେ ପକାଇବୁ

ବରବନିତା ବାମ ଚରଣ ବନରୁହ

ମୋହ ବରାରଙ୍ଗେ ଆଣିଦେବୁ ରେ

ମନ୍ଦାକିନି !

ବିଚାରି ପାଉଛି ବିଷାଦ

ବଲ୍ଲଭୀ ଦେବଟି କି ପଦ

ବଳୀନ ଶ୍ରୀଚରଣ ଛୁଇଁଲା ମାନ୍ତ୍ରେ ମୋର

ପ୍ରାପତ ସକଳ ସମ୍ପଦ ରେ

ମନ୍ଦାକିନି ! ।୨୩।

ଭାବିନୀ ସେ କାଳରେ ପାଟୀର ଦ୍ରବ ପୀନ-

ସ୍ତନୁ ବସନାଞ୍ଚଳ ହରି

ଭାବେ ଆଶ୍ଳେଷ କରି ପାଶରେ ବସାଇବ

ବହୁତ ଅନୁଗ୍ରହ କରି ରେ

ମନ୍ଦାକିନି !

ଭୟେ ନ ବଢ଼ାଇବି କର

ଭୂରିତର କୁଚକୁ ତାର

ଭରସା ନୋହିବାର ଜାଣି ରମଣୀମଣି

କନ୍ଧରେ ଭୁଜ ଦେବ ମୋର ରେ

ମନ୍ଦାକିନି ! ।୨୪।

ମଧୁର ହସି ପୁଣ ମୁଖକୁ ଅନାଇବ

କାତର ହୋଇବାର ଜାଣି

ମୋହର ଏ ଉତ୍ସବ କଉଁଦିନ ହୋଇବ

ହୋଇବ ପ୍ରସନ୍ନ ଦିହାଁଣୀ ରେ

ମନ୍ଦାକିନି !

ମନେ ତୁ ସଂଶୟ ନ କର

ମୋତେ ସୁଦୟା ଅଛି ତାର

ମନାଇ କହିବୁ ରେ କନ୍ଦର୍ପ ଶରେକ୍ଷଣା

ସମୁଦ୍ର ନ ଛାଡ଼ଇ ନୀର ରେ

ମନ୍ଦାକିନି ! ।୨୫।

ଯେତେ ମୁଁ କହୁଅଛି ଯୁବାବୟସୀକି ଏ

ନୋହେ ନୂତନ ପରଂପରା

ଯୋଗାଉ ନ ଯୋଗାଉ ଏହିରୂପରେ ଅଛି

କହିବ ପରିପାଟୀ ଧାରା ରେ

ମନ୍ଦାକିନି !

ଯୋଡ଼ିବା ଯେବେ ତାକୁ କର

ଯେବେ ଚରଣେ ଦେବା ଶିର

ଜାଣିବା ବେଳକୁ ଏ ଅଧିକ ତ ନୁହଇ

କୁସୁମ ମଣ୍ଡନ ଶିରର ରେ

ମନ୍ଦାକିନି ! ।୨୬।

ରତିରେ ଅତି ମତି ରସବତୀ ଯୁବତି !

ତୁ ରସବୃଷ୍ଟି ଜଳଧର

ରହିଛି ଆଶ କରି ମୋର ପ୍ରାଣଚାତକ

ଦେହକୁ କରି ହତାଦର ରେ

ମନ୍ଦାକିନି !

ରମଣୀରତ୍ନ ମନ୍ଦହାସୀ

ରହୁ ତୋହୋର ଯଶରାଶି

ରସବତୀର ସ୍ନେହେ ରହିଲା ପୁଂସ ପ୍ରାଣ

ଯମପୁରୁଁ ଲେଉଟି ଆସି ରେ

ମନ୍ଦାକିନି ! ।୨୭।

ଲାବଣ୍ୟ ଉଚ୍ଚ କୁଚ       ଶ୍ରୋଣି ପୃଥୁଳ ସଞ୍ଚି

ଜଘନ ବିପୁଳ ବିଶାଳ

ଲାଗିଥିବା ନ ଥିବା ସଂଶୟ କଟିତଟ

ବସନ ଭଡ଼ାରେ ଉଜଳ ରେ

ମନ୍ଦାକିନି !

ଲାଗିଛି ଲୋଭ ଦେଖିବାକୁ

ଲଳନା ନିତମ୍ବ ବେଶକୁ

ଲବଣୀ ପ୍ରତିମାକୁ ପାଇବା ବିଚାରିଛି

କର ବଢ଼ାଇଛି ଚନ୍ଦ୍ରକୁ ରେ

ମନ୍ଦାକିନି ! ।୨୮।

ବିଚାର ଏତେ ଚନ୍ଦ୍ର ଦେବପଥସଂଚାର

କରଇ କୁମୁଦ ପ୍ରକାଶ

ବଳୁଛି ବେଳୁଁ ବେଳୁଁ ଏହି ଘେନି ଉତ୍ସାହା

ବାଳା ବୁଝଇ ସିନା ଶ୍ଲେଷ ରେ

ମନ୍ଦାକିନି !

ବୋଲିବ ନିନ୍ଦା ଅଛି ସିନା

ବିଚାରିଲେ ଗୁଣୀ କଳ୍ପନା

ବିଷବଳିତ ବାତ ମଳୟାଚଳୁ ଆସି

କୋକିଳ ବାଣୀ ବିରଚନା ରେ

ମନ୍ଦାକିନି ! ।୨୯।

ସୁଧା ଗରଳ ପୂର୍ବେ ସମ୍ଭବ ହୋଇଥିଲା

ସୁଷମା ନୟନାନ୍ତ ପାଇଁ

ସମ ଲୋଡ଼ିବା କାଳେ କେ କାହାକୁ ଅଧିକ

ଧାତା କି ବଣା ନେନ୍ତ୍ରେ ଥାଇ ରେ

ମନ୍ଦାକିନି !

ସତେ ହେ ହୋଇବ ଏମନ୍ତ

ସ୍ନେହ କରିବ ସେ ନେନ୍ତ୍ରାନ୍ତ

ସାଗରତୀରେ ଶିବ ସେବା କରିବ ଫଳ

ସେ କାଳେ ହେବ ପରିଣତ ରେ

ମନ୍ଦାକିନି ! ।୩୦।

ସନ୍ନିଧେ ବସିଥିଲେ ଚୁମ୍ବନ ଆଲିଙ୍ଗନ

ଅଧରପାନ ଦନ୍ତପଦ

ସରୁ ନଖର କ୍ଷତ ଏମାନ ଲଗାଇଲେ

କିଛିହିଁ ନୋହଇ ବିଷାଦ ରେ

ମନ୍ଦାକିନି !

ସ୍ନେହ ପାଖରେ ଥିବା ଯେତେ

ସବୁ କଥା ନୁହଇ ତେତେ

ଶ୍ୟାମା ପାଶେ ନ ଥିବ ସ୍ୱପ୍ନେ ସବୁ ପାଇବ

ସେ ଅବା ସୁଖ ଦେବ କେତେ ରେ

ମନ୍ଦାକିନି ! ।୩୧।

ସେ ସୁଖମାନ ସବୁ ଦୁଖକୁ ହେତୁ ସିନା

ସେନେହ ଥାଇ ପାଶେ ଥିବ

ସୁଜାଣଶିରୋମଣି ସମସ୍ତ ବିଚାର ତ

କେ ଏଥି ସଙ୍ଗତେ ହୋଇବ ରେ

ମନ୍ଦାକିନି !

ସୁନ୍ଦରୀ ସରସିଜମୁହୀଁ

ଶୁଣିମ ସରସିଜ ହୋଇ

ସମ୍ପୂର୍ଣ୍ଣ ଦୟା କରି-       ସରସ ବାଣୀ କହି

ତୋତେହିଁ ଦେବ ପଠିଆଇ

ମନ୍ଦାକିନି ! ।୩୨।

ହରଷେ କର୍ଣ୍ଣ ଦେଇ ବଇରାଗ ନ ପାଇ

ହରିଣନୟନୀ ଶୁଣିଲା

ହରଷେ ତାକୁ ଚାହିଁ ସମ୍ଭାଳୁ ସମ୍ଭାଳୁହିଁ

ଗଣ୍ଡ ଉରଜ ପୁଲକିଲା ରେ

ମନ୍ଦାକିନି !

ହିଣ୍ଡିରହାସୀକି ଅନାଇଁ

ହାହାହା ମନରେ କରଇ

ହରଷ ମହାକମ୍ପ ଛାଡ଼ି ସମସ୍ତ ଅଙ୍ଗ

ପୁଲକାବଳୀ ବଳିଥାଇ ରେ

ମନ୍ଦାକିନି ! ।୩୩।

କ୍ଷଣେ ପର୍ଯନ୍ତେ ବାଳା ମହା ତବଦ ହୋଇ

ରାଗଜଳଧିରେ ମଜ୍ଜିଲା

କ୍ଷପାକର କି ଘନ ଉଦରେ ଲୁଚିଥିଲା

ଧଇର୍ଯ୍ୟ ତେମନ୍ତ ହୋଇଲା ରେ

ମନ୍ଦାକିନି !

କ୍ଷୀଣୋଦରୀର ଏ ସନ୍ମତ

କ୍ଷଣେ ହରିବ ସର୍ବଚିତ୍ତ

କ୍ଷୀର-ସିନ୍ଧୁଜା-ପତି ପଦ୍ମଚରଣ ଚିନ୍ତି

ବିଷ୍ଣୁଦାସ ରଚିତ ଗୀତ ରେ

ମନ୍ଦାକିନି ! ।୩୪।

Image

 

ବର୍ଷାଭାବନା ଚଉତିଷା

 

ରସିକ କବିବର ଲୀଳାବତୀରଚୟିତା ବାଣପୁରରାଜା ରଘୁନାଥ ହରିଚନ୍ଦନ ବିଷ୍ଣୁ ଦାସଙ୍କୁ ନିଜର ଗୁରୁ କରି ପ୍ରତିଭାର ଉପଯୁକ୍ତ ପୁଜା କରିଥିଲେ । ବର୍ଷାଭାବନା ଚଉତିଶା ରସପୁରହୃଦ ସିଦ୍ଧହସ୍ତ ବିନ୍ଧାଣୀର କାମ । ବସ୍ତୁତଃ ଏପରି ଗୁରୁବିନା କଳାବତୀ କାବ୍ୟର ଉତ୍କର୍ଷ ସେ ସମ୍ଭବନ୍ତା ନାହିଁ କହିବା ନିଷ୍ପ୍ରୟୋଜନ ।

 

(ରାଗ-ବଙ୍ଗଳାଶ୍ରୀ)

 

କଉଁ ପୁରୁଷ କାର୍ଯ୍ୟ ଗଉରବବରେ

କରି ବିଦେଶେ ନିବାସ

ନ୍ତ୍ରମେ କିଛୁଦିନ ଅବଶେଷ ଅନ୍ତେ

ପ୍ରବେଶ ଆଷାଢ଼ ମାସ ।

କାଳିକା କୁଶଳ- କଳା ହୋଇ ଆସି

ଆକାଶେ ଉଦେ ହୋଇଲା

କୋମଳ ଭାବେ ଗୁରୁ ଗଭୀର ହୋଇ

ଘନଘୋଷହିଁ ଶୁଭିଲା ।୧।

 

ଖଣକେ ଖମଣ୍ଡଳ ଯାକ ପୂରିଲା

ଅନ୍ଧାର ଦିଶିଲା ଦିଶ

ଖମଣ୍ଡଳ୍ପେ ଅତି ନିବିଡ଼ ହୋଇ ସେ

ଗିଳିଲେ ଗିରି ଶିରୀଷ ।

କ୍ଷଣକ୍ଷଣକେ ମହା ଘୋର ଗର୍ଜନ

ନ୍ତ୍ରମେ ନ୍ତ୍ରମେ ବଢ଼ାଇଲେ

କ୍ଷଣକାନ୍ତିମାନେ ମେଘ ଆଲିଙ୍ଗନେ

ଆକାଶଯାଗ ପୂରିଲେ ।୨।

 

ଗଭୀର ଗୁରୁ ଗରଜନ ଶୁଣି ସେ

ଆକାଶ ଚାହିଁ ପୁରୁଷ

ଗନ୍ଧର୍ବସତ୍ତ୍ୱା ରାଇରିକ ପୋରୀକି

ଗୁଣି ତେଜଇ ନିଶ୍ୱାସ ।

ଗଜ ଗମନା ! ଆରେ ପୃଥିଜଘନା !

ଏତେ ବୋଲି ମୋହ ଗଲା

ଗଙ୍ଗାଧର ରିପୁ ଏହି ସମୟରେ

ପୁଣି ସଜାଡ଼ି ବିନ୍ଧିଲା ।୩।

 

ଘଡ଼ି ଦୁଇ ଅନ୍ତେ ବିଧାତାବଶରେ

ଜ୍ଞାନ ହୋଇଲା ପ୍ରବେଶ

ଘନଘଟା ଚାହିଁ ଘନସ୍ତନି ! ବୋଳି

ପୁଣି ତେଜିଲା ନିଶ୍ୱାସ ।

ଘେନିମି ଯେବେ ସୁଧାଂ ଶୁମୁଖୀ ଗୁଣ

ପ୍ରାଣ ଏହିକ୍ଷଣି ଯିବ

ଘନଜଘନୀକି ଏ ମୋର ବିନୟ

ବଚନ କେହୁ କହିବ ।୪।

 

ନୀଳକଣ୍ଠ ଚିନ୍ତା କରି ନାଗରୀକି

ଲେଖଇ ପ୍ରେମ ପନ୍ତ୍ରିକା

ନୀଳେନ୍ଦିବର ମୀନ ମୃଗଲୋଚନା

ମୋ ମନକୁଳପାଳିକା ।

ନାହିଁ ମୁଁ ତୋ ପାଶେ କେମନ୍ତ କରି ରେ

ନେଉଥିବୁ ଦିନମାନ

ନିଶ୍ୱାସେ ତୋ ବିନୁ ଏ ପ୍ରାଣ ରହିଛି

ଏହି ମୋର ହୀନମାନ ।୫।

 

ଚନ୍ଦ୍ରବଦନି ! ଆରେ ଚାମରକେଶି

ଚଞ୍ଚଳାୟତଲୋଚନା

ଚରଣ ପରିଚାର ପାଇଁ ଚତୁରି

ସହିବୁ କାମ ବେଦନା ।

ଚାଟୁ ବଚନେ ଏମନ୍ତ କରିଥାଉ

କାହୁଁ ଆଣିମି ଭିଆଇ

ଚତୁରାମଣି ଚାଟୁ କରି କହଇ

ତେମନ୍ତ ବଚନ ନାହିଁ ।୬।

 

କ୍ଷୀଣୋଦରୀ ପ୍ରିୟା ଚଞ୍ଚଳ-ନୟନ-

କୋଣେ ଯେ ମୋତେ ଅନାଉ

କ୍ଷଣକ ଭିତରେ ପ୍ରାଣକୁ ଅନେକ

ଅମୃତ ସ୍ନାନ କରାଉ ।

ଛାଡ଼ି ସେ କୁଞ୍ଚିତ ମଧୁର ଅପାଙ୍ଗ

ପ୍ରାଣ କେମନ୍ତ ଧରିବା

ଛାର ଜୀବନକୁ ମୋହୋ ଦେହେ ଧାତା

କିଁ ପାଁ ରଖିଅଛୁ ଅବା ।୭।

 

ଜାଣିଟିକି ଜାଣୁ- ମଣି ଜଳଜାକ୍ଷି

ଯାମିନୀଶେଷରେ ଦିନେ

ଯତନେ ଆଣି ଯେ ଚିତୁଅଣ ଦନ୍ତ

ଦେଲୁ ଯେ ମୋର ବଦନେ ।

ଜାଣି ନ ପାରି ଯେ ଆଲିଙ୍ଗନ କରି

ପଚାରିଲୁ ଚାନ୍ଦମୁହିଁ !

ଯାହା କହିଅଛୁ ମନରୁ ମୋହୋର

କ୍ଷଣେ ଛାଡ଼ ଯାଉ ନାହିଁ ।୮।

 

ଝୀନ ବସନେ ଯେ ଫୁଟି କରି ଦିଶେ

ମହାଘନ ଉଚ୍ଚ ସ୍ତନ

ଝରୁ ଯେ ଥାଇ ମଧୁର ହାସ ସୁଧା

ଦେଖିବ ପୁଣି ନୟନ ।

ଝସକହାସୀ ଶ୍ରୀ ମୁଖକୁ ଚାହିଁବା

ଯାଏ ଥାଉ ପ୍ରାଣ ରହି

ଝସକେତନ ବିଧାତାକୁ ସୁଶ୍ରୋଣି

ଏହି ବର ମୁଁ ମାଗଇ ।୯।

 

ନାହିଁ ମୋହୋର ମନେ ଆନ ବିଚାର

ଉଇଁମ ଯେ ନବଘନ

ନୀରଜନୟନୀ ଯୋଗେ ଅନାଇଲେ

କଷ୍ଟେ ଧରିବୁ ଜୀବନ ।

ନୟନେ ନୀର- ଧାର ଚାହିଁ ଚତୁରୀ

ଆଲିଙ୍ଗନ ଚାଣ୍ଡେ କରି

ନୀପ ପୁଷ୍ପ ପ୍ରାୟେ ଶରୀର କରୁ ରେ

ମୋ ନୟନ ମନୋହାରି ! ।୧୦।

 

ଟଳିଲା ଏବେ ସେ       କଥା କେଉଁଆଡ଼େ

ଟଳିବାକୁ ଅଛି ପ୍ରାଣ

ଟାଣ କଟାକ୍ଷରେ ସେ ସେନେହ ମାନ

ହୋଇଲା ଏହି କାରଣ ।

ଟିକା ଏ ଯେ ମୋର ଅନ୍ତର ନ ସହୁ

କି କରୁଥିବୁ ସୁକେଶି !

ଟେକ ପୁଣ୍ୟ ଥିଲେ ତୋର ପାଦତଳେ

ବସି ପୁହାଇବି ନିଶି ।୧୧।

 

ଠଠଣା କରି ମୋହୋ ମନ ଚରିତ

କେବା କହୁଛି ଏ କଥା

ଠାକୁରାଣୀ ହୋଇ ଚିବୁକ ଧରି ଯେ

ଛଡ଼ାଉ ମନର ବ୍ୟଥା ।

ଠିକେ କହୁଛି ମୋହୋ ମନ ବ୍ୟଥାକୁ

ତୋହ ବିମନ କାରଣ

ଠଣଜଘନୀ ସ୍ଥିର ଚୁମ୍ବନ ଦାନେ

କିଣିଛୁ ମୋର ଜୀବନ ।୧୨।

 

ଡାଳିମ୍ବବୀଜଦଶନୀ ବରାରୋହା

ବିମ୍ବାଧରୀ ସୁକୁନ୍ତଳା

ଡାକି ଏମନ୍ତ କହୁଅଛି ତୁ ମୋର

କଣ୍ଠର ମୁକୁତାମାଳା ।

ଡମ୍ବରୁ କର କରିବେ କଉଁ ଦିନ

ଦେଖିବି ଯାଇ ବଦନ

ଡର ଛାଡ଼ିବ ମନସିଜ-ତାପକୁ

ପବିନ୍ତ୍ର ହେବ ନୟନ ।୧୩।

 

ଢୋକିବି ପୁଣି ସେ ଅଧରୁ ଅନଙ୍ଗ-

ଅହି-ବିଷହର ସୁଧା

ତାଳେହେଁ ଏତେ ବେଦନା ନାଶଯିବ

ପାଇବୁ ମୋତେ ଶରଧା ।

ତାଳ ଚାହାଣି ପୁଣି ପୁଣି ଚାହିଁବି

ଆନନ୍ଦ ସାଗରେ ବୁଡ଼ି

ଢଳିଲା ପ୍ରାଣକୁ ପୁଣି ରୁହାଇବି

ସମସ୍ତ ସଂଶୟ ଛାଡ଼ି ।୧୪।

 

ଆଣି କରି ଯେ ଦିନେହେଁ ନ ଶୁଆଇ

ହୃଦର ଉପର ଚିନା

ଏଣୀ ନୟନୀ ଦଣ୍ଡକ କ୍ଷଣ ଅନ୍ତେ

ଘେନୁ ଯେ ମୋହୋ ବେଦନା ।

ଏଣେ ଏତେ ଏତେ ବେଦନା ମୋହୋର

କେ ଦେଖୁଅଛି ଶୁଣୁଛି

ଅଣୁମଧ୍ୟା ଏହା ଲେଖିଦେଇ କରି

ପ୍ରାଣ ରୁହାଅ ମୃଗାଛି ।୧୫।

 

ତୋର ସେ ବିପୁଳ       ସ୍ତନଗିରି ଶିରେ

ପୁଣି ମୋ କର ଲାଗିଚ

ତରଳନୟନୀ ଏମନ୍ତ ଉତ୍ସବ

ବିଧାତା କେବେ କରିବ ।

ତୁ ପୁଣି ମୋତେ ପୂରୁପ ପରା କରି

ଦେଖି ଆସନୁ ଉଠିବୁ

ତାରତର ରଙ୍ଗ ତୋୟଜ ଚରଣେ

ମନ୍ଦ ପାଛୋଟି ଆସିବୁ ।୧୬।

 

ଥାଅ ଥାଅ ବୋଲି ତର ତର ହୋଇ

ଆଲିଙ୍ଗନ ମୁଁ କରିବି

ଥିର କରି ନେଇ ପୃଥୁ ବେନି ଶ୍ରୋଣି

ଏ ଜାନୁରେ ବସାଇବି ।

ଥୁଳ ବିପୁଳ- ପୟୋଧରି ମୋ ଓଷ୍ଠ

ଅଙ୍ଗୁଳି ଘେନି ଧରିବୁ

ସ୍ଥବିର ଭାବେ ସ୍ଥିର କରି ଚୁମ୍ବନ

ମଧୁର ହସି କି ଦେବୁ ।୧୭।

 

ଦମ୍ଭନାଶିନି ମୋ ନୟନେ ନୟନ

ଦେଇ ସ୍ନେହେ ଚାହୁଥିବୁ

ଦୁଖ ନାଶିନୀ କାମେ ହୋଇ ଅଗ୍ୟାନ

ତନୁ କି ଚମକାଇବୁ ।

ଦୁସହ ଏ ମୋର ବିଚ୍ଛେଦ ବେଦନା

ସାଗରୁ କି ଉଦ୍ଧରିବୁ

ଦରହାସିନୀ ସେ ଜାତି-କଳି-ନଖେ

ହୃଦୟରେ ଗାର ଦେବୁ ।୧୮।

 

ଧରି ମୁଁ ଅଛି ସେହି ଆଶେ ଜୀବନ

ପାଇବି ସେ ସୁଖମାନ

ଧୀର ଗମନୀ ମୁଁ ଧଇଲେ କି ହେବ

ଯେବେ ରଖିବ ମଦନ ।

ଧରଣୀମଣ୍ଡନୀ ଧବଳ-କିରଣ

ବଦନେ ହସି ଚାହିଁବୁ

ଧାତା ଏମନ୍ତ କରିବ, ସ୍ନେହଗର୍ଭ

ବଚନ ହସି କହିବୁ ।୧୯।

 

ନବୀନା ମୋହ ଛାର ପାଇଁ ବେଦନା

ମାନ କେତେ ସହୁଥିବୁ

ନ ସହି କେତେ ବେଳେ ମୋହ ହୋଇବୁ

ଅବନୀ ତଳେ ଶୋଇବୁ

ନବ ଚନ୍ଦ୍ରମା ପ୍ରାୟେକ କ୍ଷୀଣ ହୋଇ

ଥିବୁ ରେ ହେମଗଉରି !

ନିଶ୍ୱାସ ତେଜି ବୋଲିବୁ ଶିବ ତନୁ

ଜଳିବା ସହି ନ ପାରି ।୨୦।

 

ପ୍ରାଣପ୍ରିୟାର ଏ ଦୁଖ ସୁମରିବ

ଠାରୁ ଭଲ ପ୍ରାଣ ଯିବା

ପାପୀ ଲୋକର କାମନା ସିଦ୍ଧ ନୋହେ

ଏହାହିଁ କିପାଁ ପାଇବା

ପୁଣ୍ଡରିକ ପତ୍ରାୟତ ଲୋଚନା !ରେ

ପୋଡ଼ୁ ଯେ ଅଛି ଏ ଦେହ

ପ୍ରତିକାର ଏହି କଥା ହୋଇଅଛି

କ୍ଷଣେ କ୍ଷଣେ ହୋଏ ମୋହ ।୨୧।

 

ଫୁଲ୍ଲରବିନ୍ଦ୍ର- ବଦନୀ ଚାରୁ ନୀବି

ଫେଡ଼ୁଥିଲା ଏହି କର

ଫାଟି ଯା ବୋଲି ହୃଦରେ ମାରିବାର

ଫଳ ହୋଇଲା ଏହାର

ପିଟିବ ନୀବି ପ୍ରାଣ ଥାଉ ଏ ଦୁଖ

ମନେ ତ ଏ ଦୁଖ ନାହିଁ

ଫେଡ଼ି କହୁଛି ଏ ପ୍ରାଣ ପିଣ୍ଡୁ ଯିବ

ତୋ ଚନ୍ଦ୍ରମୁଖ ଚାହିଁ ।୨୨।

 

ବିଧବଦନୀକି ବସାଇ କୋଳରେ

ପାନ ଭାଙ୍ଗି ଦେବା କଥା ।

ବେଳେ ବେଳେ ଆସି ମନରେ ପଡ଼ଇ

ଛାଡ଼ଇ ମନର ବ୍ୟଥା ।

ବ୍ୟର୍ଥହିଁ ଗୁଣି କେତେବେଳେ କରଇ

ଏଣୁ ଏ ବଡ଼ ପ୍ରମାଦ

ବସନ୍ତ କୋକିଳ- ବଚନୀ ସତେହେ

ଛଡ଼ାଇବୁ ଏ ବିଷାଦ ।୨୩।

 

ଭାବବତୀର ଭୁରି କାମ ମନ୍ଦିରେ

ଯେ କର ଲାଗିବା ମାତ୍ରେ

ଭାଜଇ ମନରୁ ସକଳ ବେଦନା

ଚେତନା ନ ଥାଇ ଗାନ୍ତ୍ରେ ।

ଭାବିନୀ ତାହା ଜାଣି କରଜ ମୁନ

ଦେହେ ଦେଇ ଗ୍ୟାନ ଦେଉ

ଭାଜିଲା ପୁଣି ତେଡ଼େ ନ୍ତ୍ରୀଡ଼ା ଆଉ ତା

ପାଇବି ଜୀବନ ଥାଉ ।୨୪।

 

ମଦିରନେନ୍ତ୍ରୀକ ଆଗେ ଉଭା କରି

ଚାହିଁବାକୁ ବଡ଼ ମନ

ମନ୍ଦକଟାକ୍ଷୀ ତାହା ସହି ନ ପାରି

ମିଶି କରୁ ଆଲିଙ୍ଗନ ।

ମହାଦୁଖ ନାଶ ହୋଏ ଲୋଚନର

ଶୀତଳ ହୋଅଇ ତନୁ

ମନେ ବିଚାର ତ ଏମନ୍ତ କାହିଁକି

କରୁରେ ପ୍ରିୟା ସୁତନୁ ।୨୫।

 

ଯାମିନୀ ଯାକ ଉଜାଗରେ ଥାଇ ଯେ

ନିଶିଶେଷେ ରଙ୍ଗ ଭକ୍ଷି

ଯିବକି ଜୀବନ ଜନମ ବେଦନା

ଚନ୍ଦ୍ରମୁଖ ତାହା ଦେଖି

ଯେବେ ଯିବ ଜନ- ମାନ୍ତ୍ରର ବେଦନା

ନଗଲେ ଯାଉ ଏ ଜୀବ

ଜଳଜାକ୍ଷୀ କି ଚିନ୍ତା- ରେ ଜୀବ ଗଲା

ଏ ଯଶ ତ ରହିଥିବ ।୨୬।

 

ରହିଥିବ କଥା ଚାଣ୍ଡେ ଯିବ ବ୍ୟଥା

ଏହାହୁଁ କି ଲାଭ ଅଛି

ରସବତୀକି ଚାହିଁବା ବଡ଼ ଲାଭ

ଏ କଥା ହୋଇଛି ବାଛି

ରାମାରତନ ଅଙ୍ଗେ ବାସ ନ ଥିବ

ଏହାକେ ଦେଖି ପାରିବ

ରତନ ଗିରି କୋଟିଏ ଦାନ ଦେଇ

ମରିବା ନ ବିଚାରିବ ।୨୭।

 

ଲବଣୀ ପ୍ରତିମା ଲଳିତ ତନୁ ତୋ

ଲାଗିବ ପୁଣି ଦେହରେ

ଲକ୍ଷେ ଲକ୍ଷେ ଯୁଗ       ତପ ଫଳ ଆସି

ହୋଇବ କି ଏକାଠାରେ

ଲିତାଏ ଏ ସୁଖ କାହିଁହି ନ ଥିବ

ମୋଦୋ ମନକୁ ଆସୁଛି

ଲାବଣ୍ୟ ଲପନୀ ସେନେହ ବାହାରେ

ସ୍ୱର୍ଗରେ କି ଲାଭ ଅଛି ।୨୮।

 

ବଚନେ ଲେଚାଏ କହିବାକୁ ନିକି

ଆସଇ ତୋହୋ ପ୍ରସଙ୍ଗ

ବହୁତ କାଳ ବଡ଼ ପାପ କରି ମୁଁ

ଛଡ଼ା ଦେଲି ତୋହୋ ସଙ୍ଗ

 

ବିଧୁବଦନି ! ରେ ଆପଣା ଇଚ୍ଛାଏ

ଉରଜୁ ତେଜୁ ବସନ

ବଡ଼ ଶରଧାରେ ଆଲିଙ୍ଗନ କରୁ

କେଣିକି ଗଲା ସେମାନ।୨୯।

 

ସାରି ସୁରତି ସୁପାତି ଅନ୍ତେ ବାସି

ଶାଢ଼ୀ ପଣନ୍ତେ ସେ ବିଞ୍ଚୁ

ସେ ଶୀତଳକୁ ସମାନ କାହିଁ ଅଛି

ସ୍ନେହ ଶତେ ଗୁଣେ ସଞ୍ଚୁ

ସେ ସେନେହ ପାଇ ଶୁଖିଗଲା ଦେହ

ପୋଡ଼ୁଛି କାମ ହୁତାଶେ

ସହସ୍ରେ ବାର ଦିବସକେ ପୋଡ଼ିଲେ

ପ୍ରାଣ ଥିବ ତୋର ଆଶେ ।୩୦।

 

ଶତବାର-ସଲବଣ ଦାହ-ହେମ

ଗଉରୀ ଲେଖ ଗଢ଼ିବୁ

ସୁସ୍ଥ ହୋଇ ପ୍ରାଣ ଯେମନ୍ତେ ରହିବ

ତେମନ୍ତ ଉଦନ୍ତ ଦେବୁ ।

ଷାଠିଏ ଦଣ୍ଡ ଦିବସ ଯାକ ପ୍ରିୟେ

ସେ ବାରତା ପଢ଼ୁଥିବି

ସୁମନଶର ଶରେ ଗଲା ପ୍ରାଣକୁ

ପ୍ରବୋଧ କରି ରଖିବି ।୩୧।

 

ଶିଶୁ ସାରଙ୍ଗ ଆୟତ ଲୋଚନା ରେ

ଆୟତ୍ତ ଦାସ ମୁଁ ତୋର

ସୁଜାଣ ପ୍ରଭୁ ଦାସ ଦୋଷ ନ ଧରେ

ଏଣୁ ଭରସା ଅପାର ।

ସାନ ଦିନୁ ଯଉଁ ସେବକ ସେବାରେ

ଆସିଅଛି ସେବା କରି

ସରୋଜଲୋଚନା ଅବଶ୍ୟ ତାହାର

ବିନୟ ବଚନ କରି ।୩୨।

 

ହରଷ ହୋଇ ଲେଖରେ ସବୁ ଲେଖି

ଦୂତ କରୋଦରେ ଦେଲା

ହଂସଗାମୀ ଗତ ବାରତା ଆଦେଶି

ଖଣ୍ଡ ଦୁରହୁଂ ଉଠିଲା

ହାଥ ପାତି ଘେନି ଶିରେ ଲଗାଇଲା

ଅକ୍ଷର ଶ୍ରେଣୀକି ଚାହିଁ

ହରଷ ଶୋକ ମିଶାମିଶି ଲୋତକ

ପଦ୍ମ ନୟନୁ ବହଇ ।୩୩।

 

କ୍ଷେମେ ଶୁଣ ଏହି ସମୟେ ନାୟକ

ଶୁଭେ ହୋଇଲା ପ୍ରବେଶ

କ୍ଷୀଣୋଦରୀ ଚାହିଁ ଆନନ୍ଦ ସାଗରେ

ବୁଡ଼ି ଦୁଖ କଲା ନାଶ ।

କ୍ଷିତି ଶଯ୍ୟାରେ ବରବେଶ ହୋଇଲେ

ବିଷ୍ଣୁ ଦାସ ରସ କହେ

କ୍ଷଣକ ଭାବ ଶତେ ଯୁଗ କହିଲେ

ସମାପ୍ତ ନୋହେ କେବେହେ ।୩୪।

 

କେଳିକଳ୍ପଦ୍ରୁମ ଚଉତିଶା

 

କବିକୁଳେଶ୍ୱର ଉପେନ୍ଦ୍ରଭଞ୍ଜଙ୍କ କୃତିତ୍ୱ କାବ୍ୟକଳାର ଯେଉଁ ଚରମୋତ୍କର୍ଷ ଦେଖିବାକୁ ମିଳେ ତାହାର ବୀଜ ଯେ ଉତ୍ତରାଧିକାରୀ ସୂତ୍ରରେ ସେ ତାଙ୍କ ପିତୃ ପିତାମହାଦିଙ୍କ ଠାରୁ ପ୍ରାପ୍ତ ଏହା ନିଃସନ୍ଦେହ । ପିତାମହ ଧନଞ୍ଜୟଙ୍କ ରଘୁନାଥ ବିଳାସ ବୈଦେହିସ ବିଳାସର ଆଦର୍ଶ । କେଳିକଳ୍ପଦ୍ରୁମ ଚଉତିଶାର ରସିକତା ଓ ଚାତୁରୀ ଉପେନ୍ଦ୍ର କବିତାରେ ବହୁସ୍ଥଳରେ ଆହୁରି ଟିକିଏ ସୌଷ୍ଠବାନ୍ୱିତ ହୋଇ ପ୍ରକାଶ ପାଇନାହିଁକି ? ସୌଷ୍ଠବତକ କେବଳ ଉପେନ୍ଦ୍ରଙ୍କର କିନ୍ତୁ ଅସଲ ମୂଳ ଯାହା ତାହା ଭଞ୍ଜବଂଶର ପୁରୁଷାନୁ ନ୍ତ୍ରମିକ କୋଠ ସମ୍ପତ୍ତି ।

 

ଦିଶ–ଆଷାଢ଼ଶୁକ୍ଲ

 

କଞ୍ଜଲୋଚନ ଦୂତିକା ଆଗର

ନ୍ତ୍ରୋଧଭର ହୋଇ ବୋଲେ ଉତ୍ତର ।

କଳାକରମୁଖୀ ଆଗରେ କହ ।

କି କାର୍ଯ୍ୟେ ମୋର ଛାଡ଼ିଲା ସେନେହ ।

କେଳିକଳ୍ପଦ୍ରୁମ !

କନ୍ଦର୍ପ କଳାରେ ସେହୁ ଉତ୍ତମ ।୧।

ଖଟାଙ୍ଗଧର ଅରି ତୀଖ ଶର ।

ଖିନ୍ନ କରିଛି ଯେ ମୋର ଶରୀର ।

ଶଚରାନନୀ ମୋରେ ଦୟା କରୁ ।

ଖଳ ମୀନକେତୁ ମୁଖୁଁ ଉଦ୍ଧରୁ ।

ଖଟିଥିବି ପାଶ ।

ଖୀନଉଦରୀ କି କହ ସନ୍ଦେଶ ।୨।

ଗଜଗମନୀ ସେ ବିପୁଳସ୍ତନୀ ।

ଗତ ସ୍ନେହ କି ନ ଚିନ୍ତେ କାମିନୀ ।

ଗାଢ଼େ ଭନେ ରଡ଼ି ବୋଲିଛି ଯାହା ।

ଗୋରୀ ସୁମୁଖୀ ପାସୋରିଲା ତାହା ।

ଗୁଣୁ ଥାଇ ମୁହିଁ ।

ଗଳାର ହାର ମୋର ପ୍ରାଣସହୀ ।୩।

ଘଟଣମୁଖୀର ଜଘନ ଦୁଇ ।

ଘେନି ମନ୍ତ୍ର କରି ତାହା ଜପଇ ।

ଘଟଣା ଦେବାକୁ ଆନ ନ ଦିଶି ।

ଘେନି କହିଛି ସେହୁ ଶୁଭ୍ର କେଶୀ ।

ଘନସାର ରସ ।

ଘନସ୍ତନୀର ବିହୀନେ ବିରସ ।୪।

ନବ ଜଳଧର ଆଗେ ଚାତକ ।

ନ କରେ ଆନ ବାଞ୍ଛା ୟେହୁ ଲୋକ ।

ନବ କାମିନୀ ବିନୁ ମୋର ମନ ।

ନ କରେ ଆନ ରସରେ ଆପ୍ୟାନ ।

ନିଷ୍ଠର ନ କରି ।

ନତନୁ ଭୟରୁ ବାରେ ଉଦ୍ଧରି ।୫।

ଚତୁରୀମଣି ଚନ୍ଦ୍ରମାଆନନୀ ।

ଚମ୍ପକଗାନ୍ତ୍ରୀ ମୋ ହୃଦମଣ୍ଡନୀ ।

ଚାହିଁ କଟାକ୍ଷେ ଯାହା କହିଅଛି ।

ଚଞ୍ଚଳ ଚିତ୍ତ ମୋ ବନ୍ଦୀ କରିଛି ।

ଚାରୁ ପକ୍ଷଳାକ୍ଷା ।

ଚତୁରୀ ବିନୁ କେ କରିବ ରକ୍ଷା ।୬।

ଛିତି ମଣ୍ଡନୀ ଦିନେ ମନ୍ଦ ହସି ।

ଛନ୍ଦିଲା ମୋର କଣ୍ଠେ ବାହୁ ଫାସୀ ।

ଛିରସିନ୍ଧୁସୁତା ରୂପେ ସମାନ ।

ଚୋର ଛଡ଼ାଇ କହିବି ଏମାନ ।

ଛାଡ଼ିଛି ସେ ସ୍ନେହ ।

ଛିନ୍ନାଳୀମଣି ଆଗେ ଏହା କହ ।୭।

ଯୁବାଯୁବତୀଗଣ ଶିରୋମଣି ।

ଜଳଜନେନ୍ତ୍ରୀ ଯୋଗୀନ୍ଦ୍ରମୋହିନୀ ।

ଯାଇ ଜଣାଅ ତାହାର ସମୀପ ।

ଜାଳା କଲା ଅଙ୍ଗେ କୁସୁମଚାପ ।

ଜାଣିଶୁଣି ଜାଣୁ ।

ଜଗମୋହିନୀ ଏହା ପରିମାଣୁ ।୮।

ଝଳିଆନନୀ ବେନି ପୀନ ସ୍ତନ ।

ଝୀନ ବାସ ଫୁଟି ଦିଶେ ଶୋଭନ ।

ଝାଡ଼ରାଜ କଟି ମଧ୍ୟରେ କନ୍ତି ।

ଝଟକଚଞ୍ଚଳା ପ୍ରାୟେ ଦିଶନ୍ତି ।

ଝଗଡ଼ କରଇ ।

ଝଟକଦନ୍ତୀ ମୋତେ କରୁ ନ୍ତ୍ରାହି ।୯।

ନବ ନାୟିକା ନୟନୁ ନ ଯାଇ

ନିରାଶ ଏଡ଼େ କଲା ପ୍ରାଣସହୀ ।

ନେନ୍ତ୍ର ପ୍ରତିମା ଅଟଇ ମୋହର ।

ନିମିଷେ ମନୁ ନୋହଇ ବାହାର ।

ନାଗରୀରତନ ।

ନବକେତକୀ ସେ ଶିର ଭୂଷଣ ।୧୦।

ଟମାଳ କରି ସେ ଯାହା ବୋଇଲା ।

ଟୀକାକେ ଏବେ ତାହା ପାସୋରିଲା ।

ଟେକ କୁଚେ ତାର ଦେଲି ମୁଁ କର ।

ଟାଙ୍କୋରିଲା ରୋମ ଶରୀରେ ତାର ।

ଟାଣ କଟୀକ୍ଷୀକି ।

ଟେକ ପଚାର ଏ ଅଟଇ ଟିକି ।୧୧।

ଠକ କଥା ମୋ ଆଗରେ କହିଛି ।

ଠକ ପ୍ରାୟେକ କରିଛି ମୃଗାଛି ।

ଠାକୁରାଣୀ ପଣ ଜାଣିମା ତାର ।

ଠିକେ କହୁ କିସ ଦୋଷ ମୋହର ।

ଠଣମୁଖୀ ଆଗେ ।

ଠିକେ ମଣାଇ କହ ସଖୀ ବେଗେ ।୧୨।

ଡାଳିମ୍ବବୀଜଦଶନୀ କୋପକୁ ।

ଡରଅଛି ବାରେ ରଖୁ ଦାସକୁ ।

ଡୋଳେ ଚାହିଁଣ ଯାହା କହିଅଛି ।

ଡିଙ୍ଗର କାମ ଆଗରେ ଦେଉଛି ।

ଡୋଳା ପିତୁଳୀକି ।

ଡାକି କହିବୁ ଏହା କରିଟିକି ।୧୩।

ଢମାଳି କରି ସେ ଯାହା ବୋଇଲା ।

ଢାଳି ଚାହାଁଣୀରେ ମନ ମୋହିଲା ।

ଢଳି ପଡ଼ିଲା ମୀନକେତୁ ଶରେ ।

ଢାଳି ଚୁମ୍ବନ ଦେଲା ମୋ ଗଣ୍ଡରେ ।

ତାଳେ ପାଶୋରିଲା ।

ଢଗ ପସରା ପ୍ରାୟେ ପ୍ରିୟା କଲା ।୧୪।

ଏବେ ନିଶ୍ଚେ ତୋତେ କହୁଛି ସହି !

ଏଣୀନୟନୀ ବିନୁ ସାହା ନାହିଁ ।

ଏଣାଙ୍କମୁଖୀ ଏହା ଜାଣି ଥାଉ ।

ଅଣକାର୍ଯ୍ୟେ ଜୀବନକୁ ନ ନେଉ ।

ଅଣଅପରାଧୀ ।

ଅନଙ୍ଗ ରାୟେର ହୋଇଲା ବାଦୀ ।୧୫।

ତରୁଣୀ ରତନ ମୋ ପ୍ରାଣମଣି ।

ନ୍ତ୍ରୈଲୋକ୍ୟ ମୋହିନୀ ହେମବରନୀ ।

ତନୁ ଛୁଆଇଁ କହିଛି ନିୟତ ।

ତୁମ୍ଭ ମନରେ ଥିବି ପ୍ରାଣନାଥ ।

ତା ହୃଦେ ଧରିଛି ।

ତୁରିତେ ତା ବିସୋରିଲା ମୃଗାଛି ।୧୬।

ଥିର ଗାମିନୀର ନିତମ୍ବ ଦୁଇ ।

ଥାଣୁ ଅଇରି ସିଂହାସନ ସେହି ।

ଥିଲା ତହିଁପରେ ଚୀନ ବସନ ।

ଥେଣ୍ଟ ମଦନର ଜୟ କେତନ ।

ଥିବି ତାର ପାଶ ।

ଥାନ ଦେଇ ରଖୁ ମୁଁ ତାର ଦାସ ।୧୭।

ଦୟାଉଦଧି ମୋ ଦମ୍ଭନାଶିନୀ ।

ଦାସର ଦୋଷ କି ଘେନଇ ପୁଣି ।

ଦଶନେ ଅଧର ଚାପି ମୋହର ।

ଦରିଦ୍ର-ନିଧି କହିଛି ଉତ୍ତର ।

ଦୋଷ ମୋ ନ ଧରୁ ।

ଦିନନାଥବନ୍ଧୁ-ମୁଖୀ ଉଦ୍ଧରୁ ।୧୮।

ଧୀର ଗାମିନୀ ଅଗ୍ରତରେ ଯାଇ ।

ଧୀରେ କହିବୁ ବଚନ ମଣାଇ ।

ଧରିଛି କୁସୁମ-କାର୍ମୁକ ମାର ।

ଧଇର୍ଯ୍ୟ ମୋର ନାଶିବ ପାମର ।

ଧନମଣି ପାଦ ।

ଧରିଛି ଶିରେ କରି ପରସାଦ ।୧୯।

ନିରାଶ ମୋର କଲା ପ୍ରାଣସହୀ ।

ନିର୍ଦ୍ଦୟା ହୃଦ ଛାଡ଼ି ଚନ୍ଦ୍ର ମୁହୀଁ ।

ନାକ ନାଗ ନାରୀ ନୋହେନ୍ତି ସମ ।

ନାରୀ ଶିରୋମଣି ମୋ ଜୀବ ଧାମ ।

ନାହିଁ ସମ ସରି

ନିରାଶ କିଁପାଁ କରିଛି ଚତୁରୀ ।୨୦।

ପଲ୍ଲବ-ପ୍ରୀତି ଯେତେ କରିଥିଲା ।

ପରମ ବନ୍ଧୁ ତାହା ପାଶୋରିଲା ।

ପିକ ବଚନୀକି କହିଛି ମୁହିଁ ।

ପ୍ରସନ୍ନ ବଦନେ ଚୁମ୍ବନ ଦେଇ ।

ପିଶୁନ ମଦନ ।

ପଞ୍ଚଶର ଘେନ କରେ ଦହନ ।୨୧।

ଫାଇ କୋପ କିଁପା ଯୁବତୀ କଲା ।

ଫୁରୁଣା ଯେତେ ମୋ ସବୁ ଭାଙ୍ଗିଲା ।

ଫଳେ ତ ଜାଣିଲି ତାର ପୀରତି ।

ଫେଡ଼ି କହିଲି ତୋହୋର ଭକତି ।

ଫେଡ଼ୁ ମନୁ ତାପ ।

ଫାନ୍ଦେ ପକାଇଛି ମଦନ-ଭୂପ ।୨୨।

ବସନ୍ତ କାଳରେ ସନ୍ଧ୍ୟାବେଳରେ ।

ବସିଥିଲା ବନ୍ଧୁ ମୋର କୋଳରେ ।

ବୋଲିଛି ପ୍ରିୟା ମୋତେ ହସି ଯାହା ।

ବିଅର୍ଥ କିପାଇଁ କଲାକ ତାହା ।

ବିଧୁବଦନୀକି ।

ବୋଲିବୁ ୟେକଥା ଉଚିତ ଟି କି ।୨୩।

ଭରସା ମୁହିଁ ବଡ଼ କରିଥିଲି ।

ଭାବିନୀ-କୁଚ ଶମ୍ଭୁ ପ୍ରାୟେ ବୋଲି ।

ଭଜିଲା ଜନକୁ କଲା ନିରାଶ ।

ଭୃତ୍ୟଜନେ କି ପ୍ରଭୁ କରେ ଦୋଷ ।

ଭାସିଲି ସାଗରେ ।

ଭେଳା ଉରଜତୁମ୍ବ ଦେଉ ମୋରେ ।୨୪।

ମୋହୋରେ ମାନ କରିଛି କିପାଇଁ ।

ମୋତେ କୋକିଳବଚନ ନ କହି ।

ମନ୍ଦ ହସିଣ ଯେବେ ସେ କହିବ ।

ମଦନ ରାୟେ ଦୁଖୁ ଉଦ୍ଧରିବ ।

ମଦିରାକ୍ଷି ମୋର ।

ମାଣିକମାଳା ସେ କଣ୍ଠତଟର ।୨୫।

ଯେବେ ଦୋଷ ମୁହିଁ କଲି ତାହାରେ ।

ଜାଣୁମଣି ଦଣ୍ଡ ହେଉ ମୋହୋରେ ।

ଜଗତେ ଏ କଥା ରହିଣ ଥାଉ ।

ଜଳଜାକ୍ଷି ଲାଗି ଜୀବନ ଯାଉ ।

ଯେବେ ନ ବୁଝିବ ।

ଯେତେ କହିଲେ ସେ କିସ ହୋଇବ ।୨୬।

ରମଣୀମଣି ରତିରସ ଦେଇ ।

ରଖୁ ପ୍ରେମଦାନ ଦେଇଣ ସହୀ ।

ରଖିବ ଯେବେ ସେହି ସେ ରଖିବ ।

ରଖନ୍ତା ତା ବିନୁ ଆନ ନୋହିବ ।

ରସିକିନୀ ମୋର ।

ରସକଳା ରାମା ଗୁଣ ଗମ୍ଭୀର ।୨୭।

ଲହୁଲୀବୟସ ଦିନୁ ତାହାର ।

ଲିତାଏ ପାଶୁଁ ନୋହଇ ଅନ୍ତର ।

ଲାବଣ୍ୟନିଧି ଲଳିତ ବଚନୀ ।

ଲେଖିଥିଲା ପନ୍ତ୍ର ଅନୁରାଗିନୀ ।

ଲବଙ୍ଗିକା ଆଗେ ।

ଲଳନାବର କହିଲା ସରାଗେ ।୨୮।

ବିଳମ୍ବ ନ କରି ଚଳ ବହନ ।

ବନଜବଦନୀ ମୋ ପ୍ରାଣଧନ ।

ବିଧାତା ବଶୁଁ ୟେମନ୍ତ ହୋଇଲା ।

ବେଳକୁ ବେଳ ସେ ନିରାଶ କଲା ।

ବିନୟ ହୋଉଛି ।

ବାରେ ଦୟା ମୋତେ କରୁ ମୃଗାଛି ।୨ ୯।

ସଘନ ହୋଇ ଘନ ପରବେଶ ।

ସରୋଜନେନ୍ତ୍ରୀ ଦେଖିଣ ବିରସ ।

ଶମ୍ବରାରି-ଶର ଭୟରୁ କରି ।

ସରାଗେ କୋଳେ ବସିଲା ସୁନ୍ଦରୀ ।

ଶୀତଳ ବଚନ ।

ସେ କଥା ରମଣୀ ନ ଭାଳେ ମନ ।୩୦।

ଶ୍ୟାମସୁନ୍ଦରର ସନ୍ଦେଶ ପାଇ ।

ଶୀଘ୍ରେ ଦୂତୀ ସଖୀ ପାଶେ ମିଳଇ ।

ସରୋଜପତ୍ର କୁଟୀର ମଧ୍ୟରେ ।

ସ୍ମିତହାସିନୀ ବସିଛି ନ୍ତ୍ରୋଧରେ

ସହଚରୀ ଯାଇ ।

ସରୋଜନେନ୍ତ୍ର ବାରତା କହଇ ।୩୧।

ଶମ୍ବରାରି ତାତ ତୋତେ ବିରହୀ ।

ଶୀର୍ଣ୍ଣ ତା ଅଙ୍ଗ ହେଲା ପ୍ରାଣସହି !

ଶଶୀୟେକ ରେଖା ଜାଣି ତା ଅଙ୍ଗ ।

ସେନେହ ଥିଲେ ଦିଅ ରତିରଙ୍ଗ ।

ଶଶୀମୁଖି ହସି ।

ସାରଙ୍ଗଧରକୁ ଆଣ ସୁକେଶୀ ।୩୨।

ହଂସଗାମିନୀ ହୁଷ୍ଟ ବାଣୀ ଶୁଣି ।

ହରିଙ୍କି ବେଗେ ଆଣିଲା ତରୁଣୀ ।

ହିମାଂଶୁମୁଖୀ ସନ୍ନିଧେ ପ୍ରବେଶ

ହୃଦତାପ ଛାଡ଼ି ହେଲେ ହରଷ ।

ହରିଣାକ୍ଷି ହରି ।

ହେଲେ ରତିରଣେ ଏ ବେନି ସରି ।୩୩।

କ୍ଷକ୍ଷଦ୍ରେ ରାଧାକୃଷ୍ଣ କଲେ ରସ ।

ଛାଡ଼ି ସୁରତି ସେ ହେଲେ ହରଷ ।

କ୍ଷୀରସିନ୍ଧୁଜେମାପତିଚରଣ ।

ନୃପ ଧନଞ୍ଜୟ ପଶେ ଶରଣ ।

କ୍ଷମା ଦୋଷ କର ।

କ୍ଷନ୍ଦିଲା ଏ ରସ ଦୋଷ ନ ଧର ।୩୪।

Image

 

ପ୍ରେମଚିନ୍ତାମଣି ଚଉତିଶା

 

ମହାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ବହୁ ବୈଷ୍ଣବକାବ୍ୟକବିତାର ରଚୟିତା । ରସିକତାରେ ରସିକୋବିତଭାବର ଲଳିତ ଅଭିବ୍ୟକ୍ତିରେ ବଳଦେବ କବିସୂର୍ଯ୍ୟ ବ୍ରହ୍ମା ମଧ୍ୟ ତାଙ୍କର ସମକକ୍ଷ ହେବେ କି ନାହିଁ ସନ୍ଦେହ । ସଦାନନ୍ଦ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଗୁରୁ–ଏହା ଛଡ଼ା ତାଙ୍କର ଅଭିବିଶେଷ ପରିଚୟ ଅନାବଶ୍ୟକ । ପ୍ରେମଚିନ୍ତାମଣି ଚଉତିଶାର ରସମୟ କାନ୍ତ ପଦାବଳୀ ଯେଉଁ ପ୍ରତିଭାର ବହିର୍ବିକାଶ ଉତ୍କଳ ଏ ପର୍ଯ୍ୟନ୍ତ ତାର ଯଥାଯୁକ୍ତ ପୂଜା କରିନାହିଁ । କାରଣ ସଦାନନ୍ଦଙ୍କର ଅନେକ କାବ୍ୟ କବିତା ଏ ପର୍ଯ୍ୟନ୍ତ ଅନାବିଷ୍କୃତ ନ ହେଲେ ଅପ୍ରକାଶିତ ।

 

କହଇ ନାଗରୀ-ବର

କଉଁ ସଜନୀ ଆଗର

କାଢ଼ିଲି ଓଢ଼ଣା ହୋଇଲି ବାହାର

ଶ୍ୟାମବନ୍ଧୁ ହୋଉ ମୋର ।୧।

 

ଖଳକୁ ନାହିଁ ମୋ ଡର

ଖଟିବି ଚରଣେ ତାର

ଖସିଲା ଖସଣି ଶର କି ରହଇ

ମୋ ମନ ହେଲାଣି ତାର ।୨।

 

ଗ୍ୟାନ ଧ୍ୟାନ ସବୁ ମୋର

ଗୋବିନ୍ଦ ନନ୍ଦକିଶୋର

ଗୁପତେ ସିନା ମୁଁ ତୋତେ କହୁଅଛି

ପାପକୁ ନାହିଁ ମୋ ଡ଼ର ।୩।

 

ଘେନିଥା ମନରେ ଏତେ

ଘୋର ବିଜନ ବନସ୍ତେ

ଘନଶ୍ୟାମ ଚନ୍ଦ୍ର- ମୁଖ ଦେଖୁଥିଲେ

ବୈକୁଣ୍ଠ ଛାର ବା କେତେ ।୪।

 

ନିଷ୍ଠା ଏହି କଥା ମୋର

ନ ପାଇ ନଟ ନାଗର

ନାରାୟଣ ପୂରେ ବାସ ନ ଯୋଗାଇ

ନରକେ ପଡ଼ିବା ସାର ।୫।

 

ଚୂର୍ଣ୍ଣ କୁନ୍ତଳ ଆବୃତ

ଚନ୍ଦ୍ର ବଦନ ମୋ କାନ୍ତ

ଚଉତ ବ୍ରହ୍ମାଣ୍ଡ ଲୋକ ଛଡ଼ାଇଲେ

ଛାଡ଼ି ନ ପାରେ ମୋ ଚିତ୍ତ ।୬।

 

ଛଇଳ ଛବି ଛଟକ

ଛଡ଼ାଇ ଦେଲା ବିବେକ

ଛନ ଛନ ହୋଏ ମନ ଅବିଛନ

ହୃଦ ହୁଏ ଦକ ଦକ ।୭।

 

ଜଗମୋହନୀ ମନ୍ତର

ଜାଣନ୍ତି ମୁରଲୀଧର

ଯା ଗୀତରେ ଦ୍ରବ ପାଷାଣ ହୋଅଇ

ପାଣି ହେବ କି ପଥର ।୮।

 

ଝଟତି ପ୍ରଲ୍ଲବେ ତରୁ

ଝଟତି ପଲ୍ଲବେ ଦାରୁ

ଝାମ ଯାଇ ଉଡ଼ି- ଗଲା ପକ୍ଷୀ ପଡ଼େ

କି ଛାର ଅବଳା ଭୀରୁ ।୯।

 

ନିବର୍ତ୍ତାଉ ପରା ମୋତେ

ମୁଁ ଏବେ କହୁଛି ତୋତେ

ନିଜ ମନକୁ ତୁ ତୋହରି ପଚାର

କି ହୁଅଇ ବଂଶୀ ଗୀତେ ।୧୦।

 

ଟଳଇ ମେରୁ ମନ୍ଦର

ଟଳିବକି ବାଣୀ ମୋର

ଟମକ ନିଶାଣ ବାଜେ ନ୍ତ୍ରିଭୁବନ

ରାଧା ହେଲେଣି କୃଷ୍ଣରା ।।୧୧।

 

ଠୁଳ ପୁରୁଷ ଉତ୍ତମ

ଠିକେ ରସିକ ରାୟେ ନାମ

ଠିକେ ସଦାନନ୍ଦ କବି ସୂର୍ଯ୍ୟ ବ୍ରହ୍ମା

ଲଭି ହେବ ପୂର୍ଣ୍ଣକାମ ।୧୨।

 

ଡୋଳା ଲଲାଟରେ ଖୋସି

ଡାକେ ମୁଖେ ଦେଇ ବଂଶୀ

ଡରିଲା ପରାୟେ ମିଛେ ବୋଲୁଥାଇ

ରଖ ମଳି ଇଷି ଭାଷି ।୧୩।

 

ଢଳି ଢଳି ଚାଲୁଥାଇ

ଢାଳି ଢାଳି ଚାହୁଁଥାଇ

ଢମ ପଣ ଛାଡ଼ି ଏହି ଘେନି ସିନା

ୟା ପଛେ ହୋଇଲି ବାଇ ।୧୪।

 

ଅଳପ ନୋହେ ତା ବେଶ

ଆକ୍ଷି-ପକ୍ଷୀ ଅଠା-ରସ

ଅନୁରାଗୀ ଲୋକ ଛାଡ଼ି ପାରଇକି

କୁଳ ଯାଉ ପଛେ ନାଶ ।୧୫।

 

ତମାଳ ନୀଳ କୁନ୍ତଳ

ତଥି ବନ୍ଧା ବାଙ୍କ ଚୂଳ

ତହିଁ ମୟୂର ଚନ୍ଦ୍ରିକା କାମୁଡ଼ାକି

ମଣ୍ଡଣି କୁସୁମମାଳ ।୧୬।

 

ଥୋଇଥା ଗଣ୍ଠି ବସନେ

ଥିଲେ ଦେଖିବୁ ନୟନେ

ଥିବ ଦେଖି କେହି କୁଳେ ବ୍ରଜବାଳୀ

ଜାଣିବି ଅଳପ ଦିନେ ।୧୭।

 

ଦିଶେ ଅଳକା ମଣ୍ଡଳି

ଦିବ୍ୟ ମୋତି ପନ୍ତି ମିଳି

ଦୁଇ ପାଖ ଘେନି ଧାଡ଼ି ଧାଡ଼ି କିଆ-

ପନ୍ତ୍ର ଦିଏ ଧୈର୍ଯ୍ୟ ଟାଳି ।୧୮।

 

ଧନ୍ୟ ତା ଚନ୍ଦନପାଟି

ଧୈର୍ଯ୍ୟ ତରୁ ଦିଏ କାଟି

ଧରିବ କେ ଦେହ ତାଙ୍କୁ ନ ଦେଖିଲେ

ତ୍ରୁଟି ହୋଏ ଯୁଗ କୋଟି ।୧୯।

 

ନାଗରୀ ଗର୍ବ ଗଞ୍ଜନ

ନୟନେ ସରୁ ଅଞ୍ଜନ

ନୂଆ ନୂଆ ବାଙ୍କ ଚାହାଣୀ ତହିଁରେ

କି ସେ ନାଟୁଆ ଖଞ୍ଜନ ।୨୦।

 

ପର ପାଇଁ ଦେଲି ପ୍ରାଣ

ପତାକା ବାନ୍ଧିଲେ ଜାଣ

ପୁରୁଣା ପ୍ରୀତିୟା ଥିଲେକ ପଚାର

ପ୍ରୀତିର କେତେ ଲକ୍ଷଣ ।୨୧।

 

ଫନ୍ଦା ମୁ କଲି ତାହାକୁ

ଫେଡ଼ି କହିଲି ମନକୁ

ଫିଟି ପଡ଼ିଲା ନିଜ ଧନ ପାଣିରେ

ଫୋଡ଼େ କାମଶର ବୁକୁ ।୨୨।

 

ବିମ୍ବାଧରେ ମନ୍ଦ ହାସ

ବକ୍ଷସ୍ଥଳ ଶୋଭା-ଦେଶ

ବୁଜୁଳାକି (?) ମାରଣା ତା ଆଖି

ମନ ଲୁଟିକଲେ ରସ ।୨୩।

 

ଭୁଜ ମର୍କତ ବଲ୍ଲରି

ଭୁବନ ମଙ୍ଗଳକାରୀ

ଭଣେ କବିସୂର୍ଯ୍ୟ ସେ ବନ୍ଧା ପାଇବେ

କଲେ ରାଧା ଶୋଭା ଚୋରି ।୨୪।

 

ମନା କରୁ ପରା ମୋତେ

ମୁ ଏବେ କହୁଛି ତୋତେ

ମୋହନଚାନ୍ଦଙ୍କୁ ମୁରୁଛା ମନ୍ତର

କେ ଜାଣେ କହ ଜଗତେ ।୨୫।

 

ଜୀବନବନ୍ଧୁ କାଳିଆ

ଯମୁନାଜଳକୂଳିଆ

ଜଗି ବସିଥାଇ ମୋ ଭେଟ ପାଇଁକି

ଦେଖି ଚମକେ ମୋ ହିଆ ।୨୬।

 

ରତନ ହାର କଙ୍କଣ

ରବି କିରଣୁ ଦ୍ୱିଗୁଣ

ରହି ତା ଶ୍ରୀ ଅଙ୍ଗେ ଶୋଭା ରଙ୍ଗ ପାଦ

ଚିହ୍ନକୁ ଶୋଭା ପାଇଣ ।୨୭।

 

ଲାବଣ୍ୟ ଶ୍ରୀ ଅଙ୍ଗ ତାର

ଲାଗି ତହିଁ ପୀତାମ୍ବର

ଲଳନା ମନମତ୍ତ କରୀ ପଡ଼ନ୍ତି

ଲାଭି ଟୋପରେ ତାହାର ।୨୮।

 

ବିଚିତ୍ର ପାହୁଡ଼ ପାଦେ

ବାଜେଣୀ ନୂପୁର ନାଦେ

ବଣାହୋଇ ମୋର ବିବେକ ଚଢ଼ାଇ

ହୁରୁଡ଼ିଗଲେ ବିଷାଦେ ।୨୯।

 

ଶରଣ ଗଲି ପ୍ରମାଣ

ଶ୍ୟାମବନ୍ଧୁ ଶ୍ରୀଚରଣ

ସେ ଯେବେ ଛାଡ଼ିବେ ମୁଁ ଯେ ନ ଛାଡ଼ଇ

ସେ ବିନା କେ ପରିତ୍ରାଣ ।୩୦।

 

ସେ ଦିନେ ଯେତେ ମୋ ଦୋଷ

ସେ କ୍ଷମା ହେବ ଅବଶ୍ୟ

ସର୍ବ ଗର୍ବ ଖର୍ବ ହୋଇଲା ମୋହର

ଛାଡ଼ିଲାଣି ସବୁ ଆଶ ।୩୧।

 

ସବୁଜନ୍ମରେ ମୁଁ ତାର

ସେହି ପ୍ରାଣନାଥ ମୋର

ଶୁଣୁଥିଲୁ ଋଷି କହି ଗଲେ ପରା

ମୁଁ ସେ ଈଶ୍ୱରୀ ଈଶ୍ୱର ।୩୨।

 

ହୋଉ ନୋହୁ ଭଗବାନ

ହେଲେ ଅଧିକ ନିଊନ

ହରିଣାଙ୍କ ବିନା ଚାତକୀର ଗତି

କାହିଁଛି ସେ ମୋତେ ସ୍ଥାନ ।୩୩।

 

କ୍ଷେମେ ରସିକରା ରସ

କ୍ଷିତିରେ ହୋଉ ପ୍ରକାଶ

ଖ୍ୟାତ ପ୍ରେମ ଚିନ୍ତା- ମଣି ଗୀତ ନାମ

ମୁଁ ସାଧୁଚରଣ ଦାସ ।୩୪।

Image

 

ଦୂତୀ ଚଉତିଶା

 

ଶ୍ରୀଚୈତନ୍ୟଙ୍କ ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ଜଗମୋହନ ରାମାୟଣକାର ବଳରାମ ଦାସଙ୍କର ଓଡ଼ିଶା ଜାତୀୟ ସାହିତ୍ୟରେ ସ୍ଥାନ ଅତି ଉଚ୍ଚ । ତାଙ୍କ କୃତି କେତେକ କ୍ଷୁଦ୍ର କବିତା ଉତ୍କଳୀୟ ଆବାଳ ବୃଦ୍ଧବନିତାଙ୍କ କଣ୍ଠହାର । ଦୂତୀ ଚଉତିଶା ତନ୍ମଧ୍ୟରୁ ଅନ୍ୟତମ । ଏହାର ଶେଷ କେତେକ ପଦ ଆମ୍ଭେ ଏ ପର୍ଯ୍ୟନ୍ତ ପାଇନାହୁଁ ।
 

କହେ ରାଇ ଦୂତି ! ଶୁଣ ମିତଣି

କଦମ୍ବମୂଳରେ ମୁରଲୀପାଣି

ଦୂତି ଗୋ !

କାହ୍ନୁ କେଡ଼େ ସୁନ୍ଦର

କୃଷ୍ଣ କଳ୍ପତରୁ ନବ ଅଙ୍କର ।୧।

 

ଖୀନ ନାଳ ପରେ ନ୍ତ୍ରିଭଙ୍ଗୀଠାଣି

ଖଞ୍ଜନନେନ୍ତ୍ର ତା ବାଙ୍କ ଚାହାଣୀ

ଦୂତି ଗୋ !

ଖେଦ ବଳିଲା ମୋର

ଖରେ ବିନ୍ଧୁଅଛି ମଦନ ଶର ।୨।

 

ଗୋପୀ ଗୋପାଳ ଗୋବତ୍ସ ସହିତେ

ଗୋଲାହାଟ ପରି ଲାଗୁଛି ମୋତେ

ଦୂତି ଗୋ !

ଗ୍ୟାନ ହାରିଲା ମୋର

ଗୋବିନ୍ଦଙ୍କ ଦେଖି ଚିତ୍ତ ଅସ୍ଥିର ।୩।

 

ଘନ ଶ୍ୟାମଳିଆ ନନ୍ଦର କାହ୍ନୁ

ଘନଘନ କରି ବଜାନ୍ତି ବେଣୁ

ଦୂତି ଗୋ !

ଘରେ ନ ରହେ ଚିତ୍ତ

ଘନ ଶ୍ୟାମଳିଆ ବାଇ କଲେ ତ ।୪।

 

ଉଲଟ କଦମ୍ବ ମୂଳେ ବିଜୟେ

ଉଚ୍ଚାରି ମୁରଲୀ କି ରଙ୍ଗେ ବାୟେ

ଦୂତି ଗୋ !

ଅତି ଲାବଣ୍ୟ ବାଣୀ

ଅବଳା ଗଲା ସ୍ନେହପାଶେ ଜିଣି ।୫।

 

ଚିତାକୁ ଦେଖିଣ ଚିତ୍ତ ଅସ୍ଥିର

ଚେତନା ହଜିଲା ସହଜ ଘର

ଦୂତି ଗୋ !

ଚିନ୍ତ୍ର ନେନ୍ତ୍ରପ୍ରତିମା

ଚତୁରୀ-ଚିତ୍ତ-କୁମୁଦ-ଚନ୍ଦ୍ରମା ।୬।

 

ଛଡ଼ ଚନ୍ତ୍ର ପରେ ଛଇଳ ବର

ଛଛନ୍ଦ୍ରେ ହୋଇଛି ଛାଇ ଆକାର

ଦୂତି ଗୋ !

ଛନ୍ଦ ମୂରଲୀ ସିନା

ଛନ୍ଦ ଭିତରେ ଅବାଡ଼ ପ୍ରତିମା ।୭।

 

ଜଗତ ଜୀବନ ଯଶୋଦା ନନ୍ଦ

ଯୁବା ଯୁବତୀଙ୍କ ମୋହନ ଫାନ୍ଦ

ଦୂତି ଗୋ !

ଯିବା ଆସିବା ହେଜ

ଜଗୁଜୀବନ ମୋ ପରାଣ ନିଜ ।୮।

 

ଝରଶିଖେ ହର ହେଲେ ପ୍ରସନ୍ନ

ଝାସି ସୁଧାସିନ୍ଧୁ କର ଦର୍ଶନ

ଦୂତି ଗୋ !

ଝଟ ଝଟ ଶ୍ରୀମୁଖ

ଝାସି ସୁଧାସିନ୍ଧୁ ଲଭିବା ସୁଖ ।୯।

 

ନବଘନ ତନୁ ଶ୍ୟାମଳ ସାଜେ

ନୀପ ବଟମୂଳେ କରିଛି ବିଜେ

ଦୂତି ଗୋ !

ନବ ନବ ମୂରତି

ନବ ଅନୁରାଗେ ବଳାଅ ମତି।୧୦।

 

ଟେକି ବାନ୍ଧିଥାନ୍ତି ମୋହନ ଚୂଳ

ଟାକି ପତିବ୍ରତା ହୋଇବେ ଭୋଳ

ଦୂତି ଗୋ !

ଟାଣ ରହିବ ନାହିଁ

ଟେକି ଟାଣି ବାନ୍ଧ ନ୍ତ୍ରିବେଣୀ ନଈ ।୧୧।

 

ଠୁଳଶୂନ୍ୟ ପରେ ନିତ୍ୟ ରହାସ

ଠିକେ ରାଧା ଦୂତୀ ସେ ପାଦେ ରସ

ଦୂତି ଗୋ!

ଠିକେ ଚାରୁ ରାଧିକା

ଠିକେ ବଳରାମ ଭାବେ ଦୁତିକା ।୧୨।

 

ଡାକି ପ୍ରାଣଧନ କହୁଛି ତୋତେ

ଡୋଳାକୁ ଡୋଳା ମଜ୍ଜାଅ ତୁରିତେ

ଦୁତି ଗୋ !

ଡାକେ ମୁରଲୀ ତାର

ଡେରି ଶ୍ରୁତିପଥେ ଶବଦ କାର ।୧୩।

 

ଢେଉକୁ ନିଶ୍ଚଳ କର ତୁ ମନ

ଢଳହଳ ଦିଶେ ବଂଶୀ ବଦନ

ଦୁତି ଗୋ !

ଢାଳେ ମୁରୁଛି ନୋହି

ଢି କରିଅଛି କଳା କହ୍ନାଇ ।୧୪।

 

ଅଣସର ଘରେ ଗଙ୍ଗା ଯମୁନା

ଅନୁପାମ ଜଳ ତିଳେ ମିଶାନା

ଦୂତି ଗୋ !

ଅନୁସରି ଭାବନା

ଅପୂର୍ବ ସୁନ୍ଦର ନନ୍ଦର କହ୍ନା ।୧୫।

 

ତାଳୁପରେ ଦେଖ ନ୍ତ୍ରିଭଙ୍ଗୀ ଚୂଳ

ତରୁଣ ଅରୁଣ ଚରଣ ତଳ

ଦୂତି ଗୋ !

ନ୍ତ୍ରି ଭଙ୍ଗିମା ତା ଠାଣି

ତରଳ ଦେଖି ସେ ନବକାମିନୀ ।୧୬।

 

ଥିରେ ବଂଶୀଧ୍ୱନି ପାଇଲେ ଭେଟ

ସ୍ତମ୍ଭନ ମୋହନ ବଶ ଉଚ୍ଚାଟ

ଦୂତି ଗୋ !

ଥୟ ନୋହଇ ଚିତ୍ତ

ଥୋଇଲା ଧନ ପାସୋରିଛି ମୁଁ ତ ।୧୭।

 

ଦୟା ଧର୍ମ ସତ ଶାନ୍ତି କି ଘେନ

ଦୟାନିଧି ପାଶେ ମଜ୍ଜାଅ ମନ

ଦୂତି ଗୋ !

ଦେଖ ଦିବ୍ୟ ମୂରତି

ଦେବା ଦେବୀ ହର ଶ୍ରୀକୃଷ୍ଣ ମୂର୍ତ୍ତି ।୧୮।

 

ଧନ ଯଉବନ ନୋହଇ ଚିର

ଧରଣୀ ଧଧ୍ୟେ କୃଷ୍ଣଭକ୍ତି ସାର

ଦୂତି ଗୋ !

ଧ୍ରୁବ ଏ ବାକ୍ୟ ସିନ

ଧନ୍ୟ ବ୍ରଜଭୂମି ପୂର୍ବ ବାସନା ।୧୯।

 

ନବଘନ ନୂଆ ପୀରତି ଭାବ

ନବ ପଞ୍ଚପୁରେ ଅତି ଦୁର୍ଲଭ

ଦୂତି ଗୋ !

ନବନବ ମୂରତି

ନବଅନୁରାଗେ ବଳାଅ ମତି ।୨୦।

 

ପରମ ପୀୟୂଷ ଖାଇଣ ଭୋଳା

ପର ପୀରତିରେ ପରମ ମିଳା

ଦୂତି ଗୋ !

ପର ରଜ ବିଚାର

ପୀରତି କୀରତି ସଂସାରେ ସାର ।୨୧।

 

ଫୁଲ ଚିହ୍ନି ପ୍ରୀତି କର ଗୋ ସହି !

ଫୁଲମକରନ୍ଦେ ଭ୍ରମର ବାଇ

ଦୂତି ଗୋ !

ଫୁଲ ମଧ୍ୟରେ ବାସ

ଫୁଲମାଳିଆ ପାଦେ କର ଆଶ ।୨୨।

 

ବାର ବାରି କରି କହୁଛି ସହି !

ବାର ବାର ବାରେ ରଖ ତୁ ନେଇ

ଦୂତୀ ଗୋ

ବାର ସଙ୍ଗତେ ଚାରି

ବଂଶୀଧରଙ୍କୁ ଭାବେ ବଶ କରି ।୨୩।

 

ଭାବରେ ବଶ ସେ ଭାବରେ ବାଇ

ତୁଙ୍ଗ ଯେହ୍ନେ ମଧୁପାନ ଚୁମ୍ବଇ

ଦୂତୀ ଗୋ !

ଭାବ ନେନ୍ତ୍ର ପଥକୁ

ଭାବେ ବଳରାମ ଜୀବ ତାହାକୁ ।୨୪।

 

ମନେ ମନ କରି ମଜ୍ଜାଅ ମନ

ମନ ପୀରତିରେ ମନମୋହନ

ଦୂତୀ ଗୋ !

ମନେ ମନ ମଜ୍ଜାଅ

ମନ ମାନସିକେ ସେବା ଲଗାଅ ।୨୫।

 

ଯମୁନାକୂଳେ ବଂଶୀ ବଟ ମୂଳେ

ଜାତି କୁସୁମ ନିକୁଞ୍ଜ ବନରେ

ଦୂତୀ ଗୋ !

ଜପ ଲୟ ସହରେ

ଜାଗି ଭେଟ ତାକୁ ଜ୍ୟୋତି ଭିତରେ ।୨୬।

 

ରସେ ରସି ରସ ଖାଇ ଭୋଳ

ରସ ଅଟେ ଯୋଗ ମୃଦଙ୍ଗ ତଳ

ଦୂତୀ ଗୋ !

ରସ କଉତୁକରେ

ରସବତୀ ବେଢ଼ି ଚାରି ପାଶରେ ।୨୭।

 

ଲଳିତା ବିଶାଖା ରସି ଆବେଶେ

ଲୟାଙ୍ଗ ଲୀଳାଙ୍ଗ ଭୋଗାଙ୍ଗରେ ସେ

ଦୂତୀ ଗୋ !

ଲୀଳା ଲାବଣ୍ୟନିଧି

ଲୟାଙ୍ଗେ ସାଧିଲେ ଲୀଳାଙ୍ଗେ ସିଦ୍ଧି ।୨୮।

 

ବ୍ରଜରାଜସୁତ ସଙ୍ଗେ ବିଳସି

ବାମକୁ ତ ବାମା କି ଶୋଭା ଦିଶି

ଦୂତୀ ଗୋ ।

ବାଙ୍କ ବଂଶୀନାଦରେ

ବାଜୁଛି ଶବଦ ଶିଶୁ ବେଦରେ ।୨୯।

 

ଷୋଳ ସହସ୍ର ଚତୁର୍ବିଧି ହୋଇ

ସାର ଚାରିଭାଗେ ଚୌଷଠୀ ହୋଇ

ଦୂତୀ ଗୋ !

ସବୁ ବଂଶୀ ନାଦରେ

ଶବଦ ଶୁଭଇ ଶିଶୁ ବେଦରେ ।୩୦।

 

ଶ୍ୟାମ ସୁନ୍ଦର ଅଭେଦ ପୀରତି

ସାତ୍ୱିକ ସେବା ସେ ପ୍ରେମ ପୀରତୀ

ଦୂତି ଗୋ !

ସର୍ବ ନବ ଅବଳା

ସମ ସାଧନାରେ ବିଷୟା ଖେଳା ।୩୧।

Image

 

ଅଭିନ୍ନା ଚଉତିଶା

 

ଅଭିନ୍ନା ଚଉତିଶା ସେହି ଶ୍ରେଣୀର ପ୍ରେମକବିତା ଯହିଁରେ ଆମ୍ଭମାନଙ୍କ ବିଦେଶୀ ଭାବାପନ୍ନ ନୀତିବିଶାରଦମାନେ ତଥାକଥିତ ଅଶ୍ଲୀଳତାର ଗନ୍ଧ ପାଇ ନାସାକୁଞ୍ଚନ କରିବେ । ସ୍ୱାଧୀନ ଉତ୍କଳ ଶ୍ଲୀଳ ଅଶ୍ଲୀଳ ନିର୍ଣ୍ଣୟ କରିବା ପାଇଁ ନିଆରା ମାପକାଠି ରଖିଥିଲା । ସେ ଆଉ ପୁରୋଦୃଷ୍ଟି ବଳରେ ଜାଣିପାରି ନ ଥିଲା ଯେ ଗୋଟାଏ ଯୁଗ ଆସିବ ଯହିଁରେ ‘‘ବିବିଧପ୍ରବନ୍ଧ’’–କାରଙ୍କ ତୁଲ୍ୟ ନୀତି-ପୁରୋହିତ ଜନ୍ମ ହୋଇ ଉତ୍କଳପୁନ୍ତ୍ରଙ୍କୁ ନୀତିର ନୂଆ ସଜ୍ଞା ଶିଖାଇ ଉତ୍କଳ ସାହିତ୍ୟରେ ନବଯୁଗ ପ୍ରବର୍ତ୍ତନର ପ୍ରୟାସ କରିବେ ।

 

କଉଁ ବିଦେଶୀ ଚତୁରୀ ଶିରୋମଣି ଚରିତ ଚିତ୍ତେ ଚିତୋଇ ରେ

କୁସୁମ କାଳ କଳାକାର କିରଣେ କହଇ ବ୍ୟାକୁଳ ହୋଇ ରେ

ଅଭିନ୍ନା !

କେହି ବଞ୍ଚୁଥିବ ଦିନ ରେ

କଉଁଠାରେ ବସି କି ବିଚାରୁ ଥିବୁ

କେହୁ ଥିବ ତୋର ମନ ରେ ।୧।

 

ଖୋସା ଖୋସି ଦିନେ ଦିନକେ ସରାଗେ ମୋ ଆଗେ ଦେଖାଉ ଆସି ରେ

ଖୋସି ଜାଣିମ କି ମୋହୋ ପରା ବୋଲି ବୋଲି ଅଙ୍ଗେ ଯାଉ ମିଶି ଗୋ

ଅଭିନ୍ନା !

ଖେଳାଇ ନୟନ ଖୋସୁରେ

ଖସାଇ ଦେଲେ ନୀବିକି ଖୋସିଦେଇ

ଏ ପୁଣି କି ବୋଲି ଭାଷୁରେ ।୨।

 

ଗୋରା ଦେହ ନିତି କୁଙ୍କୁମ ଲେପନ୍ତେ ଉଠୁ ଯେ ଥାଇ ଝଟକି ରେ

ଗାଢ଼ ଆଲିଙ୍ଗନ ସୁରତରେ ଧନ ମୋ ମନ ଥାଉ ଅଟକି ରେ

ଅଭିନ୍ନା !

ଗଳାର ହାର ତୁ ମୋର

ଗୁଣଗଉରି ! ତୋ ଗୁଣ ଗୀତ କରି

ଗାଉଥିବି ନିରନ୍ତର ରେ ।୩।

 

ଘାଗଡ଼ା ପଡ଼ି ଦିବ୍ୟ ହେମ ଶିକୁଳି ଗୁନ୍ଥା ସରୁଧାନମାଳି ରେ

ଘଟଣ ହେମଉରଜେ ଲାଗିବାରୁ ଦିଶେ ଶତେ ଗୁଣେ ଝଳି ରେ

ଅଭିନ୍ନା !

ଘଡ଼ିକର ଭାବ ଯେତେ ରେ

ଘେନିଲେ ପାଷାଣ ଦ୍ରବ ହୋଇଯିବ

ହୃଦୟ ଛାର ମୋ କେତେ ରେ ।୪।

 

ନ ଦେଉ ଆଗ ଚୁମ୍ବନ ମୁଁ ନ ଦେଲେ ଥରେ ଥରେ ଆଗ ଦେଉ ରେ

ନ ଘେନୁ ମୋହ ବଚନକୁ ଗୋଟିଏ ବଳିଆଇ ଆଗେ ଦେଉ ରେ

ଅଭିନ୍ନା !

ନିମିଷେ ଅନ୍ତର ନୋହୁ ରେ

ନତନୁକେଳିଲାଳସି ! ମଦାଳସି !

କି ଅପୂର୍ବ ଭାଷା କହୁ ରେ ।୫।

 

ଚନ୍ଦନପାଟି ଚନ୍ଦ୍ରାର୍ଦ୍ଧଭାଲପଟେ ଦିଶୁ ଯେ ଥାଇ ଚାତୁରୀରେ

ଚାହିଁ ନ ଚାହିଁଲେ କେଳଳ ଚାଣ୍ଡେ ମୋ ହୃଦୟ ହୋଏ କତୁରି ରେ

ଅଭିନ୍ନା !

ଚିରକାଳୁ ମୁ ତୋ କୀଣା ରେ

ଚିକ୍କଣକେଶୀ ମୋ ଅଭାଗ୍ୟ କାଳରୁ

କଳ୍ପ ତୁ କରୁଣା ଊଣା ରେ ।୭।

 

ଛନ୍ଦି ଶ୍ରୀଭୁଜ ଶିରେ ଦେଇ ପ୍ରାଙ୍ଗଣେ ଦିନେ ଥିଲୁ ଉଭା ହୋଇ ରେ

ଛବିକି ଅନାଇ ମୁଁ ପଛଆଡ଼ରୁ ଆଲିଙ୍ଗନ କଲି ଯାଇ ରେ

ଅଭିନ୍ନା !

ଛାଡ଼ ଯା ବୋଇଲୁ ହସି ରେ

ଛାଡ଼ୁନାହିଁ ମନୁ ଯାହା ବୋଲି ଅଛୁ

ଯାଇ କହୁ ପଛ ଘୁଞ୍ଚି ରେ ।୭।

 

ଯାମିନୀ ଯାକ ଯେ ଜଗି ବସିଥାଉ ଉନ୍ନିଦ୍ରେ ମୁଁ ଯିବାପାଇଁ ରେ

ଯତନ କରି ପ୍ରତିଦିନ ପଲଙ୍କ ତଳେ ପ୍ରଦୀପ ଘୋଡ଼ାଇ ରେ

ଅଭିନ୍ନା !

ଜାଣି ନାହିଁ କି ତୋ ପ୍ରୀତି ରେ

ଯାଉ ଜୀବଧନ ତୋ ଲାଗି ଜୀବନ

ଯୁଗେ ଯୁଗେ ରୁହ କୀର୍ତ୍ତି ରେ ।୮।

 

ଝୁମ୍ପାବନ୍ଧା କଳା ସରୁ ଶାଢ଼ୀ ! ବୋହିଲେ ନ ପିନ୍ଧୁ ପରା ରେ

ଝଳି ଗଉରି ! ତୋ ଝଳି ଶ୍ରୀଅଙ୍ଗୁ ସେହି ଶାଢ଼ୀ ସିନା ତୋରା ରେ

ଅଭିନ୍ନା !

ଝଳିଛି ସେ କଥା ଚିତ୍ତେ ରେ

ଝଳିଗଉରି ! ଦିନେ କୋଳେ ବସାଇ

ଯାହା ବୋଲିଅଛୁ ମତେ ରେ ।୯।

 

ନିଧିବନ କାଳେ ଦିନେ ଖଟପରେ ଗୋରୀ ମୁଖକୁ ଚାହାନ୍ତେ ରେ

ନତନୁ କେଳିଲାଳସୀ ମଦାଳସୀ ଯାହା କଲୁ ବିପରୀତେ ରେ

ଅଭିନ୍ନା !

ନାସିକାପୁଡ଼ା ଫୁଲାଇ ରେ

ନାହିଁ ନ ପାରଇ ଗେଲେ ବୋଲୁଥାଉ

ସୁରତି ମାଗିବାପାଇଁ ରେ ।୧୦।

 

ଟେକି ଯାନରେ ବସାଇ ଚୁମ୍ବ ଦେଲେ ଟିକାଏ ନ ଟେକୁ ଶିର ରେ

ଟେକସ୍ତନେ ନଖମୁନ ଟିପିଦେଲେ ରହ ବୋଲି ଧରୁ କର ରେ

ଅଭିନ୍ନା !

ଟଳିଗଲା କେଡ଼େ ସୁଖ ରେ

ଟଙ୍କଧରିରିପୁ ଦୁହିଁକି ଏକାଳେ

ଏକାବେଳେ ଦେଲା ଦୁଖ ରେ ।୧୧।

 

Unknown

ଠିଆ ଯେ ହୋଇଥାଉ ଛନ୍ଦି ଚରଣ ଦ୍ୱାରବନ୍ଧେ କର ଦେଇ ରେ

ଠାଠିକମୁଖୀ ଦେଖିଳେ ଦୂରୁ ମତେ ହସିଯାଉ ଆଡ଼େ ହୋଇ ରେ

ଅଭିନ୍ନା !

ଠାର ଶିଖିଅଛୁ କେତେ ରେ

ଠାକୁରାଣୀ ପଣ ମୂର୍ତ୍ତିବନ୍ତ ହୋଇ

ଭଲ ମାନିଥାଇ ତତେ ରେ ।୧୨।

 

ଡେରିଥାଇ କର୍ଣ୍ଣ ଝମକ ଝୁଣ୍ଟିଆ ନୂପୁର ନାଦକୁ ତୋର ରେ

ଡାଳିମ୍ବଦଶନା ଜାଣି ମୋ ପାଶକୁ ଆସୁଥାଉ କେତେଥର ରେ

ଅଭିନ୍ନା !

ଡରୁଥାଇ ଚିତ୍ତେ ମୁହିଁ ରେ

ଡମ୍ବରୁସରୁ ସୁନ୍ଦର କଟି ତୋର

ବାତେ ଭାଜିଯିବା ପାଇଁ ରେ ।୧୩।

 

ଢାଳି ନୟନ କି କରି ଆଡ଼େ ଚାହୁଁ ଶ୍ରୀମୁଖେ ଦେଲେ ଚୁମ୍ବନ ରେ

ଢଳି ପଡ଼ୁଥିଲେ ହୃତକ ମୋହର ମୁଁ କରଇ ଆଲିଙ୍ଗନ ରେ

ଅଭିନ୍ନା !

ଢାଳେହେଁ ମୃର୍ଚ୍ଛିଲୁ ମତେ ରେ

ଢମ କହୁନାହିଁ ଢଳହଳନେନ୍ତ୍ରି !

ଢକିବି ଗରଳ ସତେ ରେ ।୧୪।

 

ଅବଧାନ ବିନୁ ଆନ ବୋଲି ମତେ ତୁଣ୍ଡେ ନ ବସାଉଥାଉ ରେ

ଆଗୋ ଏ କି ବୋଲି ବୋଲୁଥାନ୍ତି ମତେ ବୋଲି ମୁଖେ ବାସ ଦେଉ ରେ

ଅଭିନ୍ନା !

ଏହା ରଖିଥିବୁ ମନେ ରେ

ଆଉ ନ ପାରଇ ବୋଲିବାର ନିକି

ଦେଖିବି ଧନ ସପନେ ରେ ।୧୫।

 

ତୋ ଲାଗି ସକଳ ଦଣ୍ଡ ପରିତ୍ୟାଗୀ ହୋଇ ଅରଣ୍ୟେ ପଶିବି ରେ

ତପଚାରୀ ହୋଇ କେବଳ ତୋ ନାମମହାମନ୍ତ୍ର ଜପୁଥିବି ରେ

ଅଭିନ୍ନା !

ତେବେ ନୋହିବ କି ଗତି ରେ

ତ୍ରିପୁର ସୁନ୍ଦରି ! ତୋହୋପରା କରି

କେ ଦେବ ମୋତେ ଯୁବତୀ ରେ ।୧୬।

 

ଥିର କରି ଦିନେ ଥିରଗମନୀ ତୋ ଉରଜରେ ଦେଲି କର ରେ

ଥରେ ଚୁମ୍ବନ ଦେଇ ବନ୍ଧୁ ! ବୋଇଲି ହେଲା କି ବନ୍ଧୁ ଏଥର ରେ

ଅଭିନ୍ନା

ଥୋଇ ହୃଦୟରୁ ହାର ରେ

ଥାଉ କିନା ବୋଲି ଯାହା କହୁ ବନ୍ଧୁ

ନ ଥିବ କି ତା ମନର ରେ ।୧୭।

 

ଦେହପାଣି ସାରି ଦିନେ ଅଗଣାରେ ଉଭା ହୋଇଥିଲୁ ଆସି ରେ

ଦେଇ ପଣନ୍ତ ମଥାରେ ମତେ ଦେଖି ସଦନୁ ଗଲୁ ପଶି ରେ

ଅଭିନ୍ନା !

ଦେହଳି ନିକଟେ ଥାଇରେ

ଦିବ୍ୟ ଚିତ୍ତରେ କି ବିଚାର ଅଳପ

ହସିଲୁ ପାଲଟି ଚାହିଁରେ ।୧୮।

 

ଧୀରଗମନା ରେ ଧରି ତୋ ଶ୍ରୀକର ବିପରୀତ ମୁଁ ମାଗନ୍ତେ ରେ

ଧରଣୀମଣ୍ଡନା ! ସୁରସପଣ୍ଡିତା ! ସେହିମତି କଲୁ ମତେ ରେ

ଅଭିନ୍ନା !

ଧୀରେ ଆରମ୍ଭିଲି ରତି ରେ

ଧରି ଚୁମ୍ବନ ଦିଅନ୍ତେ ତୋ ଶ୍ରୀମୁଖେ

କି ଭଙ୍ଗିରେ କଲୁ ଗତି ରେ ।୧୯।

 

ନାସିକା ପୁଡ଼ା ଟେକିଲା କରି ତୁ ଯେ ହସି କହୁଥାଉ ବାଣୀ ରେ

ନାହିଁ ନ ପାରିବି ବୋଲି ଗେଲେ ବୋଲୁ ସୁରତି ମାଗିବା ଜାଣି ରେ

ଅଭିନ୍ନା !

ନିରତେ ତୋ ଭାବ ଗୁଣି ରେ

ନୟନୁ ନୀର ଝର ଝର ଝରଇ

ନରୁଚଇ ଅନ୍ନ ପାଣିରେ ।୨୦।

 

ପିଠିକରି ଦିନେ ପ୍ରିୟେ ! ଶୋଇନାହୁଁ ଏବେ ହେଲୁ ଏତେ ଦୂର ରେ

ପରଶୁପାଣି କରିବେ ସତେ ପଦ୍ମପାଦେ ଲଗାଇବି ଶିର ରେ

ଅଭିନ୍ନା !

ପାସୋର ନ ଯାଉ ଚିତ୍ତେ ରେ

ପୂର୍ବ ପୁଣ୍ୟ ଘେନି ସଙ୍ଗୀତପଠନି !

ପ୍ରାପତ ହୋଇଛୁ ମତେ ରେ ୨୧।

 

ଫେଡ଼ି ନୀବିବନ୍ଧ ବାନ୍ଧୁ ଥାଉ କେତେ ଦେଖି ହୋଉଥାଇ ସୁଖୀ ରେ

ଫାଟି ନ ଯାଇ ଚହିଛି ଛାର ଜୀବ ଏବେ ସେ ଛବି ନ ଦେଖି ରେ

ଅଭିନ୍ନା !

ଫୁଟୁଛି ହୃଦୟ ମୋର ରେ

ଫୁଲ କାଳକାଣ୍ଡ ସ୍ଥର ଦେଲା ଦଣ୍ଡ

ତୋ ବିନୁ ବନ୍ଧୁ ଏଥର ରେ ।୨୨।

 

ବୋଲୁ ଯେ ଥାଉ ପିଣ୍ଡରେ ପ୍ରାଣ ଥିଲେ ଏ ପ୍ରୀତି ନୋହିବ ଭିନ୍ନ ରେ

ବେଳକୁ ବେଳ ରଖିବ ନାହିଁ ପରା ବୋଲି କଲୁ ଆଲିଙ୍ଗନ ରେ

ଅଭିନ୍ନା !

ବିହି କଲା ଏତେ ସରି ରେ

ବୀଣାବଚନି ! ତୋ ବିନୁ ବିବାସରେ

ଏବେ ମରୁଅଛି ଝରି ରେ ।୨୩।

 

ଭାଜି ପଡ଼ୁଥାଇ ଲୋଟଣୀ ଜୁଡ଼ାରେ ସରୁ ଛୁରିଅନା ଗଭା ରେ

ଦିନେ ପରି ଫୁଲେ ଗଭା କରିଥିଲେ ଦିଶୁଥାଇ ମହାଶୋଭା ରେ

ଅଭିନ୍ନା !

ଭଲା ତୋ ସୁନ୍ଦରପଣ ରେ

ଭାବିଲେ ଭାବିନି ! ଦିବସ ରଜନୀ

ସରିବ ନିକି ତୋ ଗୁଣ ରେ ।୨୪।

 

ମାଜିଲା ମଦନମୁକୁର ପରାୟେ ବିରାଜୁଥାଏ ଶ୍ରୀମୁଖ ରେ

ମୁଁ ଦଣ୍ଡେ ଶ୍ରୀମୁଖ ବାରେ ନ ଦେଖିଲେ ମାଡ଼ି ପଡ଼ୁଥାଉ ଦୁଖ ରେ

ଅଭିନ୍ନା !

ମୃର୍ଚ୍ଛିବା ପଦାର୍ଥ ନୋହୁରେ

ମୁନିମୋହିନି ! ତୁ ମୋହୋଲାଗି ସିନା

ପରେ ପରାଭବ ସହୁ ରେ ।୨୫।

 

ଜୁଡ଼ା ଭାଙ୍ଗି ମୁଁ ଯେ ବେଣୀ କରୁଥାଇ ଜାନୁରେ ବସାଇ ଆଣି ରେ

ଜାଣୁମଣି ! ମନ ଜାଣି ଲାଜ ପାଉ ଥରେହେଁ ନ କହୁ ବାଣୀ ରେ

ଅଭିନ୍ନା !

ଯାହା ଚାହିଁ ମନ୍ଦେ ହସୁ ରେ

ଜମ୍ବୁନଦଗୋରି ! ଯେବେ ଲେଉଟିବି

ଅନ୍ତର ନୋହିଚି ପାଶୁ ରେ ।୨୬।

 

ରମ୍ଭା ମନୋରମା ରତି ତିଳୋତ୍ତମା ଶଚୀ ଆଦି ଯେତେ ନାରୀ ରେ

ରମଣି ! ତୋ ରଙ୍ଗାଚରଣ ତଳକୁ ଜଣେହେଁ ନୁହନ୍ତି ସରି ରେ

ଅଭିନ୍ନା !

ରସେ ରସାଇଛୁ ମୋତେରେ

ରସବତି ! ତୋହ ଘେନି ମୁଁ ରସିକ

ବୋଲି ବୋଲନ୍ତି ଜଗତେ ରେ ।୨୭।

 

ଲେଖି ଯେ ଥାଉ ଲେଖି ଲାକ୍ଷାରସରେ ନାଗରି ! ଅକ୍ଷରମାନ ରେ

ଲକ୍ଷେ ଥର ଶିରେ ଲଗାଇ ମୁଖରେ ଦିଅଇ ଲକ୍ଷେ ଚୁମ୍ବନ ରେ

ଅଭିନ୍ନା !

ଲୋଡ଼ିଲେ କେ ଦେବ ତୋତେ ରେ

ଲେଶେ ମୁଁ ପାଶରୁ ଅନ୍ତର ନୋହିବି

ଲେଉଟି ଆସିବି ଯେବେରେ ।୨୮।

 

ବିପରୀତ ଅନ୍ତେ ବେଶ କରି ତୋତେ ବସାଇଲେ ଆଣି କୋଳରେ

ବିନୟ ହୋଇ କର ଧରି ବୋଇଲି ଏବେ ହୋଉ ଆଉ ବେଳ ରେ

ଅଭିନ୍ନା !

ବଦନେ ଚୁମ୍ବନ ଦେଇ ରେ

ବୋଧ ନୁହ ବନ୍ଧୁ ଯେତେ ହେଲେ ବୋଲି

ବୋଇଲୁ ଗେଲାଇ ହୋଇ ରେ ।୨୯।

 

ଶରଦ ନିଶିରେ ଦିନେ ସରୋଜାକ୍ଷି ! ସ୍ତନାଙ୍ଗ ଚନ୍ଦ ହୋଇରେ

ସିନ୍ଦୁରୀ ଶାଢ଼ୀ ଉପରାଣ ଦେଇ ମୋ ଆଗେ ଉଭା ହେଲୁ ଯାଇ ରେ

ଅଭିନ୍ନା !

ସନ୍ତୋଷ ହେଲି ଅନାଇ ରେ

ଶରଧା କରି ଆଲିଙ୍ଗନ କରି ତୋ

ମୁଖେ ଚୁମ୍ବ ଦେଲି ନେଇ ରେ ।୩୦।

 

ଶିରୀଷଅଙ୍ଗୀ ଶ୍ରୀମୁଖ ମୋଡ଼ି ଦେଇ ଯାହା ବୋଲିଅଛୁ ହସି ରେ

ସେହିଦିନୁ ସେହି କଥା ଅହର୍ନିଶ ହୃଦେ ହେଉଥାଇ ଘୋଷି ରେ

ଅଭିନ୍ନା !

ସବୁ ସୁଖ ମୋର ତୁହି ରେ

ସତେ ମହାପ୍ରଭୁ ରଖି ଥିବେ ଶଙ୍ଖେ

ପୁରୋଇ ଚନ୍ତ୍ର ଘୋଡ଼ାଇ ରେ ।୩୧।

 

ସୁନ୍ଦର ତିଳକୁସୁମ ନାସାପୁଟେ ଶୋହେ ମୋତି ନାକଚଣାରେ

ସହଜେ କେଡ଼େ ସୁନ୍ଦର ଦିଶୁଥାଇ ଘଷାବସା କମ ଗୁଣାରେ

ଅଭିନ୍ନା !

ସଭିଙ୍କି ସଭିଏଁ ଜଣାରେ

ସୁକୃତ ନଥିଲା ଲୋକ ତା ଲୋକନ

କରିବା କଥା କି ଭଣାରେ ।୩୨।

 

ହୋଇ ସୁବେଶ ସୁରତ ସଦନରେ ମୋ ପାଶେ ହୋଉ ପ୍ରବେଶରେ

ହରି ଉରରୁ ବସନ ପରିରମ୍ଭ କଲେ ହେଉ ହସ ହସରେ

ଅଭିନ୍ନା !

ହରଷେ ମୋଗଳା ଭିଡ଼ୁରେ

ହେଲେ ରତିରସେ ଅଣାୟତ୍ତ ବଶେ

ଅଧରେ ଅଧର ପୀଡ଼ୁରେ ।୩୩।

 

କ୍ଷଣେ ନ ଦେଖିଲେ ଗବାକ୍ଷ ମାର୍ଗରେ ଚାହୁଁଥାଉଁ ମୋତେ ଆସିରେ

କ୍ଷପାକରମୁଖି ! ରଜନୀ ଦିବସେ ମୋକଥାରେ ଥାଉ ରସି ରେ

ଅଭିନ୍ନା !

କ୍ଷିତିମଧ୍ୟେ ତୁହି ସାର ରେ

କ୍ଷେମେ କହେ ବିପ୍ର ଦାଶରଥି ଦାସ

ତୋତେ ତୁହି ପଟାନ୍ତର ରେ ।୩୪।

Image

 

ବା ଚଉତିଶା

 

ହିନ୍ଦୁସ୍ତାନ ପରାଧୀନ ହେଲା ପରେ ସମାଜରେ ଓ ଧର୍ମ୍ମରେ ଯେଉଁ ବିଭ୍ରାଟ ଘଟିଲା ଭବିଷ୍ୟତ ବାଣୀ ରୂପେ ତାହା ଏହି ଚଉତିଶାରେ ବିବୃତ୍ତି ହୋଇଅଛି । ଚଉତିଶା ଯେ ବହୁ ପୁରାତନ ତାହା । ‘‘ମୁଗୁଲ ଖାଇବେ ଓଡ଼ିଶା ରାଇଜ’’ ଟଙ୍କାଟିକୁ ଧାନ ଭରଣେ ହୋଇବ’’ ଓ ‘‘ଛୟାଣୋଇ ସହସ୍ର ରାଜାଙ୍କ ଉପରେ ଓଡ଼ିଶା ରାଜା କରତା’’ ପ୍ରଭୃତି ପଂନ୍ତିମାନଙ୍କରୁ ବେଶ ପ୍ରତିପନ୍ନ ହେବ । ସୁଜଳା ସୁଫଳା ଗଜପତି ମୁଦ୍ରାଗନୀ ସ୍ୱାଧୀନ ଓଡ଼ିଶା ଯେତେବେଳେ ବିଶ୍ୱାସଘାତକଙ୍କ ଦୈରାତ୍ମ୍ୟରେ ସ୍ୱାଧୀନତା ହରାଇ ଧର୍ମ୍ମ ଓ ବିରବର ନ୍ତ୍ରମିକ ଲୋପର ଆଶଙ୍କା କରୁଥିଲା ସେତିକିବେଳେ ବୋଧହୁଏ କବି ଲୋକନାଥ (ଲୋକ)ଙ୍କ ତ୍ରସ୍ତ ତଦୟ ଚଉତିଶା ବିବୃତ ବିଭୀଷିକାମୟ ପତନର ସ୍ୱପ୍ନ ଦେଖିଥିଲା । ପୂର୍ବରୁ କହିଅଛୁଁ ଯେ ଚଉତିଶାରେ ନାନା ବିଚିନ୍ତ୍ରତା ଫୁଟାଇବା ଓଡ଼ିଆ କବିଙ୍କର କବିତା ଚାହୁରୀରୁ ଅନ୍ୟତମ ଥିଲା । ପଦ ଶେଷରେ ବା’ ଲଗାଇବା ଏହି ବିଚିନ୍ତ୍ରତାରୁ ଗୋଟିଏ ।

 

କହନ୍ତି ଯୁଜେଷ୍ଠି ସହଦେବ ରାଇ ଶୁଣ ତୁମ୍ଭେ ମନ୍ତ୍ରୀବର !

କଳିଯୁଗରେ ଯେ ଦେବତା ବ୍ରାହ୍ମଣ କେମନ୍ତ ଅଟେ ଆଚାର ବା

କହ କଳିଯୁଗ କଥା

କହ ଫେଡ଼ି ହୃଦୁ ମନୁ ବ୍ୟଥା ବା ।୧।

 

ଖଡ଼ି ଧରିଣ ସହଦେବ ବୋଲନ୍ତି ଶୁଣ ତୁମ୍ଭେ ନୃପବର

କ୍ଷଣେ ରାଜା ପରଜାଙ୍କ ଦୟା ନୋହିବ ବହିଣ ନେବେ ସକଳ ବା

ଖନ୍ଦ ଥାଉଁ ଶାଧୁଥିବେ କର

କ୍ଷଣେ ପରଜା ଦେବେ କାହାର ବା ।୨।

 

ଗାରଡ଼ୀ ମନ୍ତର ପଢ଼ିବେ ବ୍ରାହ୍ମଣେ ଗାୟନ୍ତ୍ରୀ ମନ୍ତ୍ରକୁ ଛାଡ଼ି

ଗଉଡ଼ମାନେ ବୈଷ୍ଣବ ବୋଲାଇବେ ଗାଈ ପେଟରୁ ବାଛୁରୀ କାଢ଼ି ବା

ଗୁରୁ ନମାନିବେ ଆଉ ଶିଷ୍ୟ

ଗୁରସ୍ତଙ୍କୁ ନାରୀ ଦେବେ ବିଷ ବା ।୩।

 

ଘରେ ଘରେ ସବୁ ମିଛ ଉପୁଜିବ କେହି ନ କହିବେ ସତ

ଘେନିବେ ବ୍ରାହ୍ମଣେ ମୃତ୍ୟୁଶବଦାନ ନେଚ ଲୋକକୁ ପଡ଼ିବେ ହାଥ ବା

ଘୃତ ନ ଦେବେଟି ଅଗ୍ନି ମୁଖ

ଘରେ ଘରେ ମାଗୁଥିବେ ଭିଜ ବା।୪।

 

ନେଚ ଲୋକମାନେ ଉଚ୍ଚରେ ଉଠିବେ କଉଡ଼ିରେ କରି ପ୍ରୀତି

ନେଚ ଉଚ୍ଚ ଦୁହେଁ ସରିସମ ହେବେ ନ କରିକେ ଭୟ ଭ୍ରାନ୍ତି ବା

ନିଜ ଭ୍ରାଥାକୁ ଛାଡ଼ିବେ ନାରୀ

ନିଆଁ ଗିଳିବେ ସାହାସ କରି ବା।୫।

 

ଚିତା ପଇତା ତମ୍ବାଗଡ଼ୁ ଛତା ଚାରିବେଦ ଅଧିକାରୀ

ଚଉତରାୟେ ଚଉଧୁରୀ ହୋଇବେ ମଦ୍ୟପଙ୍କ ସଙ୍ଗେ ସରି ବା

ଚିତ୍ତେ ନୋହିବ ଯେ ଭୟଭ୍ରାନ୍ତି

ଚଣ୍ଡାଳ ବ୍ରାହ୍ମଣ ସଙ୍ଗେ ପ୍ରୀତିବା ।୬।

 

ଛତ୍ତ୍ରି ଲୋକମାନେ ସଂଗ୍ରାମକୁ ଯାଇ ଜୀବକୁ କରିବେ ଆଶ

ଛରୁନ୍ଦେ ରଣେ ବଇକୁଣ୍ଠ ପ୍ରାପତ ଛାଡ଼ି ପଳାଇବେ ରଣ ଯଶ ବା

ଛଳେ ନୋହିବେ କେ ଛତ୍ତ୍ରିପଣ

ଛତ୍ତ୍ରି ହୋଇଣ ଛାଡ଼ିବେ ରଣ ବା ।୭।

 

ଜାତି ଅଜାତି ଏକକାର ହୋଇବ ଘରେ ଘରେ ହେବ ଭାଟି

ଜଉତିଷମାନେ ଲଗ୍ନ ନ ଜାଣିବେ ଜଳ ଅକାଳେ କରିବେ ବୃଷ୍ଟି ବା

ଜୀବ ଜନ୍ତୁରେ ନ ଥିବ ଦୟା

ଜଗନ୍ନାଥେ କରିଛନ୍ତି ମାୟା ବା ।୮।

 

ଝିଅ ବିଭାକରି କଉଡ଼ି ଘେନିବେ ତହିଁ ନ ସରିବ ଦିନ

ଝିଅର କଉଡ଼ି ଝିଅ ଘେନିଯିବ ସଂସାରେ ବୋଲିବେ ହୀନ ବା

ଝଳି ସୁବର୍ଣ୍ଣ ଦିଶେ ଯେସନ

ଝିଅ ନ ଦେବେଟି କନ୍ୟା ଦାନ ବା ।୯।

 

ନିସତ ହୋଇବେ ନିୟମ କରିବେ କେହି ନ କହିବେ ସତ

ନବ ଯୁବାସ୍ତିରୀ ଘରେ ଥାଉ ଥାଉ ବିଟପୀ ସ୍ତିରୀକି ଚିତ୍ତ ବା

ନ କରିବେ ବୁଝାମଣା ରାଜା

ନିଶ୍ଚେ ମରିବେ ଗୋ ଜନ୍ତୁ ପ୍ରଜା ବା ।୧୦।

 

ଟାହି କରିବେ ଶୁଦ୍ର ଯେ ବ୍ରାହ୍ମଣଙ୍କୁ ଟେକିଛି ଯେଉଁ ସାହାଶ୍ର

ଟଙ୍କାଟିକୁ ଧାନ ଭରଣେ ହୋଇବ ନ ମିଳିବ ଅନ୍ନ ବସ୍ର ବା

ଟେକି କହ କିନା ଧର୍ମରାୟେ

ଟେକି ଅଛି ଯେଉଁ ଦେବତାଏ ବା ।୧୧।

 

ଠାକୁର ଯୁଜେଷ୍ଠି କର୍ଣ୍ଣ ଛୁଇଁ ଉଠି କି ବୋଇଲୁ ବାପ ଭାଇ

ଠାକୁରପଣ ପଛେ ନୋହିବ କଳିଯୁଗେ କାର୍ଯ୍ୟ ନାହିଁ ବା

ଠିକେ କହସି ମୋର ଆଗରେ

ଠାକୁର ପଣ ପଛେ ହୋଉ ଦୂର ବା ।୧୨।

 

ଡରିବେ ନାହିଁ ବୋହୁମାନେ ଶାଶୁଙ୍କୁ ଅନ୍ୟାଚାରେ ଦେବେ ଗାଳି

ଡଙ୍କୁଣୀ ଡାଇଣୀ ବାଦେ ଲାଗିଥାଇ ଘରେ କରୁଥାଇ କଳି ବା

ଡର ନୋହିବ ପିତା ମାତାଙ୍କୁ

ଡେଇଁ ଯିବେଟି ଶିଷ୍ୟ ଗୁରୁଙ୍କୁ ବା ।୧୩।

 

ଢାଳେହେଁ ବ୍ରାହ୍ମଣେ ସନ୍ଧ୍ୟା ନ କରିବେ ଅବିଦ୍ୟା ପାଠ ପଢ଼ିବେ

ଢମ କହୁଥିବେ ରାନ୍ଧୁଣିଆ ପଣେ ଶୁଦ୍ରଙ୍କ ସଙ୍ଗେ ବସିବେ

ଢାଳେ ପାଣି ଝରି ଘେନି ଛତା

ତମେ ବୋଲେ ରାଜା ନମହତା ବା ।୧୪।

 

ଅହଂକାର ମନୁ ଦଣ୍ଡେହେଁ ନ ଯିବ ନିରନ୍ତରେ ମନେ ଦୁଖ

ଆପଣା ସ୍ତିରୀକି ପରି ନେଉଥିବ ଚାହୁଁ ଥିବେ ତାର ମୁଖ ବା

ଅଣ ଅପ୍ରାଧ ହୋଇବେ ନାରୀ

ଅଣ ଆୟତ୍ତ ନୋହେ କାହାରି ବା ।୧୫।

 

ତିନି ତିନି ବର ଏକା ଯୁବତୀର ଲାଜକୁ ନ ଥାଇ ଡ଼ର

ତିନି ଛାଡ଼ି ଚାରି ଗୁରସ୍ତ ହୋଇଲେ ପୁଣି ଦ୍ୱିତୀୟ ସ୍ୱୟମ୍ବର ବା

ସ୍ତିରୀ ନ ମାନିମେ ପୁରୁଷଙ୍କୁ

ଚାରି ଗୁରସ୍ତ ଏକା ଜଣକୁ ବା ।୧୬।

 

ଥୋଇଲା ମାଇପ ଘର ଯେ କରିବେ ବ୍ୟାହୀ ମାଇପକୁ ଛାଡ଼ି

ଥାନୀ ଲୋକମାନେ ଥାନ ଛାଡ଼ିଯିବେ ବିଥାନୀ ବସିବେ ମାଡ଼ି ବା

ଥୟେ ନୋହିବ କାହାର ବୁଦ୍ଧି ।

ଥେଣ୍ଟ ଗଣ୍ଠିଆ ଖାଇବେ ରୁଦ୍ଧ ବା ।୧୭।

 

ଦିଅର ଭାଉଜ ଘର ଯେ କରିରେ ଗୁରସ୍ତ ହେବ ପୋଇଲା

ଦାଉଣ୍ଡି ବଳଦ ମୁହଁ ବାନ୍ଧିଥିବେ, ବ୍ରାହ୍ମଣେ କରିବେ ମାୟା ବା

ଦିନ ନ ସରେ ଦିନ ମୂଲିଆ

ଦୁଇ ପହରକୁ ଠିଆ ଠିଆ ।୧୮।

 

ଧର୍ମ ଲୋକମାନେ ଅଧର୍ମକୁ ଯିବେ କାହାଣକେ ନେବେ ପଣେ

ଧର୍ମ ତହିଁ ଅଛି ଅଢ଼ାଇ ବୋଡ଼ିକି ସମସ୍ତେ ଜଣେ ଜଣେ ବା

ଧରି ନେବେଟି ଚିକିଣି ଟଙ୍କା

ଧର୍ମ କାହାକୁ ନୋହିବ ସଖା ବା ।୧୯।

 

ନ ଶୁଣିମେ ରାଜା ପରଜା ଗୁହାରୀ ନିଶ୍ଚେ ମରିବେ ଗୋ ଜନ୍ତୁ

ନିସତେ ଖନ୍ଦ ପରଜା ହସ୍ତେ ଦେଇ କରିବେଟି ହନ୍ତୁ ସନ୍ତୁ ବା

ନାହିଁ ଚୋରକୁ ଏମନ୍ତ ଶାସ୍ତି

ନକ୍ଷେ ଉପୁଜାଇ ହେବେ କଷ୍ଟୀ ବା ।୨୦।

 

ପୋଇଲୀ ମାଇପ ପଡ଼ି ଲେଖିଦେବ ପଡ଼ିଆକୁ ନେବେ କର

ବୁଢ଼ା ବୁଢ଼ୀକି ବାହାର କରି ଦେଇ ପୁଅ ବୋହୂ କରିବେ ଘର ବା

ପୁଅ ବାପକୁ କରିବେ ଲୋକ

ପାପ ପୁଣ୍ୟକୁ ନଥିବ ଦକ ବା ।୨୧।

 

ଫଳିବ ନାହିଁଟି କଉଁ କୃଷି କିଆରୀ ବିକାରେ ହୋଇବ ଟାଣ

ଫନ୍ଦାକଲେ ଫଳ ଯାକ ନ ଅଣ୍ଟିବ ସାହୁକୁ ନ ଦେବେ ଋଣ ବା

ଫଳ ଜଗୁଁ ଜଗୁଁ ନ ରହିବ

ଫୁଲ ଫୁଟିଲେ ଫଳ ନୋହିବ ବା ।୨୨।

 

ବିଧବା ବ୍ରାହ୍ମଣୀ ପେଟପୋଡ଼ା ଖାର ଶୂଦ୍ରଙ୍କ ସଙ୍ଗତେ ରତି

ବ୍ରାହ୍ମଣମାନେ ଅନ୍ୟାଚାର ହୋଇବେ ନୀଚ ସଙ୍ଗତେ ପୀରତି ବା

ବେଦ ଛାଡ଼ିଣ ବ୍ରାହ୍ମଣେ ଚାଷୀ

ବହୂ ମାରିବେ ଶାଶୁଙ୍କୁ ପଶି ବା ।୨୩।

 

ଭାଇ ବହୂ ଦେଢ଼ଶୁର ନ ମାନିବେ ପେଲି କହୁଥିବେ କଥା

ଭଣ୍ଡାରୀମାନେ ଚଉଧୁରୀ ହୋଇବେ ଶୂଦ୍ର ହେବେ ନମହତା ବା

ଭଜ ନୀଳାଚଳପତି ଏକା

ଭଣେ ପାମର ଅର୍କ୍ଷିତ ଲୋକା ବା ।୨୪।

 

ମୁଗୁଲ ଖାଇବେ ଓଡ଼ିଶା ରାଇଜ ଯୁଜେଷ୍ଟି ଅଛନ୍ତି ଦେଇ

ମଲେଟି ପରଜା ହନ୍ତୁସନ୍ତୁ ହୋଇ ଭ୍ରଥଙ୍କର ଶାପ୍ୟ ପାଇ ବା

ମାତା ପିତା ନ ମାନିବେ ପୁଅ

ମାଇପଙ୍କଠାରେ ବଡ଼ ସ୍ନେହ ବା ।୨୫।

 

ଯୁବାସ୍ତିରୀ ବାପ ଘରରେ ଛାଡ଼ିଣ ଦାଣ୍ଡେ କହିବେ ବଡ଼ାଇ

ଜପ ନ କରିବେ ଧର୍ମ୍ମ ନ କରିବେ ଭିକାରୀ ଭିକ ବୁଡ଼ାଇ ବା

ଯୋଗ ଜଉତିଷ ନ ଜାଣିବେ

ଜଳ ଅକାଳେ ବୃଷ୍ଟି କରିବେ ବା ।୨୬।

 

ରାଜା ନ ଶୁଣିବେ ପରଜା ଗୁହାରୀ ମନ୍ତ୍ରୀଙ୍କି ରାଇଜ ଦେଇ

ରାଇଜ ଯାକ ବାହାପିଆ ଖାଇବେ ଚିଠିପନ୍ତ୍ରମାନ ବହି ବା

ରାଜା ଜଗନ୍ତ୍ର ଯାକରେ ପତି

ରାଜା ଯୁଯେଷ୍ଠି ପ୍ରଭୁ କହନ୍ତି ବା ।୨୭।

 

ଲୋଭରେ ପ୍ରାଣୀ ଛଟ ପଟ ହୋଇବେ ଜଳମୀନ ପାୟେ ହୋଇ

ଲେଖାଲେଖି ଏକା ଦିନକେ ସରିବ ପାପ ପୁଣ୍ୟେ ଭୟେ ନାହିଁ ବା

ଲୁହା କଳଙ୍କ ଲାଗିଣ ଭସ୍ମ

ଲୋଭ ଲାଗି ପ୍ରାଣୀ ଯିବେ ନାଶ ବା ।୨୮।

 

ବଇଦମାନେ ବ୍ୟାଧିକି ନ ଚିହ୍ନିଣ ମଳୁକୁ କରିବେ ହେଳା

ବିଶ୍ୱାସ ଲୋକେ ଅବିଶ୍ୱାସ ହୋଇବେ ମିଛେ କରିଥିବେ ମେଳା ବା

ବିଷ ବିଶ୍ୱାସ କଲେଣ ଖାଇ

ବୁଦ୍ଧିକୁ ଭୁଲିଣ ଭ୍ରମି ମରଇ ବା ।୨୯।

 

ସହଦେବ କହେ ଶୁଣ ଧର୍ମରାୟେ କଳିଯୁଗର ଏ ଗତି

ସହସ୍ରେ ବରଷ କଳି ଭୋଗ ହେଲା ଧରାଇଣ ଦଣ୍ଡଛତି ବା

ଶୁଣି ମଉନ ଯୁଯେଷ୍ଠି ରାୟେ

ସଭା ମଧ୍ୟରୁ ଶୂନ୍ୟକୁ ଚାହେଁ ବା ।୩୦।

 

ସହଦେବଙ୍କୁ ଯୁଯେଷ୍ଠି ଆଜ୍ଞାଦେଲେ ଶୁଣ ତୁମ୍ଭେ ମନ୍ତ୍ରୀବର

ସକାଳ ଯେ ମୋତେ ଦର୍ଶନ କରିବ ତାକୁ ଦେବି ରାଜ୍ୟଭାର ବା

ସଜ କରିଣ ଆଣ ଅଶ୍ୱକୁ

ଶାଢ଼ୀ ଦେଲେ ଡ଼ିଲୀ ପାଇଛାକୁ ବା ।୩୧।

 

ସ୍ନାହାନ ନିମନ୍ତେ ସୁବର୍ଣ୍ଣ ଗରାରେ ଆପଟେ ଆଣିଲେ ପାଣି

ଶାଢ଼ୀ ଦେଲେ ତାଙ୍କୁ ଗଜପତି ପଣେ ଯୁଯେଷ୍ଠି ଯେ ନୃପମଣି ବା

ଶାଢ଼ୀ ହେଇ ବୈକୁଣ୍ଠକୁ ଗଲେ

ସଙ୍ଗତରେ କାହାକୁ ନ ନେଲେ ବା ।୩୨।

 

ହରି ହରି ବୋଲି ଶୁଭିଲା ଶବଦ ଯୁଯେଷ୍ଠି ସ୍ୱର୍ଗ କୁ ଗଲେ

ହେମ ସେତବନ୍ଧ ଗଉଡ଼ କର୍ଣ୍ଣାଟ ଓଡ଼ିଶା ରାଜାଙ୍କୁ ଦେଲେ ବା

ହସ୍ତୀ ମଣ୍ଡିଳେ ଧବଳ ଛକି

ହରିଶରଣ ଧର୍ମ ନୃପତି ବା ।୩୩।

 

ଛପନ କୋଟି ଜୀବଜନ୍ତୁ ଉପରେ ଜଗନ୍ନାଥ ପ୍ରଭୁଦାତା

ଛୟାଣୋଇ ସହସ୍ରେ ରାଜାଙ୍କ ଉପରେ ଓଡ଼ିଶା ରାଜା କରତା ବା

କ୍ଷଣେ ଚିନ୍ତା କରେ ପଦ୍ମମୁଖ

ଛାର ଲୋକା ବୋଲେ ମୋତେ ରଖ ବା ।୩୪।

Image

 

ବା ଚଉତିଶା

 

ବିପ୍ର କପିଳଙ୍କ ଏ ବା ଚଉତିଶା ଲୋକନାଥଙ୍କ ବା ଚଉତିଶାର ଅନୁକରଣରେ ଲିଖିତ । ହେଲେ ଦୁହିଁଙ୍କ କବିତାର ବିଷୟ ବିଭିନ୍ନ । ଭାଷାରୁ ଜଣାଯାଏ ଏ ବା ଚଉତିଶା ମଧ୍ୟ ଖୁବ୍‌ ପୁରାତନ-

 

କରୁଣାସାଗର କମଳାଙ୍କ ବର କରେ ଶଙ୍ଖଚନ୍ତ୍ର ଧରି

କୋଟି କନ୍ଦର୍ପ ଲାବଣ୍ୟ ବୀରରୂପେ ଦନୁଳକୁଳ ନିବାରି ବା

(ତୁମ୍ଭ) କଢ଼ି କୁସୁମରେ ଚୁଳ

କର୍ଣ୍ଣେ ଶୋହିଛି ରତ୍ନକୁଣ୍ଡଳ ବା ।୧।

 

ଖେଡ଼ଘର କରି ଦେବଚନ୍ତ୍ରଧାରୀ ରୋଗେ ଲଗାଇଲ କେଳି

ଖୁମାଣ ପଣେ ଅଙ୍ଗେ ଅନ୍ଧ ବିପ୍ର କୁମର ଶ୍ରୀଅଙ୍ଗେ ମାଇଲା ଧୂଳି ବା

(ତୁମ୍ଭେ) କ୍ଷୀରସିନ୍ଧୁ ମଧ୍ୟେ ଥାଅ

ଖେଳୁ ଅନ୍ଧକୁ ଲୋଚନ ଦିଅ ବା ।୨।

 

ଗହନ ବନେ ଭାବନ୍ତି ମୁନିମାନେ ଗତାଗତି ଅବା ବହି

ଗୋବର୍ଦ୍ଧନ ଧରି ଗୋପକୁ ରଖିଲ ଗୁଣମଣି ଭାବଗ୍ରାହୀ ବା

(ତୁମ୍ଭ) ଗିରିଧର ନାମ ତେଣୁ

ଗ୍ୟାନୀ ନାମ ଅଛନ୍ତି ବଖାଣ ବା ।୩।

 

ଘୋଟିଛି ବ୍ରହ୍ମାଣ୍ଡ ଘୋର ନବଖଣ୍ଡ ନାମର ଯେ ଫଳାଫଳ

ଘେନି ରାଧିକାକୁ ଯେତେ ଭାବ କଲ ନବୀନ ବାଳଗୋପାଳ ବା

(ତୁମ୍ଭେ) ଘୋରବନେ ଥାଅ ରହି

ଘୃତ ଲବଣୀ ଖାଅ ଚୋରାଇ ବା ।୪।

 

ନାସିକା ବିଧାନ ତିଳ କୁସୁମେଣ ନୀଳମେଘ କାନ୍ତି ଶୋହେ

ନେତକ ଉପରେ ପତନୀ ଗଉଛି ରୂପେ ଯୋଗୀଜନ ମୋହେ ବା

ତୁମ୍ଭେ ନାରାୟଣ ନିରାକାର

ନାମ ଜପନ୍ତି ବ୍ରହ୍ମା ଶଙ୍କର ବା ।୫।

 

ଚମ୍ପା ନାଗେଶ୍ୱର ଚୂଳକୁ ସୁନ୍ଦର ଚିତ୍ତ ହରିନେଲେ ମୋର

ଚନ୍ଦନ ପାଟି ଜଗତ ମୋହୁଅଛି ଚଞ୍ଚଳା ଦେବୀଙ୍କ ବର ବା

(ତୁମ୍ଭ) ଚଞ୍ଚଳ ବଦନ କଳା

ଚାହିଁ ପଡ଼ିଣ ମଲା ମଉଳା ବା ।୬।

 

ଛୁରୀ ବୀରନେତ ଛନ୍ତ୍ରୀ ପଡ଼ାମତ ଛଛନ୍ଦ ଚାହାଁଣୀ ଦେଖ

କ୍ଷୀର ସଙ୍ଗତେ ଯେ ପୁତନା ଶୋଷିଲ ଛେଦିଲି ସଂସାରଦୁଃଖ ବା

(ତୁମ୍ଭେ) ଛେଦିଲ ସ୍ତିରୀର ନାସା

ଛାର ତରୁତଳେ କର ବସା ବା ।୭।

 

ଜଗତଜୀବନ ଯଶୋଦା ନନ୍ଦନ ଯୁବତୀକୁଳଧାରଣ

ଯନ୍ତୁପତି ଯାର ନାମକୁ କିଙ୍କର ଯୁଯେଷ୍ଠି ରାଜାଙ୍କ ପ୍ରାଣ ବା

(ତୁମ୍ଭେ) ଜୀବନ ଦେଲ ପାଷାଣ

ଯାନ୍ତେ ଜଗି ଅସୁରୀକି ହାଣ ବା ।୮।

 

ଝଟ ଝଟ ମୁଖ ନିରେକ୍ଷିଣ ଦୁଖ ଝମଣ୍ଟକେ ଯାଇ ମନୁ

ଝାଡ଼ର କୁସୁମ ନୀଳ ଶୋଭାବନ ଚତୁସମ ଲାଗି ତନୁ ବା

(ତୁମ୍ଭେ) ଝାମ୍ପି ମାଇଲ ଅସୁର

ଝିଅ ନେଲଟି ବଳେ ରାଜାର ବା ।୯।

 

ନବଘନଶ୍ୟାମ ନାହିଁ ଅନୁପାମ ଶରଣ ରକ୍ଷଣ ବାନା

ନଷ୍ଟ ଦାରୁଣ ଦୁଶାସନ ଆଗେଣ ଦ୍ରୁପତୀକି ବଜସେଭା ବା

(ତୁମ୍ଭେ) ନନ୍ଦକୁ ଆଣିଲ ଜଳୁ

ନବ ଯୁବତୀ ରଖ ଅନଳୁ ବା ।୧୦।

 

ଟାକିଛନ୍ତି ଯାକୁ ବ୍ରହ୍ମାଦି ଈଶ୍ୱର ପାଦପଦ୍ମେ କରି ଲଏ

ଟେକି ଶ୍ରବଣ ଗଜକୁ ନିସ୍ତାରିଲ ଦେବତାଙ୍କୁ ଦେବରାଏ ବା

(ତୁମ୍ଭ) ଟାଣପଣ ସବୁ ଦିନେ

ଟାହି ରସନ୍ତ୍ରୀଡ଼ା ବୃନ୍ଦାବନେ ବା ।୧୧।

 

ଠାକୁର ହୋଇ ଏଡ଼େ ମାୟା ହୃଦରେ ଠାବ କଲି ଏତେକାଳେ

ଠକ ଭଣ୍ଡପଣେ ନାଚିଲ ଆପଣେ ଗୋପୀ ବୋଲେ ଭୂତମେଳେ ବା

(ତୁମ୍ଭ) ଠାବ ନିଜ ନୀଳଗିରି

ଠିକେ ଦନୁଜ ବଳ ନିବାରି ବା ।୧୨।

 

ଡମ୍ବରୁଧର ଆଗେ ଧରି ଚାମର ଭାଙ୍ଗିଲ ତାଙ୍କର ଦର୍ପ

ଡେଇଁ କାଳନ୍ଦିରେ ମହିମା ରହିଲା ମର୍ଦିଲ କାଳିଆ ସର୍ପ ବା

(ତୁମ୍ଭେ) ଡାକ ମୁରଲୀ ବଜାଇ

ଡାକି ମୋହିଲ ଗୋପର ଗୋଈ ବା ।୧୩।

 

ଢଳହଳ ଦିଶେ ଶ୍ରୀରଙ୍ଗା ଅଧର ଢ଼ୋକିଲା ଅମୃତ ଜାଣି

ଢମ କହୁନାହିଁ ପ୍ରାଣରୁ ଅଧିକ ନନ୍ଦସୁତ ଚନ୍ତ୍ରପାଣି ବା

(ତୁମ୍ଭ) ଢାଳ ଚାହାଣୀକି ଦେଖି

ଢଳହଳ ଦିଶେ ଚକା ଆକ୍ଷି ବା ।୧୪।

 

ଅଣ ଆବୃତି ଯେବଣ ତିନି ମୂର୍ତ୍ତି ଆନନ୍ଦେ ଦେଖନ୍ତି ନର

ଅନେକ ଭୋଗ ନାନା ବର୍ଣ୍ଣେ ଭୁଞ୍ଜନ୍ତି କେ ତାହା କରିବ ପାର ବା

(ତୁମ୍ଭେ) ଆଣିଲ ଗୁପତେ ମଣି

ଅଣହେଳା ଯେ କଲ ଘରଣୀ ବା ।୧୫।

 

ତୁଳସୀ ମାଳ ଯା କଣ୍ଠେ ଲମ୍ବିଅଛି ତଲେକର ମନ ଦେଇ

ତ୍ରୈଲୋକ୍ୟ ଠାକୁର ତ୍ରାହି କି ନକର ତାଙ୍କ ବିନୁ ଠାବ ନାହିଁ ବା

(ତୁମ୍ଭେ) ତରକି ଚିରିଲ ବକା

ତାଳବନେ ମାଇଲ ଧେନୁକା ବା ।୧୬।

 

ଥାବର ଜଙ୍ଗମ ଏ କୀଟ ପତଙ୍ଗ ହୋଇଅଛଇ ଯାର ହୃଦ

ଥିରକରି ମାଏ ଗର୍ଭକୁ ଚାହିଁଲେ ଦେଖିଣ ହେଲେ ବିଷାଦ ବା

(ତୁମ୍ଭେ) ଥିଲ ନନ୍ଦଘରେ ରହି

ଥିଲେ ରୋଳେ ଯଶୋଦା ଖଟାଇ ବା ।୧୭।

 

ଦୀନଜନବନ୍ଧୁ ନାମ କୃପାସିନ୍ଧୁ ଦରିଦ୍ର ଲୋକଙ୍କ ଧନ

ଦାସ ସୁଦାମ ଯା ପ୍ରାଣରୁ ଅଧିକ ଫେଡ଼ିଲ ତାଙ୍କର ମାନ ବା

(ତୁମ୍ଭେ) ଦେଲ ଲଙ୍କାକରି ହତ

ଦୁଖୀ ଦରିଦ୍ର ବ୍ରାହ୍ମଣ ମିତ ବା ।୧୮।

 

ଧନ୍ୟ ଶୋଭା ପାଇଁ ବିସ୍ତାର ବଇଠି ଧନ୍ୟ ଶୋଭା ତାଙ୍କ ବୁକୁ

ଧରିବ ଅବା କଉଁ ମୁନି ଧଇର୍ଯ୍ୟ ଧରଣୀ ଧର ରୂପକୁ ବା

(ତୁମ୍ଭେ) ଧଇର୍ଯ୍ୟ ମହିମା ମେରୁ

ଧରି ଗଲଟି ଦୈତ୍ୟ ହସ୍ତରୁ ବା ।୧୯।

 

ନାନାରତ୍ନ ନେତ ଶ୍ରୀଅଙ୍ଗେ ମନାଇ ଦୀପ ମୂଳରେ ନ୍ତ୍ରିଭଙ୍ଗୀ

ନାଗରୀ ଜୀବନ ଶ୍ରୀ ମଧୁସୂଦନ ଗୋପାଳପୁଅଙ୍କ ସଙ୍ଗୀ ବା

(ତୁମ୍ଭ) ନାମର ଅନ୍ତ ନ ପାଇ

ନିଆଁ ଗିଳିଲ ଗୋପାଳ ପାଇଁ ବା ।୨୦।

 

ପରମ ପୁରୁଷ ଦାସଙ୍କ ବିଶ୍ୱାସ ପଥକୁ ସମ୍ବଳ ନାମ

ପିଠା ପଣାନାମେ ଅମୃତ ପୁରିଛି ନାମକୁ ଶଙ୍କର ଯମ ବା

(ତୁମ୍ଭ) ପୀତବସନ କଟିରେ

ପକ୍ଷୀ ରଖିଲ ରଣ ଭୂମିରେ ବା୨୧।

 

ଫାଇ ମୋଟ ଦେହ ଫେଡ଼ନ୍ତି ସନ୍ଦେହ ଫୁଲେ ଅଙ୍ଗ ଅଛି ଲୁଚି

ଫୁରୁଣା ହୋଇ ଅଯୋଧ୍ୟାକୁଆସ ପର୍ଶୁଧନୁ ଭାଙ୍ଗିଲ ଆମଞ୍ଚି ବା

(ତୁମ୍ଭେ) ଫାଲବଳେ ଅଟେ ବଡ଼

ଫାଇ କପି ଘେନି ଲଙ୍କା ବେଢ଼ ବା ।୨୨।

 

ବୃନ୍ଦାବନେ ପଶି ମନ୍ଦମନ୍ଦ ହସି ବିଚାର କରନ୍ତେ ବସି

ବୃନ୍ଦାବତୀ ନିଜ କନ୍ଧରେ ବସାଇ ବୁଲିଲେ କରୁଣାରାଶ ବା

(ତୁମ୍ଭେ) ବେଭାରେ ରସିକ ମତ୍ତା

ବସି ଚରଣେ ଦିଅ ଅଳତା ବା ।୨୩।

 

ଭଲା ବେନି ଭୁଜ ହୋଇଅଛି ଭଜ ଭଗତ ଜନଙ୍କ ପାଇଁ

ଭାବଗ୍ରାହୀନାଥ ଭୁଜ ଟେକିଛନ୍ତି ଶରଣ ପଶିବା ପାଇଁ ବା

(ତୁମ୍ଭଙ୍କୁ) ଭୋଳାନାଥ କରେ ପୂଜା

ବିଭୀଷଣ ଲଙ୍କେକଇ ରାଜା ବା ।୨୪।

 

ମହିମା ଅସୀମ ପ୍ରଭୁ ପୀତବାସ ମହାଘୋର ଦୁଖଃ ଫେଡ଼ି

ମତ୍ତ ଗଜଦନ୍ତ ଭୁଜରେ ଉପାଡ଼ି କନ୍ଧରେ କଲ ଲଉଡ଼ି ବା

(ତୁମ୍ଭେ) ମାୟାଧର ଆଦିକନ୍ଦ

ମାଲ ମାରି ମଥୁରାରେ ଦ୍ୱନ୍ଦ ବା ।୨୫।

 

ଯେତେ ଜୀବଜନ୍ତୁ ଯେଣେ ଥିବେ ଥାନ୍ତୁ ଜଗନ୍ନାଥରେ ଶରଣ

ଜୀଆଇ ଦେଲେ ଆପଣା ଗୁରୁ ପୁତ୍ର ତିନି ଭୁବନେ ପୁରାଣ ବା

(ତୁମ୍ଭେ) ଜଗ ଗୋପପୁର ବାଟ

ଯହିଁ ରସିକ ପଣକୁ ଘଟ ବା ।୨୬।

 

ରସିକ କାଳିଆ ଗୋପୀଙ୍କ ମେଳିଆ ରଙ୍ଗେ ବୃନ୍ଦାବନେ ବିଜେ

ରତ୍ନ କଠାଉ ଚରଣେ ଶୋଭାବନ ରୂପ କୋଟି କାମ ଗଞ୍ଜେ ବା

ତୁମ୍ଭେ ରଙ୍ଗ କୁସୁମକୁ ରସି

ରଖ ଜଳରେ ଗର୍ଭରୁ ଋଷି ବା ।୨୭।

 

ଲଙ୍ଗଳଧର ଠାକୁର ବଳୀବର ଳକ୍ଷେ ଲୀଳା ଶିରୋମଣି

ଲକ୍ଷ ଦେବାକୁ କେଉଁ ପ୍ରଭୁ ଅଛନ୍ତି ଶିରରେ ସପତ ଫେଣି ବା

ତୁମ୍ଭେ ଲଙ୍ଗଳେ ତାଡ଼ ହସ୍ତିନା

ଲୀଳା ଭାବକୁ ସଂସାର ସିନା ବା ।୨୮।

 

ବଶିଷ୍ଠ ନାରଦ ବେଦ ବ୍ୟାସ ଆଦି ସେବନ୍ତି ଯଉଁ ଚରଣ

ବାଇ କରାଇଲା ବ୍ରାହ୍ମଣ ଯୁବତୀ ବନେ ଭୋଜି ଭିଆଇଣ ବା

ତୁମ୍ଭ ବଜ୍ରଧରତୁଲେ ବାଦ

ବାହୁବଳେ ଦଶଶିର ଛେଦ ବା ।୨୯।

 

ସହଶ୍ରେ ନାମ ଯେଉଁ ନାମେ ବିଶ୍ରାମ ଶୁଣିଲେ ତରନ୍ତି ନର

ସାମବେଦକୁ ସନ୍ତୋଷ ଭାବଗ୍ରାହୀ ସୀତାପତି ରଘୁବୀର ବା

ତୁମ୍ଭ ସୁନ୍ଦର ପଣକୁ ରସି

ସୁମରିଣ ବରିଲେ ସୁକେଶୀ ବା ।୩୦।

 

ସିଂହ ଗତି ଜାଣି ବିନ୍ତ୍ରମର ଠାଣି ସମୁଦ୍ର ତଟେ ରହଣି

ସନକ ମୁନି ଯେଉଁନାମେ ଶରଣ ସେବନ୍ତି ସିନ୍ଧୁଦୁଲଣୀ ବା

ତୁମ୍ଭେ ଷଣ୍ଢାକୁ ସଂହାଥେ ମାର

ଶିଶୁପାଳର ସାର ବେଭାର ବା ।୩୧।

 

ଶ୍ୟାମଳ ସୁନ୍ଦର ଦୈବକୀ କୁମର ସୋଲ୍ୟ ଚିତାକୁ ଶରଧା

ସହଜେ ଶ୍ୟାମଳ ଭ୍ରୂଲତା ଯୁଗଳ କଜ୍ଜ୍ୱଳ ଗୁଞ୍ଜୁରାବନ୍ଧା ବା

ତୁମ୍ଭେ ସନ୍ଥଜନଙ୍କ ଗୋସାଇଁ

ସଦ ହୃଦେ ଭୃତ୍ୟ ପାଦ ପାଇ ବା ।୩୨।

 

ହୀରା ନୀଳା ମୋତି ହୃଦେ ଝଟକନ୍ତି ହେମ ମର୍କତ ଗଢ଼ଣା

ହରିଲ ମନ ଭାଙ୍ଗିଲା ଯୋଗୀଧ୍ୟାନ ହିଆ ପଦକ ବିଧାନ ବା

ତୁମ୍ଭେ ହରଧନୁ ଭାଙ୍ଗି କିତା

ହୃଦେ ମାଳ ଦେଲେ ନେଇ ସୀତା ବା ।୩୩।

 

କ୍ଷୀର ପାନକଲ ମାଣିକ୍ୟ ଦେଇଣ କ୍ଷିତିପତି ରଘୁନାଥ

କ୍ଷମା ସାଗର ଠାକୁରଙ୍କୁ ଭଜିଣ ବିପ୍ର କପିଳା ମୁକତ ବା

ତୁମ୍ଭେ ଛଛନ୍ଦେ ଫେଡ଼ ସଙ୍କଟ

କ୍ଷେମେ ରହିଲ ବଟ ନିକଟ ବା ।୩୪।

Image

 

କଳସା ଚଉତିଶା

 

କୌଣସୀ ଜୀର୍ଣ୍ଣ ଅଙ୍କ ପୋଥି ମଧ୍ୟରୁ ଏ ଚଉତିଶା ପ୍ରାପ୍ତ ହୋଇଥିଲୁଁ । କଳସାବାଣୀରେ ଗାଇବ ବୋଲି କେତେ ଛାନ୍ଦ ଉପରେ ଲେଖା ହୋଇଥାଏ, କିନ୍ତୁ କଳସା ଗୀତ କଣ ଜାଣିବାର ଉପାୟ ନ ଥାଏ । ଏହିପରି ଅନେକ ବାଣୀର ନାମ ଦେଖାଯାଏ କିନ୍ତୁ ସେଗୁଡ଼ିକର ମୂଳ ଗୀତ ମିଳେ ନାହିଁ, ଫଳରେ ସାହିତ୍ୟିକ ମନରେ ଯେଉଁ ଅବଶୋଷ ରହିଯାଏ ତାହା କଥାରେ ପ୍ରକାଶ କରି ହେବନାହିଁ । ଯାହାହେଉ କଳସା ମୂଳ ଗୀତ ମିଳିଲା । ଅନ୍ୟାନ୍ୟ କେତେକ ବାଣୀର ମୂଳ ଗୀତ ମଧ୍ୟ ମିଳିଅଛି । ରସକୁଲ୍ୟା ବା ରସକୋଇଲା ବାଣୀର ମୂଳ ଗୀତ ମଧ୍ୟ ଏ ଭାଗରେ ସନ୍ନିବେଶିତ ହୋଇଅଛି । କଳସା ଗୀତ ଅତି ପୁରାତନ, ପ୍ରମାଣ ମିଳିଅଛି ସାରଳା ଦାସଙ୍କ ମହାଭାରତ ଠାରୁ ମଧ୍ୟ ଏହା ଅଧିକ ବୟସ୍କ । ଏହାର ମନମୁଗ୍ଧକର ସରଳ ଭାଷା ଏକାବେଳେକେ ଅନନୁକରଣୀୟ । ଆଉ ଶିବବିବାହ ବର୍ଣ୍ଣନରେ କବି ବଗ୍ର ଦାସ ଯେଉଁ ଅନନ୍ୟସୁଲଭ ରସିକତା ବା (Humour) ଦେଖାଇଅଛନ୍ତି ତାହା ମଧ୍ୟ ପୁରାତନ ଓଡ଼ିଆ ସାହିତ୍ୟର ଉର୍ଦ୍ଧ୍ୱର ପ୍ରକୃଷ୍ଟ ପ୍ରମାଣମାନଙ୍କରୁ ଅନ୍ୟତମ ।

 

କହନ୍ତି କାମିନୀ ଶୁଣ ହେମନ୍ତଦୁଲାଣି

କାହୁଁ ବରେ ବରିଲେ ତୁମ୍ଭର ପିତାମଣି

କୁଳ ମୂଳ ଗୋନ୍ତ୍ର ଆଦି ନାହିଁ ଜାଣ ତାର

କନକବେଦୀରେ ବୁଢ଼ା ବସିଛି ମଧ୍ୟର ।୧।

 

ଖୁଁ ଖୁଁ ଖାଶ ସାହାସେଣ ପେଲୁଅଛି ଧଇଁ

ଖର ନିଶ୍ୱାସ ବୁଢ଼ାର ମାଥଲାଗେ ଭୂଇଁ

ଖଣ୍ଡିଆ ଯୋଗୀର ସଙ୍ଗେ ନାହିଁ ଯାନ ତାର

ଖଣ୍ଡିଆ ବଳଦ ବୁଢ଼ା ବାନ୍ଧିଛି ପାଖର ।୨।

 

ଗୋଡ଼ ହାତ ଷଣ ଫୁଲ ଗଳୁଛି ନୟନ

ଗଣ୍ଡସ୍ଥଳେ ଲମ୍ବର ମୁଦୁରା ଦରଶନ

ଗ୍ୟାନ ଭ୍ରଷ୍ଟ ହୋଇଲାଣି ଭେବଳ ତା ମତି

ଗୁଣ ଲକ୍ଷଣ ବୁଢ଼ାର ନାହିଁ ତଥି ଗତ୍ତି ।୩।

 

ଘର ତାର କେବଣ ଦେଶରେ ତଥ୍ୟ ନାହିଁ

ଘଟାଇଲା ବିହି ଆଣି ଏମନ୍ତ କରାଇ

ଘଟ ଘଟ ହୋଇ ଲାଳ ବହୁଛି ତୁଣ୍ଡର

ଘନ ଜଟା ଲୋଚାଏକ ବାନ୍ଧିଛି ମୁଣ୍ଡର ।୪।

 

ନ ଚିହ୍ନଇ ମନୁଷ୍ୟ ସେ ନ ଦେଖେ ନୟନ

ନିକଟେ ଡାକିଲେ ନ ଶୁଣେ ତା ବେନି କର୍ଣ୍ଣ

ନଖ ମୁଖ ଚକ୍ଷୁସ୍ଥାନ ପଶିଲା ଭିତର

ନୂଆ ଖଣି ଖଣା ପ୍ରାଏ ଦିଶୁଛି ଉଦର ।୫।

 

ଚର୍ମେକ ମାଡ଼ିଣ ବୁଢ଼ା ବସିଛି ମଧ୍ୟେଣ

ଚଉପାଶ ବେଢ଼ିଛନ୍ତି ଦେବତା ବ୍ରାହ୍ମଣ

ଚକୋରା ବୁଢ଼ାକୁ ଦେଖି ଚକିତ ହୋଇଲୁ

ଚିନ୍ତା ସାଗରରେ ସଖି ! ନିଶ୍ଚୟ ବୁଡ଼ିଲୁ ।୬।

 

ଛିନ୍ନ ଅଙ୍ଗେ ଛିଣ୍ଡା ଗନ୍ଥା ଲାଗିଛି ତାହାର

ଛାର ପାଉଁଶ ଲୋଚାଏ ଲେପିଛି ଶରୀର

ଛନ୍ଦିଅଛି ସର୍ପମାଳି ମୁଣ୍ଡେ ଆଭରଣ

ଛଟକେ ଭେଳିକି ବୁଢ଼ା ଲଗାଇଲା ଜାଣ ।୭।

 

ଜଙ୍ଗମକୁ ପ୍ରାପତ ହୋଇଲୁ ଚନ୍ଦ୍ରମୁଖି !

ଯାହା ତୋର କପାଳରେ ବିହି ଅଛି ଲେଖି

ଯୁବାକାଳେ ଯଉଁ ଯୋଗ ଭୁଞ୍ଜିବୁ ନା ଯାହା

ଜାଣୁ ଜାଣୁ ଜଙ୍ଗମ ଗୋଟାକୁ ହେଲୁ ବାହା ।୮।

 

ଝୁମୁ ଝୁମୁ ବାଜି ଘଣ୍ଟି ଘାଗୁଡ଼ି ଲୋଚାଏ

ଝମକୁର ଅରି କିରେ ନ୍ତ୍ରିଶୁଳ ଗୋଟାଏ

ଝୁଲି ହୋଇ ଝିଙ୍କି ହୋଇ ପଡ଼ୁଛି ତୁଳାଇ

ଝିଅ କି ନାତୁଣୀ ପ୍ରାୟେ ଦିଶିବୁ ଗୋ ତୁହି ।୯।

 

ନିସତେଣ କହେ କଥା ନିକୁଟିଣ ଦାନ୍ତ

ନ ଆସଇ ବାଣୀ ତାର ଦୁହିଁହୁଏ ଅନ୍ତ

ନିଶ ଦାଢ଼ି ରୁଚି ତାକୁ ନ ମିଳେ ଭଣ୍ଡାରି

ନିଶାକାଳେ ଯେ ଦେଖିଲେ ଭୟେ ଡ଼ରି ପାରି ।୧୦।

 

ଟଳ ଟଳ ହୋଇ ଟେକି ବସି ନ ପାରଇ

ଟାକୁଆ ଗାଲ ପାକୁଆ ଦାନ୍ତ ଆଦି ନାହିଁ

ଟକ ଟକ ହୋଇ ତା ଲାଗଇ ବେନି କର୍ଣ୍ଣ

ଟାକରା ନିର୍ମାଖି ସେ ଅଛି ତ ଅପାବନ ।୧୧।

 

ଠୁଳ କରିଥିବା ଭିକ୍ଷା ମାଗିବାର ଧନ

ଠକିଥିଲା ଦେବି ବୋଲି ହେମନ୍ତ ରାଜନ

ଠକର ସ୍ୱଭାବ ସେ ଗୋ ଲଗାଇଲା ଆଣି

ଠାବେ ହେତୁ ନାଶଗଲା ହେମନ୍ତଦୁଲଣୀ ।୧୨।

 

ଡାକିଏ ବଜାଉଅଛି ଥାଳେକ ଝୋଲର

ଡିଙ୍ଗର ଡାଙ୍ଗୁଆ ଘେନି କରିବୁ ଗୋ ଘର

ଡମ୍ବରୁ ଧରକୁ ସେବା କଲୁ ପରିମାଣି

ଡିଙ୍ଗର ବର ପାଇଲୁ ଦେଲେ ଶୂଳପାଣି ।୧୩।

 

ତୋର ତପୁସିକି ମାଗୋ ବଳାଇଲୁ ଚିତ୍ତ

ଢୋକରା ଯୋଗୀକି ମାଗୋ ହୋଇଲୁ ପ୍ରାପତ

ଢମାଳି ନିକର ମୁଁ ଯେ କହୁ ଅଛି ସତ

ଢାଳେ ହେତୁ ନାଶ ଗଲା ହେମନ୍ତ ଦୁହିତ ।୧୪।

 

ଅଣାଇଲେ ରାୟେ କାହୁଁ ବରେକ ବରିଣ

ଅଣ ମନୁଷ୍ୟ ଯେ ସେ ଅଛି ତ ଅପାବନ

ଅଣଖ ସାରିଲେ ମାଏ ଝିଏ ଦୁହେଁ ହୋଇ

ଅଣ ଉହାଡ଼ରେ ଶୀଘ୍ରେ ଦେଖାଇଲେ ନେଇ ।୧୫।

 

ତୀକ୍ଷ ଶରବର ବାଳୀ ବାଜିଲା ହୃଦର

ତଡ଼ିତେ ପଡ଼ିଲା ତଳ ନିଜେ ତା ମନ୍ଦିର

ତକ୍ଷଣେ ତୋଳି ଧଇଲେ ତାହାଙ୍କର ଦାସୀ

ତୁରିତେ ମିଳିଲେ ମାଏ କତିରେ ତା ଆସି ।୧୬।

 

ଥର ହର କରି ମାଏ ବୋଲନ୍ତି ବଚନ

ଥିର କର ମନ ମା ଗୋ ! ନୁହେ ଅଚେତନ

ଥିଲା ଏତେକାଳେ ମୋର ଦୁଲଣା ହୋଇଣ

ଥନ ଯଉବନ କାଳେ ଦେଉଛି ଜୀବନ ।୧୭।

 

ଦଇନି କରି କହୁଛି ଶୁଣ ମୋର ମାଏ

ଦନ୍ତେ ତିରଣ ଧରିଣ ଓଳଗଇ ପାୟେ

ଦରିଦ୍ର ହୀନ ବୁଢ଼ାକୁ ଯେବେ ମୋତେ ଦେବୁ

ଦୁଇ ନୟନରେ ମୋର ମରଣ ଦେଖିବୁ ।୧୮।

 

ଧରା ଧରି ହୋଇ ମାଏ ଝିଅ ବେବାଇଲେ

ଧାଈ ମୁଦୁସୁଲୀମାନେ ଚହଳ ପାଇଲେ

ଧାଇଁ ଆସି ତତକ୍ଷଣେ ମିଳିଲେ ରାଜନ

ଧର୍ମ ପୁଣ୍ୟ କାଳେ କିପାଁ କରୁଛ ରୋଦନ ।୧୯।

 

ନାହିଁକି ସଂସାର ମଧ୍ୟେ ରାଜାର କୁମର

ନିର୍ଲଜ ବୁଢ଼ାକୁ ସୁନ୍ଦରୀ କି କଲ ବର

ନୋହିଲେ ବୁଡ଼ିବୁ ମାଏ ଝିଏ ଦୁହେଁ ହୋଇ

ନୋହିଲେ ମରିବୁ ସ୍ୱହସ୍ତରେ ବିଷ ଖାଇ ।୨୦।

 

ପଟ ଘେନି ମାଣିକ୍ୟ ମୁକୁତା ଗୁନ୍ଧା ନାହିଁ

ପୋଡ଼ୁ ପୋଡ଼ୁ ଜୀବନ ପବିନ୍ତ୍ର ରାଜା ହୋଇ

ପିଅର ଜନନୀ ତୁମ୍ଭ ଜୀବନ ଧିକ ତ

ପାକୁଆ ବୁଢ଼ାକୁ ଦେଇ ଘେନି ଲୋଡ଼ି ବିତ୍ତ ।୨୧।

 

ଫରମାଶ ଦେଇଛନ୍ତି ହେମନ୍ତ ରାଜନ

ଫାଇ କେତେ କହିବା ଗୋ ସେହୁ ବଡ଼ଜଣ

ଫଳେଣ ଜାଣିବା ପଛେ ତାହାଙ୍କର ଗୁଣ

ଫିରସେ ସେବିଲେ ଗୌରା ପାଇବ କାରଣ ।୨୨।

 

ବିଚାର ନ କର ମାଏ ଝିଏ ଦୁହେଁ ତୁମ୍ଭେ

ବିକଳ ମନରୁ ଛାଡ଼ କହୁଅଛୁଁ ଆମ୍ଭେ

ବ୍ରହ୍ମା ବିଷ୍ଣୁ ଦେବତାଏ ଛନ୍ତି ତାଙ୍କୁ ବେଢ଼ି

ବଡ଼ ଭାଗ୍ୟବନ୍ତ ଗୈାରା ପୁଣ୍ୟେ ଅଛି ବର୍ତି ।୨୩।

 

ଭାଇପଟେ ଲେଖନ ଯା କରିଛି ବିଧାତା

ଭଲା ଭାଗ୍ୟବନ୍ତ ଗୌରା ଆମ୍ଭର ଦୁହିତା

ଭୋଜନର ବେଳେ ରାଣୀ ମିଳିଲାକ ଆସି

ଭିତରେ ମଣୋହି ସଞ୍ଚା ଭିଆଣ କରସି ।୨୪।

 

ମହାଦେଈ ମନବ୍ୟଥା ଛଡ଼ାଇ ରାଜନ

ମିଳିଲେ ଯେ ସର୍ବଜନ ବିଭାର ଆସ୍ଥାନ

ମଙ୍ଗଳଣ କଲେ ତହିଁ ହଳଦୀ ଚନ୍ଦନ

ମଙ୍ଗଳ ମହୁରୀ ଶଙ୍ଖ ବାଜେ ଘନ ଘନ ।୨୫।

 

ଯୁବତୀ ସକଳ ମିଳି ହୁଳହୁଳି ଦେଲେ

ଜଗମୋହିନୀକି ଦିବ୍ୟ ବେଶ କରାଇଲେ

ଜାଈ ଫୁଲ କନିଆର ଖୋସାରେ ଖୋସିଲେ

ଯତନେ କସ୍ତୁରୀ ଚିତା କପାଳରେ ଦେଲେ ।୨୬।।

 

ରତ୍ନ ଓଢ଼ିଆଣି ଚୁଡ଼ି ମଥାରେ ସୀଉନ୍ତି

ରାମ ଅଭିଷେକ ଚୁଡ଼ି ନାସେ ଗଜମୋତି

ରୁଣୁ ଝୁଣୁ ବାଜୁଅଛି ପୟରେ ନୁପୁର

ରାଜୀବଦଳ ଲୋଚନେ ରଞ୍ଜିଲେ କଜ୍ଜ୍ୱଳ ।୨୭।।

 

ଲତାବନ ପାଟେ ପିନ୍ଧ ନେତେ ଉପୁରାଣ

ଲାବଣ୍ୟ ଚନ୍ଦ୍ର-ବଦନୀ ଲକ୍ଷେ ଲକ୍ଷ୍ମୀ ଗୁଣ

ଲବଣଚଉଁରୀ ପୂଜା ଆଣି ବଢ଼ାଇଲେ

ଲଳିତେ ମଙ୍ଗଳ ଗୀତ କାମିନୀ ଗାଇଲେ ।୨୮।

 

ବ୍ରହ୍ମା ଆଚାର୍ଯ୍ୟ ହୋଇଣ ବେଦୀରେ ବସିଲେ

ବରକୁ ସେ ଜଣେ ଦଶ ଢ଼ୋଳି ବସାଇଲେ

ବାସବର୍ଗ ବନ୍ଧୁ ବାକ୍ୟ ଅସରଳା ସୁତା

ବସିଲେକ ଟମ୍ବାମାଡ଼ି ବାଳୀ ଘେନି ପିତା ।୨୯।

 

ଶିରରେଣ ବାନ୍ଧିଲେ ମୁକୁଟ ପଞ୍ଚଶାଖା

ଶୋଇପଡ଼ି ବୁଢ଼ା ଖାଶୁ ଖାଶୁ ଗଲା ମୂର୍ଚ୍ଛା ।

ଶାଶୁ ଆଦି ସମସ୍ତେହେଁ ବୋବାଳି ଛାଡ଼ିଲେ

ସଚେତ ପାଇଲା ବୁଢ଼ା ତୋଳି ବସାଇଲେ ।୩୦।

 

ସନ୍ତୋଷ ହସ୍ତ ଯୋଡ଼ିଣ କଲେଶ ସେ ନାରୀ

ସତ୍ୱରେଣ ଦେବତାଏ ଗଲେ ଯେଝା ପୁରୀ

ସନ୍ତୋଷେଣ ନାରୀ ମିଳି ଜୁଆ ଖେଳାଇଲେ

ସହରେଣ ବରକନ୍ୟା ବେଦୀକୁ ଉଠିଲେ ।୩୧।

 

ସମସ୍ତେ ବସିଣ ପଞ୍ଚୁ ଗ୍ରାସାଦି ସାରିଲେ

ସହୀସଙ୍ଗାତୁଣୀମାନେ ମହୁଶଯ୍ୟା କଲେ

ସୁରଗଣେ ବରକନ୍ୟା କରୁଛନ୍ତି ଭାବ

ଶୋଭା ପାଉଛନ୍ତି ଦୁହେଁ ଇତି କାମଦେବ ।୩୨।

 

ହେମନ୍ତର ରାଣୀ ଦେଖି ସନ୍ତୋଷ ହୋଇଲେ

ହୀନ ପରପଞ୍ଚ ବେଶ ଯହୁଁ ପକାଇଲେ

ହୋଇଲେ ସନ୍ତୋଷ ଯେ ସକଳ ଲୋକ ଦେଖି

ହାସ୍ୟ କରୁଛନ୍ତି ସହୀସଙ୍ଗ ତୁଣୀ ଦେଖି ।୩୩।

 

ଛଛନ୍ଦେ ଚଉଠି ସାରି କାଦ ଖେଳି ଗଲେ

ଛ ସାତ ଅଷ୍ଟ ମଙ୍ଗଳା ଉଛବ ସାରିଲେ

କ୍ଷିତିପତି ଠାକୁର ସେ କପିଳାସେ ସ୍ଥିତି

କ୍ଷୁଦ୍ର ବୁଦ୍ଧି ବଛାଦାସ କଳସା ପଢ଼ନ୍ତି ।୩୪।

Image

 

ରସକୁଲ୍ୟା ଚଉତିଶା

 

ଏ ଚଉତିଶା ରସକୁଲ୍ୟା ବା ରସକୋକିଳା ବାଣୀର ମୂଳ ଗୀତ । କବି ଦାମୋଦର ଚଉତିଶାର ନାମ ସାର୍ଥକ କରିଅଛନ୍ତି, ଆଉ ଉତ୍କଳ ସାହିତ୍ୟରେ ରସକୁଲ୍ୟା ପରି ନିଖିଳ ଜନପ୍ରିୟ ବୃତ୍ତର ସେ ଯେ ପ୍ରବର୍ତ୍ତକ ଏହା ତାଙ୍କ ଅନନ୍ୟ ସୁଲଭ ପବିତ୍ରର ପ୍ରକୃଷ୍ଟ ନିଦର୍ଶନ । କବି ଶ୍ରୀ ଚୈତନ୍ୟଙ୍କ ପଞ୍ଚସଖାଙ୍କର ମଧ୍ୟ ପୂର୍ବବର୍ତ୍ତୀ କାରଣ ସେମାନେ ମଧ୍ୟ ରସକୁଲ୍ୟା ବୃତ୍ତ ନିଜ କୃତିମାନଙ୍କରେ ବ୍ୟବହାର କରିଅଛନ୍ତି । ଏତେ ପୁରାତନ ହେଲେ ସୁଦ୍ଧା ଚଉତିଶାର ଉଷା ଅଧୁନାତନ ଭାଷାଠାରୁ ତ କୌଣସି ଅଂଶରେ କମ୍‌ ପରିମାର୍ଜିତ ନୁହେଁ । ପରନ୍ତୁ ତହିଁରେ ଗୋଟାଏ ନୈସର୍ଗିକ ସାରଲ୍ୟ ପରିଦୃଷ୍ଟ ହୁଏ ଯାହା ଆଧୁନିକ କବିତାର ଭାଷାରେ ଆଦୌ ଦେଖିବାକୁ ମିଳେନାହିଁ । ବଙ୍ଗାନୁକରଣ ଯୁଗରେ ଓଡ଼ିଆ ଭାଷାର ଗତି କେଉଁଆଡ଼ୁ ହୋଇଅଛି ରସକୁଲ୍ୟାଦି ଚଉତିଶାମାନଙ୍କ ସହିତ ଯେ କୌଣସି ନବୀନ କବିତାର ତୁଳନାତ୍ମକ ପାଠରୁ ତାହା ସ୍ପଷ୍ଟ ପ୍ରତିପନ୍ନ ହେବ । ଯେଉଁମାନେ ଓଡ଼ିଆଭାଷା ଓ ତାହାର ନ୍ତ୍ରମ ବିକାଶର ଇତିହାସ ଲେଖି ନାନା ଧୃଷ୍ଟ ମତ୍ତ ବ୍ୟକ୍ତ କରୁଅଛନ୍ତି ସେମାନେ ରସକୁଲ୍ୟା ଆବିଷ୍କାରରୁ କିଛି ଶିଖିବେ କି ?

 

କହଇ ରାହୀ ସଖୀ ଦୂତିକାକୁ,

କଦମ୍ବ ମୂଳେ ଦେଖିଲି କୃଷ୍ଣଙ୍କୁ

କଳା କଳେବର ରଙ୍ଗା-ଅଧର

କପାଳେ କସ୍ତୁରି ଚିତା ସୁନ୍ଦର ସେ,

କୁବଳୟା ଫଳ ନାହେଁ ଯେ

କାମ ବିକାର କଲାକ ପ୍ରାଣବନ୍ଧୁ

ଦେଖି ସୁଧାନନ୍ଦ ହାସେ ଯେ ।୧।

 

ଖୋସିଛି ଶିରେ ମୟୂର ଶିଖଣ୍ଡ

ଖଣ୍ଡ ସଘନରେ ଶନ୍ତ୍ର କୋଦଣ୍ଡ

ଖଞ୍ଜି ଅଳଙ୍କାର ଗୁଞ୍ଜରା ମାଳି

ଖଞ୍ଜି ପୁଞ୍ଜି ପୁଞ୍ଜି କାଇଁଚ ମାଳି ସେ ।

ଖିଳ ବ୍ରହ୍ମାଣ୍ଡ ଠାକୁର ଗୋ

ଖୀନ ନୟନ ଅପାଙ୍ଗ ଶରେ ତନୁ

ଖଣ୍ଡ ଖଣ୍ଡ କଲା ମୋର ଗୋ ।୨।

 

ଗଣ୍ଡସ୍ଥଳେ ଲୁଳେ କୁଣ୍ଡଳ ବେନି

ଗ୍ୟାନ ଧ୍ୱଂସ ହୋଏ ଦେଖି ସଜନି !

ଗୋବିନ୍ଦ ଗଳାରେ ପ୍ରବାଳକଣ୍ଠି

ଗୋପସୁତ ସଙ୍ଗେ କରିଛି ଗୋଷ୍ଠି ସେ,

ଗଜମୁକୁତାର ହାର ଗୋ ।

ଗଳାରୁ ଯାନୁ ପରିଯନ୍ତେ ଲମ୍ବଇ

ବନ କୁସୁମର ମାଳ ଗୋ ।୩।

 

ଘଟଣ ସୁନ୍ଦର ନ୍ତ୍ରିଭଙ୍ଗୀ ଅଙ୍ଗ

ଘନ ଘନ ବଂଶୀ ବାଦେ ଶ୍ରୀରଙ୍ଗ

ଘୋଟିଲା ଅନ୍ତରେ ଅନଙ୍ଗ ଜ୍ୱର

ଘୁମାଇ ଘାରିଲା ମୋର ଶରୀର ସେ

ଘାଉକଲା ରତିବର ସେ

ଘାଉଆ ହରିଣୀ ପ୍ରାୟେ ମୁଁ ହୋଇଲି

ଶୁଣି ତା ବେଣୁ ସୁସର ଯେ ।୪।

 

ନୟନେ ତା ରୂପ ଦେଖିଲି ଯାହା

ନ ପାରଇ କହି ବଚନେ ତାହା

ନ ରୁଚଇ ମୋତେ ସଦନ ମୁଖ

ନ ଦେଖି ଦେଖିଲି କଳା ଶ୍ରୀମୁଖ ସେ

ନିବେଦନା ମୋର ଘେନ ଗୋ

ନିଚେଁ ପ୍ରାଣବନ୍ଧୁ ଦେଇ ମୋତେ ରଖ

ଆଜହୁଁ ତୋର ଅଭିନ୍ନ ଗୋ ।୫।

 

ଚଳ ସହଚରି ! ଚାନ୍ଦ ଚହଟ !

ଚଉବର୍ଗଦାନୀ ନୀପ ନିକଟ

ଚଞ୍ଚଳାପତିଙ୍କ ପାଶେ ଜଣାଇଁ

ଚାଣ୍ଡେ ଘେନିଆ ପହଣ୍ଡ ମଣାଇ ସେ,

ଚତୁରାନନ ଯା ଦାସ ଗୋ

ଚନ୍ଦ୍ରଶେଖର ପଲକ ନ ଟଳଇ

ଚାହିଁ ଚନ୍ତ୍ରଧର ବେଶ ଗୋ ।୬।

 

କ୍ଷୀନ ଉଦର କ୍ଷୀନ ରୋମାବଳୀ

ଛନ୍ନ ହୋଇବେ ଦେଖି ସୁରବାଳୀ

ଛାଡ଼ିବେ ପତି ସୁତ ଗୃହ ବାସ

କ୍ଷଣେ ନ ଛାଡ଼ିବେ ଶ୍ରୀକୃଷ୍ଣାପାତି ସେ

ଛଟକେ ତା ରୂପ ଦେଖି ଯେ

ଛାର ନିଲକ୍ଷଣୀ ଛାଡ଼ି ମୁଁ ଅଇଲି

ଦୋଷ କ୍ଷମାକର ସଖି ଗୋ ।୭।

 

ଜମ୍ବୁ ନଦ ଜିଣି ପୀତବସନ

ଦାମିନି ଜଳଦ ମେଘେ ଯେସନ

ଜଡ଼ିତ ବେନି ଫର ହର ଉରେ

ଯୋଗୀନ୍ଦ୍ରବୃନ୍ଦ ଦେଖି ଯୋଗ ଛାଡ଼େ ସେ

ଯଉଁ ଶୋଭା ଜଗବନ୍ଧୁ ଯେ

ଯୁବତୀ-ଜୀବନ କେତେକ ମାତର

ଦେଇ ରଖ କୃପାସିନ୍ଧୁ ଯେ ।୮।

 

ଝିମଣ୍ଟକେ ଦୂତୀ ତହୁଁ ଚଳିଲା

ଝାତିକାରେ କୁଞ୍ଜବନେ ମିଳିଲା

ଝସକେତନର ପିଅର ପାଶ

ଝଗଡ଼ି କହଇ ରାଧାସନ୍ଦେଶ ସେ

ଝରୁଅଛି ପ୍ରାଣସହୀ ଯେ

ଝୀନପତନୀ ତା’ ପାଷାଣରୁ ଗରୁ

ଝଡ଼ିପଡ଼େ ବେନି ବାହା ଯେ ।୯।

 

ନୟନରୁ ନୀର ନ ରହେ ତାର

ନିରନ୍ତରେ ନାମ ଜପଇ ତୋର

ନ ରୁଚଇ ଅନ୍ନ ନ ମାଡ଼େ ନିଦ

ନତନୁ ଫୁଲଶରେ ତନୁ ଭେଦ ସେ

ନ ଜୀଅଇ ତୋ ନ ଗଲେ ଯେ

ନିଚେଁ ଭିରୀ ହତ୍ୟା ଦୋଷକୁ ପାଇବୁ

ନାରୀ ଶିରୋମଣି ମଲେ ଯେ ।୧୦।

 

ଟାହି ପରାୟେ ନ ମଣ କହ୍ନାଇଁ

ଟାକି ବସିଥିବ ତୋତେ ଅନାଇଁ

ଟଳି ପଡ଼ିବାକୁ ଅଛି କେବଳ

ଟାଣ ମନସିଜରାଜ ପ୍ରବଳ ଯେ

ଟାଣି ବିନ୍ଧେ ପଞ୍ଚୁବାଣ ଯେ

ଟିକାଏ ଓପ୍ରୋଧ ନାହିଁ ନା ତାହାର

କରୁଅଛି ରଣଭଣ ଯେ ।୧୧।

 

ଠାକୁରେ ଜାଣିଲେ ରାଧାସନ୍ଦେଶ

ଠିକ କହୁଛନ୍ତି ଦୂତିକା ପାଶ

ଠିକ ନୋହୁ ଆମ୍ଭେ ବାଳୁତ ପୋଇ

ଠିକ କଥା କି କେ କହୁ ଦୂତାଇ ଯେ

ଠାକୁରାଣୀ ପଣେ ବଡ଼ ସେ

ଠାକୁର ଭିଖ- ଭାନୁଙ୍କ ଜେମାଦେଈ

ଆମ୍ଭେ ଜାଣୁ ଶିଶୁଖେଡ଼ ଯେ ।୧୨।

 

ଡରାଇ କେତେ କହୁ ବନମାଳୀ

ଡେଇଁ କାଳନ୍ଦୀରେ ମର୍ଦ୍ଦିଳୁ କାଳୀ

ଡଂସିଲା ଅଙ୍ଗେ ତୁ ନାଶ

ଡରାଇ କହୁ ମୁଁ ବାଳୁତ ଶିଷ ଯେ

ଡରିଲୁ ନାହିଁ ଇନ୍ଦ୍ରକୁ ଯେ,

ଡୋଳେ ଦେଖିଲୁ ଗିରିବର ଧରିଣ

ରଖିଲୁ ଗୋପବୃନ୍ଦକୁ ଯେ ।୧୩।

 

ତମ ପରା ଏବେ ନ ମଣ ଢାଳେ

ଢଳି ପଡ଼ିବ ଜୀବ ଯିବାବେଳେ

ଢୋକିବ ଯେବେ ତୋ ଅଧରୁ ସୁଧା

ଢଳି ନ ପଡ଼ିବ ଜୀଇବ ରାଧା ସେ

ଢାଳେ ହୋଇଅଛି ଦୁଖୀ ଯେ

ଢଳହଳ ସୁଧା ତୋତହୁଁ ପିଇଲେ

ଜୀଇବ ସେ ଚନ୍ଦ୍ରମୁଖୀ ଯେ ।୧୪।

 

ଅଣହେଳା ଏବେ ନ କର ହରି !

ଏଣୀ ନୟନୀ ନିଶ୍ଚେ ଯିବ ମରି

ଅଣଅପରାଧି ରାଧିକା ସହୀ

ଅନଙ୍ଗବାଣ ବାରେ କର ନ୍ତ୍ରାହି ସେ

ଅଣମନୁଷ୍ୟରମଣୀ ହେ ।

ଅମୂଲ୍ୟ ପିତୁଳୀ ସୁଖେ ଭୋଗ କର

ଆଣିଦେବି ଏହିକ୍ଷଣି ହେ ।୧୫।

 

ତୁମ୍ଭେ ଯେବେ ନିଶ୍ଚେ ନ ଯିବ ହରି

ତିମିରି ଅର୍ଦ୍ଧେ ଆଣିମି ସୁନ୍ଦରୀ

ତୋଷ ହୋଇ ଆଜ୍ଞା ଦିଅ ଶ୍ରୀରଙ୍ଗ

ତ୍ରିପୁତି ହୋଇ ଲଭ ସଖୀସଙ୍ଗ

ତୁରିତେ ଆସିବ ତେବେ ଯେ

ନ୍ତ୍ରିଲୋଚନ ରିପୁ- ତାପକୁ ନ ଡରି

ତୋ ତନୁ ଲଭିବ ଯେବେ ଯେ ।୧୭।

 

ଥିରେଣ ହରି କହି ମନ୍ଦ ହସି

ଥିବୁଁ ଆମ୍ଭେ କୁଞ୍ଜକୁଟୀରେ ବସି

ଥିବେ କେହି ନାହିଁ ତାଙ୍କ ସଙ୍ଗତ

ଥାଇ ଘେନି ଆସ ନିଶି ଅଦ୍ଧର ସେ ।

ଥିବୁ ପରିଜନ ଜାଗି ଗୋ

ଥାଇ ତୁ ନିଶି ଅର୍ଦ୍ଧେ ଘେନି ଆସିବୁ

ଶୋଇଲେ ସେ ନିଦ ଭାଗି ଯେ ।୧୭।

 

ଦୟାନିଧିବାଣୀ ଶୁଣି ଦୂତିକ ।

ଦହି ଜମ୍ବୁନଦତହୁଁ ଅଧିକା

ଦୁଖ ଜାଣି ସମୀ ବେଗେ ଅଇଲା

ଦ୍ୱିରଦଗମନୀ ପାଶେ ମଳିଲା ସେ

ଦେଖିଣ ଦୂତିକାମୁଖ ଯେ

ଦିଗମ୍ବରରିପୁ ତାପକୁ ନ ଡ଼ରି

ଲଭିଲା ପରମ ସୁଖ ଯେ ।୧୮।

 

ଧରି ଚରଣ ପଚାରଇ ରାହୀ

ଧରଣୀଧର କି ବୋଇଲେ ସହି !

ଧ୍ରୁବ କରି କହ ସତ୍ୟ ବଚନ

ଧ୍ରୁବ ଆସିବେ କି ପଦ୍ମନୟନ ସେ

ଧୀରେ କହେ ସହଚରି ! ଯେ

ଧରଣୀଧରଙ୍କ ଯେତେ କଥାମାନ

କହିଲା ବହୁତ କରି ଯେ ।୧୯।

 

ନ ଜାଣୁ ଆମ୍ଭେ ସୁରତିର ଭାବ

ନାଚି ଖେଳି ଜାଣୁ ଶିଶୁ ସ୍ୱଭାବ

ନାନା ପ୍ରକାର ମଣାଇଁ କହିଲି

ନିଶ୍ଚେ ସୀଉକାର କର ବୋଇଲି ସେ

ନଆସିବେ ତୁମ୍ଭ କତି ଗୋ

ନିଶି ଅର୍ଦ୍ଧେ ଘେନି ଯିବି ମୁ ତୁମ୍ଭଙ୍କୁ

କୁଞ୍ଜେ ଥିବେ ଶିରୀପତି ଗୋ ।୨୦।

 

ପୁଲକିଲା ତନୁ ଶୁଣି ଏ ବାଣୀ

ପ୍ରସନ ମୁଖ ବିଘଂସ ନଳିନୀ

ପ୍ରାପତ ନିଧି କି ଦରିଦ୍ର ହସ୍ତ

ପଦ୍ମବନେ କି ଉଦେ ଦିନନାଥ

ପଚାରଇ ନିଶି କେତେ ଗୋ

ପାଶ ପରିଜନ ନିଦ୍ରା ଗଲେ ସଖି

ସଜ କରାଇବୁ ମତେ ଗୋ ।୨୧।

 

ଫୁରୁଣା ହୋଇ ନୀଳ ପାଟେ ପିନ୍ଧି

ଫେଡ଼ି କବରୀ ଆନ କରି ବାନ୍ଧ

ଫାଇ ଅଳଙ୍କାର ଅଙ୍ଗେ ଭୁଷଣ

ଫୁଲ ଚନ୍ଦନ କର୍ପୁ ର ଖଞ୍ଜିଣ ସେ

ଫାଇ କୁଙ୍କୁମ ଲେପନ ଯେ

ଫୁଲ-ଧନୁଧର ରାଜା ସଙ୍ଗେ ଆଜ

ହୋଇବ ସୁରତିରଣ ଯେ ।୨୨।

 

ବେଳ ଜାଣି ବେନି ସଖୀ ବାହାର

ବେଭାର ରଜନୀ ଅର୍ଦ୍ଧ ଅନ୍ଧାର

ବୃନ୍ଦାବନେ ବେଗେ ପ୍ରବେଶ ହୋଇ

ବନମାଳୀ ବନମାଳାଏ ନାଇ ଯେ

ବାଟ ଚାହୁଁଛନ୍ତି ବସି ଯେ

ବିଧୁବଦନୀ କି ନିକଟେ ଦେଖିଣ

ମନ୍ଦ ମନ୍ଦ ହୋଇ ହସି ଯେ ।୨୩।

 

ଭେଟ ହୋଇଲେ ସେ ରାଧାମାଧବ

ଭଲା ବଢ଼ିଲା ଖେଦ ନିଦଭାବ

ଭୋଖିଲା ଭୃଙ୍ଗ ଭେଟିଲା ମାଳତୀ

ଭେଟେ ଭେଳକୀ ଲାଗିଲା ଦୁହିଁଙ୍କି ଯେ ।

ଭେଟାଇ ଦୁତୀ ଅନ୍ତର ଯେ

ଭୋଗ ସଂଯୋଗେ ଭୋଗ ଅନୁ ସରିଣ

ଭିଡ଼ିଲେ ତଗୁ ସୋଦର ଯେ ।୨୪।

 

ମାଧବଅଙ୍ଗ ମରକତ ଗିରି

ମୃଦୁଳ ହେମ-ଲତିକା ଈଶ୍ୱରୀ

ମତ୍ତ କି ଶିଖରୀକୋଡ଼େ ହରିଣୀ

ମନ୍ଥେ ମତ୍ତଗଜ ବନନଳିନୀ ଯେ

ମହାବନ୍ଧ ଚଉଷଠୀ ଯେ

ମଦନ ରାଜାର ମହା ବନ୍ଧ ଟୋପେ

ପଡ଼ି ନ ପାରନ୍ତି ଉଠି ଯେ ।୨୫।

 

ଯୁବତୀ ରତନ ଜାଣେ ସିହାଣ

ଜାଣେ ରତିରସ ନାନା ରଙ୍ଗେଣ

ଯହୁଁ ରସ ରସେ ରାଧା ଅଧିକା

ଜାଣେ ବିପରୀତ ରତି ନାୟିକା ଯେ

ଜଗବନ୍ଧୁ ହୃଦ ପଦ୍ମେ ଯେ

ଯେଉଁ ରତିରସ ରସେ ରସବତୀ

ଖେଦଇ ଅତି ଉନ୍ନଦେ ଯେ ।୨୭।

 

ରଙ୍ଗାଅଧରେ ଚୁମ୍ବନ୍ତି ଅଧର

ରସ ପୂରିତ ଉରଜ ଭଣ୍ଡାର

ରତ ଉଛୁକେ ଭୁଜେ ଭିଡ଼ାଭିଡ଼ି

ରସେ ଜଘନ ରେ ଜଘନ ଭିଡ଼ି ସେ,

ରସ ଅପ୍ରମିତା ହୋଇ ଯେ,

ରମଣୀ ବର ରସିକ ଶିରୋମରି

ସାକ୍ଷୀ ସଖୀ ମତା ଦୁଇ ଯେ ।୨୭।

 

ଲକ୍ଷ୍ମୀ ଲକ୍ଷ୍ମୀଧର ଲଭିଲେ ଭାବ

ଲାଜ ନ ପାଇଲେ ଦେବେ ଦୁଲ୍ଲଭ

ଲସିଲା ତନୁ ନୋହି ଲାଗି ତୁଳୀ

ଲସି କବରୀ ଉରଜରେ ଲୋଳି ସେ

ଲମ୍ବେ ଶମ୍ବୁଶିରେ ପାଣି ଯେ

ଲକ୍ଷ୍ମୀଧର ଲଖ ରେଖ ଲାଗି ତହିଁ

ଅର୍ଦ୍ଧ ଶୋହେ ନିଶାମଣି ଯେ ।୨୮।

 

ବନମାଳୀ ଦିଧୁବଦନୀ ରସ

ବିଶ୍ରାମିଲେ ଅଙ୍ଗେ ପିନ୍ଧିଲେ ବାସ

ବହୁତ ବିନୋଇ କହଇ ବାମା

ବହୁତ ଅପ୍ରାଧ କରି ମୋ କ୍ଷମା ଯେ

(ମୁଁ) ବହୁ ଭୂଆଷୁଣୀ ସିନା ଯେ

ବଡ଼ ମନ୍ଦ ମୋର ଶାଶୁ ଯେ ନଣନ୍ଦ

ବାଦେ ଲାଗିଥାନ୍ତି କିନା ଯେ ।୨୯।

 

ଶ୍ୱାସ ଥିର କରି କହେ ସୁମୁଖୀ

ସ୍ନେହରେ କୋଳେ ଧରି ପଦ୍ମଆକ୍ଷି

ଶ୍ୟାମ କରେ ଶ୍ୟାମ କବରୀ ସାଜି

ଶ୍ୟାମ କୁସୁମ ମାଳେ ତନୁ ରାଜି ଯେ

ସୀମନ୍ତେ ମୁକୁତା ଜାଲି ଯେ

ସରୁ ଅଳତା ଆନ କରି ଛନ୍ଦିଣ

ଭାଲେ ମୃଗମଦ ସାଜି ଯେ ।୩୦।

 

ସୁରତି ଜୟ ପନ୍ତ୍ରାବଳୀ ମାନ

ସୁଗଣ୍ଡ ଦେଶ କଲେକ ଲେଖନ

ସରୁ ଚୁମ୍ବନ ଦେଇ ଚିବୁକରେ

ଶ୍ୟାମ ସୁନ୍ଦର ଚାପିଲେ ହୃଦରେ ଯେ

ସୁରଙ୍ଗ ଅଧର କଳା ଯେ

ଶ୍ୟାମସୁନ୍ଦର ଚିବୁକେ କର ଦେଇ

ଛଡ଼ାଇଲେ ନନ୍ଦବଳା ଯେ ।୩୧।

 

ଶରୀରେ ଦିଶେ ଲଖ କ୍ଷତ ଚିହ୍ନି

ଶାମଳିଲେ ଅଙ୍ଗେ ଚାରୁ ଚନ୍ଦନ

ଶ୍ରବଣେ ଖଞ୍ଜିଲେ ତାଟଙ୍କ ବେନି

ସିନ୍ଧୁଫଳମାନ ହୃଦେ ମଣ୍ଡଣି ଯେ

ଶରୀରେ ତୁ ଅର୍ଦ୍ଧଅଙ୍ଗୀ ଗୋ

ସରସ ଲୋଚନୀ ଦଣ୍ଡେ ନ ଛାଡ଼ଇ

ଯୁଗେ ଯୁଗେ ପ୍ରାଣ ସଙ୍ଗୀ ଗୋ ।୩୨।

 

ହରିଣ ନୟନୀ ହରଷମନ

ହଂସ ଗମନୀ କହଇ ବଚନ

ହୋଇଥିବି ତୋ ଠାରେ ପରାଧିନୀ

ହୃଦେ ଜପୁଥିବି ତୋ ଗୁଣ ଗୁଣି ଯେ

(ତୁ) ହୋଇଥିବୁ ମୋତେ ସାହା ଯେ

ହୋଇଥିବି ତୋର ଜନ୍ମେ ଜନ୍ମେ ଦାସୀ

ଆଜ୍ଞା ଦିଅ ଚଉବାହା ହେ ।୩୩।

 

କ୍ଷୀଣୋଦରୀ ବାଣୀ ଶୁଣି ଗୋପାଳ

ଛଛନ୍ଦେ ରାଧା କୃଷ୍ଣ ଛାଡ଼େ କୋଳ

କ୍ଷଣେ ନ ଛାଡ଼ଇ ତୁମ୍ଭ ପୀରତି

ଛାଇ ଯେହ୍ନେ ଥାଇ ବୃକ୍ଷର କତି ଯେ

କ୍ଷେମେ ଯାଅ ନିଜପୁର ଯେ

ଛାର ଦାମୋଦର ଅପରାଧ କ୍ଷମା

କର କରୁଣା ସାଗର ହେ ।୩୪।

Image

 

ସାନ କନଡ଼ା ଚଉତିଶା

 

ଦନାଇ ଦାସଙ୍କ ସାନ କନଡ଼ା ଚଉତିଶା ଓ ବଡ଼ କନଡ଼ା ଚଉତିଶାର ସ୍ଥାନ ଉତ୍କଳର ଆଧ୍ୟାତ୍ମ୍ୟ ଗୀତମାନଙ୍କ ମଧ୍ୟରେ ଅତି ଉଚ୍ଚ । ଏପରିକି ସର୍ବଜନ ପରିଚିତ ମନବୋଧ ଚଉତିଶା (କବି ଭକ୍ତଚରଣ)ର ଉପାଦାନ ମଧ୍ୟ ଏହି ଦୁଇ ଚଉତିଶାରୁ ଗୃହୀତ । ଗୋପୀଭାଷାକାରଙ୍କ ପରିଚୟ ଅନାବଶ୍ୟକ । ଯେଉଁମାନେ ଗୋପୀଭାଷା ବର୍ଣ୍ଣିତ କୃଷ୍ଣଲୀଳାରେ ତଥା କଥିତ ଅଶ୍ଳୀଳତାର ଗନ୍ଧ ପାଇଁ ନାସାକୁଞ୍ଚନ କରୁଅଛନ୍ତି ଓ ପ୍ରାଚୀ ସମିତି ଗୋପୀଭାଷାର ପ୍ରକାଶକ ବୋଲି ପ୍ରାଚୀ ସମିତିର ଔଚିତ୍ୟଜ୍ଞାନ ବିଷୟରେ ଧୃଷ୍ଟ ମତ ପ୍ରକାଶ କରୁଅଛନ୍ତି ସେମାନେ ସାନ କନଡ଼ା ଓ ବଡ଼ କନଡ଼ା ଚଉତିଶା ପଢ଼ନ୍ତି ଓ ଛାତିରେ ହାତ ଦେଇ କହନ୍ତି ଗୋପୀଭାଷାକାର କେଉଁ ଶ୍ରେଣୀର ଲୋକ ଓ ନୀତିବିଶାରଦଗଣ ନିଜେ ଓ ସେମାନଙ୍କ ପ୍ରେରଣାଦାଦା ଗୁରୁମାନେ କେଉଁ ଶ୍ରେଣୀର ଲୋକ । କୃଷ୍ଣଲୀଳାରେ ଯାହାକୁ ଅଶ୍ଲୀଳତା କୁହାଯାଉଅଛି ତାହା ଯେ ଋଷିଜନ ଦୁର୍ଲ୍ଲଭ, ଦେବଜନଦୁର୍ଲ୍ଲଭ କାମ୍ୟବସ୍ତୁ ତାହାର ଯେ ସେ ବୁଝିଯିବା କଥା ନୁହେଁ । ତହା ଯଦି ହୋଇଥାନ୍ତା ତେବେ କବିବର କାହିଁକି ଗାଇଥାନ୍ତେ କୋଟି ଜନ୍ମରେ ଯା କାମନା ସଂସିଦ୍ଧି ଗୋବିନ୍ଦରସେ ସେ ରସଇ ।

 

କାହିଁକି ଜନମ ହୋଇଲି ଗୋସାଇଁ

କିଛିହିଁ କାର୍ଯ୍ୟ ତ ନୋହିଲା

କଷ୍ଟ ନିରନ୍ତରେ ଏକା ହୋଇଲା

କେତେଦିନ ଥିବି କୃଷ୍ଣ ନ ଭଜିଳି

କୁଟୁମ୍ବକାଳ ତ ମୋହିଲା ।

ମନ ରେ ! ।୧।

 

ଖାଇବା ଖେଳିବା ହସିବା ଭୁଞ୍ଜିବା

ଏହି କଥାରେ ତ ରସିଲି

କ୍ଷଣେ ସାଧୁଗୋଷ୍ଠିରେ ନ ବସିଲି

ଖୋଜୁଥାଇ କେଣେ ଧନ ଅରଜିବ

କ୍ଷୁଦ୍ର ପାପରେ ନାଶ ଗଲି ।

ମନ ରେ ! ।୨।

 

ଗୃହ ଆବୋରି ଗହବରେ ରହିଛି

ଗ୍ରାସିଲାନି କାଳ ନିକଟ

ଗତି ରକ୍ଷା ଯିବାକୁ ନାହିଁ ବାଯ

ଗୋବିନ୍ଦ ନାମ ଗାୟନ ଦୁର କରି

ଗଜ ମୂର୍ଖରୁ ହେଲି ଘାଟ ।

ମନ ରେ ! ।୩।

 

ଘୋଟିଛି ବିଷୟା- ବିଷ ନିରନ୍ତରେ

ଘାରି ମୁଁ ହୋଇଲି ଅଚେତ

ଘାଏ ପଡ଼ି ହୋଇଲି ସ୍ତମ୍ଭୀଭୂତ

ଘଡ଼ିଏ ଗ୍ୟାନ ମୋ ଉଦୟେ ନୋହିଲା

ଘୋଷି ନ ପାରେ ମହାମନ୍ତ୍ର ।

ମନ ରେ ! ।୪।

 

ନ ଜାଣଇ ସୁଖ ନିରନ୍ତରେ ଦୁଖଃ

ନୟନ ଥାଉ ନ ଦିଶିଲା

ନିଶି ତିମିର ପ୍ରାୟେ ଆଚ୍ଛାଦିଲା

ନିଆଁ ଅଛି କତି ନ ଜାଳଇ ଦୀପ

ନିଶ୍ଚୟେ ବୁଦ୍ଧି ମୋ ଜାଶିଲା,

ମନ ରେ ! ।୫।

 

ଚାହୁଁଛି ଚକ୍ଷୁରେ ବାଟ ନ ଦିଶଇ

ଚରଣ କଣ୍ଟାରେ ପଡ଼ିଲି

ଚିତ୍ରପିତୁଳୀ ପ୍ରାୟେକ ହୋଇଲି

ଚନ୍ତ୍ରଧର ନାମ ବିତ୍ତରେ ନ ଧରି

ତୁଛା କଥାରେ ତ ଭୁଲିଳି ।

ମନ ରେ ! ।୬।

 

ଛଇଳ ବୁଦ୍ଧି ମୋ କେବେହେଁ ନୋହିଲା

ଛୋଭ ପାଇଣ ମରୁଥାଇ

ଛାର କଥା ନିରନ୍ତରେ ଭଜଇ

ଛାର ଦେହ ମୋର ବିଅର୍ଥ ହୋଇଲା

କ୍ଷମାନିଧିଙ୍କି ନ ଭଜଇ ।

ମନ ରେ ! ।୭।

 

ଜୀବ ବୋଲି ନାମ       ଆଗହୁଁ ବହିଛି

ଯିବା ତ ନିକଟ ହୋଇଲା

ଯୋଗେ ଏତେ ଦିନ ଯାଏ ରହିଲା

ଜାଣଇ ନାହିଁ ଜାଣୁ ଜାଣୁ ଭ୍ରମୁଛି

ଯତନେ ମନ ନ ଘେନିଲା ।

ମନ ରେ ! ।୮।

 

ଝଗଡ଼େ ପଡ଼ି ଝେଝଇ ହୋଉଅଛି

ଝାଡ଼ ଗହନେ ଅଛି ପଶି

ଝୁରୁଥାଇ ମୁଁ ରାନ୍ତ୍ର ଦିବା ନିଶି

ଝଞ୍ଜାରି ଖାଇବେ ବୋଲି ସର୍ବ ଜନ୍ତୁ

ସନିଧ୍ୟେ ମିଳିଛନ୍ତି ଆସି ।

ମନ ରେ ! ।୯।

 

ନିର୍ଦ୍ଦୟା ହୃଦୟ ନାହିଁ ମୋ ସଦୟେ

ନିରନ୍ତରେ ପାପ ଆଚାର

ନଟ ଘଟ କଥାରେ ପରଚାର

ନିର୍ବୁଦ୍ଧି ଏଡ଼େ ନ ଭାବଇ ହରିଙ୍କି

ନିର୍ବାଣ ମୁକ୍ତି କଲି ଦୂର ।

ମନ ରେ ! ।୧୦।

 

ଟାଣ ପଣ ବୁଦ୍ଧି କେବେହେଁ ନୋହିଲା

ଟିକାଏ ଭାବ ନ ଜାଣିଲି

ଟାହି ବଚନକୁ ଯୋଗ୍ୟ ହୋଇଲି

ଟିକର ଥାଉ ଟୋପରେ ପଡ଼ୁଅଛି

ଟେକି ତ କୃଷ୍ଣ ନ ବୋଇଲି ।

ମନରେ ! ।୧୧।

 

ଠାବ ଭଲ ପାଇ କୁସଙ୍ଗେ ବସିଲି

ଠାଠିକ କଥା ନ ଜାଣିଲି

ଠଣ ଗଜ ଛାଡ଼ି ଗଧ କିଣିଲି

ଠାକୁର କଥାକୁ ଅଣଶ୍ରଦ୍ଧା କଲି

ଠକ ଭଣ୍ଡେଣ ନାଶ ଗଲ ।

ମନ ରେ ! ।୧୨।

 

ଡରୁନାହୁଁ ଡାକି ପାତକ କିଣୁଛ

ଡେଉଁଅଛୁ ସବା ଦାଣ୍ଡରେ

ଡେଇଁପଡ଼ୁଛୁ ଅଗାଧ ଗଣ୍ଡରେ

ଡଗର ଦୁଇ ଖଚ ତୋତେ କହିବେ

ମରି ଯିବୁ ଯମଦଣ୍ଡରେ ।

ମନ ରେ ! ।୧୩।

 

ଢାଳେହେଁ ମନିଷ ମାନଙ୍କ ଭିତରେ

ହୋଇଲି ଅସାରୁ ଅସାର

ତାଳେ ଲେଖାରୁ ହୋଇଲି ବାହାର

ଢଗ ଢମାଳିର କଥା ସରିଗଲା

ଢାଙ୍କିଲା ଅଜ୍ଞାନ ଅନ୍ଧାର

ମନ ରେ ! ।୧୪।

 

ଅଣହେଳା କଲି ଅମୃତରସକୁ

ଆଣି ଭକ୍ଷୁଛି ବିଷଫଳ

ଅଣସୁଖକୁ ଲାଗିଗଲା ବେଳ

ଆଣିମାଦି ଅଇ- ଶୂର୍ଯ୍ୟ ଦୂର କରି

ଅଗୋଷ୍ଠି ଲୋକ ସଙ୍ଗେ ମେଳ ।

ମନ ରେ ! ।୧୫।

 

ତାପ ତ ମନରୁ ଦଣ୍ଡେହେଁ ନ ଗଲା

ତୃପତି ତ ମନ ନୋହିଲା

ତିଳ କୁସୁମ ପ୍ରାୟେକ ହୋଇଲା

ତର ତର ତେଣେ ଲୋଡ଼ା ପଡ଼ିବନି

ତୁନି ହୋଇ ଏଣେ ରହିଲା ।

ମନ ରେ ! ।୧୬।

 

ଥିବି କେତେଦିନ ଥୟ ନ ପାଇଲି

ଥେଣ୍ଟ ଲାଗି ଦୁଖ ପାଉଛି

ଥୋଇଲା ଧନ ଥୟେ କରି ନ ପାରି

ଏତେ ହନ୍ତୁ ସନ୍ତୁ ହୋଉଛି

ମନ ରେ ! ।୧୭।

 

ଦୀନ ଦୁଖୀଜନ ଦୟାବନ୍ତ ହୀନ

ଦାରୁଣ ହୃଦୟ ମୋହର

ଦଣ୍ଡେ ନ ଭଜିଲି ମୁଁ ଦାମୋଦର

ଦେବତା ବ୍ରାହ୍ମଣେ ସେବା ତ ନ କଲି

ଦନା ଛାରକୁ କାହିଁ ଗାର

ମନ ରେ ! ।୧୮।

 

ଧନ ସ୍ତିରୀ ଲାଗି ଧଂସି ହୋଉଅଛି

ଧର୍ମ୍ମ ଆଚରଣ ନ କଲି

ଧିକ ଜୀବନକୁ ଯୋଗ୍ୟ ନୋହିଲି

ଧରି ନ ପାରିଲି ମହାପ୍ରଭୁ ନାମ

ଜୀବନ ଥାଉ ଥାଉ ମଲି ।

ମନ ରେ ! ।୧୯।

 

ନିଶି ଦିବସେ ତ ସଙ୍କଟ ଲାଗିଲା

ଅଗ୍ୟାନ ମତି ହେଲି ଭୋଳ

ନ ଦେଖିଲି ମୁ ଯେ ଦିବ୍ୟ ତଣ୍ଡୁଳ

ନିବୁଧି ଏଡ଼େ ନ ଭଜଇ ହରିଙ୍କି

ନାମ ଧରିବା କଲି ହେଳେ

ମନ ରେ ! ।୨୦।

 

ପତଙ୍ଗ ଯେହ୍ନେ ଅଗ୍ୟାନ ହୀନ ଜନ୍ତୁ

ପଡ଼ୁଛି ଜଳନ୍ତା ଅନଳେ

ପଡ଼ୁଅଛି ଡ଼େଇଁ ଦେଖୁଛି ଡ଼ୋଳେ

ପିଅଇ ନାହିଁ ପାଖେ ଅଛି ପୀୟୁଷ

ପଙ୍କ ପାଣିକି ମନ ବଳେ ।

ମନ ରେ ! ।୨୧।

 

ଫୁଟିଛି ଶିମୂଳୀ ସୁରଙ୍ଗ ଦିଶୁଛି

ଫାଇ ଆଶକରି ରହିଲି

ଫଳ ଖାଇବି ହୃଦରେ ଧଇଲି

ଫୁଟି ଉଡ଼ିଗଲେ ସେ ଯେହ୍ନେ ନିଷ୍ଫଳ

ସେହିମତି ପ୍ରାୟେ ହୋଇଲି ।

ମନ ରେ ! ।୨୨।

 

ବୁଦ୍ଧି ଥାଉ ଥାଉ ନିର୍ବୁଦ୍ଧି ହୋଇଲି

ଭୁଞ୍ଜ ଅମୃତ କଲି ବିଷ

ବାଇପ୍ରାୟେ କଣଇ ଯିସ ତିସ

ବିକଳେ ବୋଲି ନ       ପାରିଲି ଗୋବିନ୍ଦ

ବୁଦ୍ଧି ବିବେକ ଗଲା ନାଶ

ମନରେ ! ।୨୩।

 

ଭାସିଯାଉଅଛି ଅଗାଧ ଜଳରେ

ଭଲା ନ କରି ମୁଁ ଶୋଚନା

ଭଲେ ନ ଭଜିଲି ପଦ୍ମଲୋଚନା

ଭଲ ଭଲ ଲୋକେ ଭଲ ନ ବୋଇଲେ

ଭ୍ରାନ୍ତିରେ ପଡ଼ି ମଲା ଦନା

ମନରେ ! ।୨୪।

 

ମରିବ ବୋଲି ମୋ ମନେ ଗ୍ୟାନ ନାହିଁ

ମୂଷା ନ ଚିହ୍ନିଲା ମଞ୍ଜାରି

ମୁଁ ତୁ ରହିଳି ମୋହ ଆଶ୍ରେ କରି

ମହାପ୍ରଭୁ ନାମ ଅଣଶ୍ରଦ୍ଧା କଲି

ମନ୍ଦ ଅଭାଗୀ ଦୁରାଚାରୀ

ମନରେ ! ।୨୫।

 

ଜଳନ୍ତା ଅଗ୍ନିରେ ଡେଇଁ ପଡ଼ୁ ଅଛି

ଜାଣଇଁ ନାହିଁ ମୁଁ ମରିବି

ଯୋଗେ ଜୀଇଥିଲେ ଘର କରିବି

ଜାଣିଲି ଜଗନ୍ନାଥ ମୋତେ ଛାଡ଼ିଲେ

ଆଉ କାହିଁ ମୁଇଁ ତରିବି

ମନ ରେ ! ।୨୬।

 

ରାନ୍ତ୍ର ଦିବସରେ ରମଣୀରସରେ

ରସି ତ ବିଅର୍ଥ ହୋଇଲି

ରାମ କୃଷ୍ଣ ତ ତୁଣ୍ଡେ ନ ବୋଇଲି

ରାଜାପଣ ଛାଡ଼ି ଅଜା-ରଖୁଆଳ

ରଙ୍କପଣ ସୁଖ ମଣିଳି ।

ମନ ରେ ! ।୨୭।

 

ଲକ୍ଷ୍ମୀକେଳି ସରସତୀଆ ପକାଇ

ଲିଆ ଖାଇବାରେ ରସିଲି

ଲଘୁ ସାଙ୍ଗେ ପଡ଼ି ସାଧୁ ଲେଛିଲି

ଲାବଣ୍ୟନିଧି ଦୂର କରି ପକାଇ

ଲୁହା କିଣିମାନେ ପଶିଲି ।

ମନରେ ! ।୨୮।

 

ବାଲି ଚଷି ଚଷି ଧାନ ବୁଣୁଅଛି

ବହୁତ କରିଅଛି ଆଶ

ବାଡ଼ ବେଢ଼ାଇ ଅଛି ଚଉପାଶ

ବାଟୁଆଲୋକ ସଙ୍ଗ ବଡ଼ ପୀରତି

ବୁଦ୍ଧି ବିବେକ ଗଲା ନାଶ ।

ମନରେ ! ।୨୯।

 

ଶମ୍ଭୁ ଛାଡ଼ି ଶିଳ- ପୁଜାକୁ ପୁଜୁଛି

ମିଛକୁ ମଣୁଅଛି ସତ

ସତ ଦିଶୁଅଛି ମିଛ ପ୍ରତକ୍ଷ

ସାଧୁ ସଙ୍ଗେ ସଙ୍ଗେ ହୋଇ ନ ପାରିଲି

ଅଦକ୍ଷ ଲୋକ ସଙ୍ଗେ ଦକ୍ଷ

ମନ ରେ । ।୩୦।

 

ସର ପକାଇ ସୋଲ ଶାଗ ଖାଉଛି

ସୁଧା ତେଜି ସୁରା ଆପ୍ୟନ

ସାଧୁ ସଙ୍ଗେ ନ ରସିଲା ମୋ ମନ

ସୁବର୍ଣ୍ଣନିଧି ମୋ ସନ୍ନିଧ୍ୟରେ ଅଛି

ଶାମୁକ ମଣେ ଦିବ୍ୟଧନ ।

ମନ ରେ ! ।୩୧।

 

ସପନ ନିଧି- ସତ ପ୍ରାୟେ ମଣିଲି

ସିଂହ ଛାଡ଼ି ଶ୍ୱାନ ପୋଷିଲି

ଶୁକନଳି ପ୍ରାୟେ ବୋଲି ହୋଇଲି

ଷଟ ମୁକୁଳ ପଦ୍ମକୁ ଦୁର କରି

ସାହାଡ଼ା ଫୁଲକୁ ରସିଲି ।

ମନ ରେ ! ।୩୨।

 

ହୃଦୟ ଭିତରେ ଥୋଇଲା ଧନ ମୁଁ

ହଜାଇ ହେଉଅଛି ବଣା

ହେତୁ ନ ପାଇ ଅଦକ୍ଷରେ ଗଣା

ହୋଇଲି ହନ୍ତୁ ସନ୍ତୁକୁ ଯୋଗ୍ୟ ମୁହିଁ

ହରି ଭକ୍ତିକି ଯହୁଁ ଊଣା ।

ମନରେ ! ।୩୩।

 

କ୍ଷନ୍ଦିଣ ନ୍ତ୍ରିଗୁଣ ରଜ୍ଜୁ ବାନ୍ଧି ଅଛି

ଛିନାଇଁ ନ କଲି ଉପାୟେ

କ୍ଷନ୍ଦି ବାନ୍ଧିଲି ପାଦୁ ଶିର ଯାଏ

ଛାର ହୀନ ଦନା ଲେଖାରୁ ବାହାର

ପାଦ ପଦ୍ମରେ ଥାଉ ଲୟେ ।

ମନ ରେ ! ।୩୪।

Image

 

କଲି ଗମନ ଚଉତିଶା

 

କଲି ଗମନ ଚଉତିଶାର ନାମକରଣରେ ମଧ୍ୟ ବୈଶିଷ୍ଟ୍ୟ । ବୋଧହୁଏ ଏହାର ଅନ୍ୟ କିଛି ନାମ ଥିଲା, କାଳନ୍ତ୍ରମେ ମୂଳପଦ ଦୁଇଟି ଦ୍ୱାରା ଏହା ପରିଚିତ ହୋଇ ମୈାଳିକ ନାମ ହରାଇଲା । ପ୍ରାଣଭରା ଓଡ଼ିଆ ପ୍ରେମ କବିତାରୁ ଏହା ଅନ୍ୟତମ ଓ ପ୍ରେମାବେଗର ସରସ ଅଭିବ୍ୟକ୍ତି ରେ କବି କାହାରି ପଶ୍ଚାସ୍ପଦ ନୁହନ୍ତି । ଭାଷା ଓ ଭଙ୍ଗୀମୂଳକ ପ୍ରମାଣରୁ ଜଣାଯାଏ ଚଉତିଶା ଅତି ପୁରାତନ ।

 

ରାଗ–କାଳୀ

 

କଲିଗମନ ଯେ ଦିନ ପ୍ରିୟେ କହଇ ତୋର ଆଗେ

କୁସୁମଧନୁ ଧରି ମଦନ ଥିଲାଟି ମୋର ଆଗେ

କି ଗୁଣେ ସଖି ହେଠ ବଦନ ଶୋଇଛୁ ଭୂମି ଲେଖି

କାମଦେବକୁ ଛାଡ଼ୁ ମୋ ଭୟେ ତୋ କୁଚକୁମ୍ଭ ଦେଖି ।୧।

 

ଖେଦ ସମୁଦ୍ରେ ବୁଡ଼ିଲି ପ୍ରିୟେ ମୋ ସଦଜ୍ଞାନ ନାହିଁ

ଖର ନିଶ୍ୱାସ କିକେ ଛାଡ଼ୁ ଛୁ କପୋଳେ କର ଦେଇ ।

ଖସି ପଡ଼ୁଛି କନ୍ଧୁ କବରୀ କୁସୁମ କେରି ଶୋଭା

ଖାଇବ ବୋଲି ଗ୍ରାସିଛି ରାହୁ ବଦନଇନ୍ଦୁ ଲୋଭା ।୨।

 

ଗଳାର ହାର କାଢ଼ିଣ ପ୍ରିୟେ ନିଅଡ଼ିଅଛୁ ତୁହି

ଗହବ କରି ପଣନ୍ତ ପାରି କି ଗୁଣେ ଅଛୁ ଶୋଇ ।

ଗରବ କରିଥିଲି କାମକୁ ତୋତେ ଦେଖିବା ଯାଏ

ଗୋଡ଼ାଇ ଧନୁରେ ଗୁଣ ଦେଇ ଚଜେ ମଦନ ରାୟେ ।୩।

 

ଘାରି ହେଉଛି ଶରୀର ମୋର କି ରଜି ଶରଘାତେ

ଘୋଡ଼ାଇ ମୁଖ ଶୋଇ ଯେ ଅଛୁ କଥା ନ କହୁ ମୋତେ ।

ଘାଉ ହରଣୀ ପ୍ରାୟେକ ପ୍ରିୟେ ମନେ କରିଛୁ ଚିନ୍ତା

ଘଞ୍ଚ ଅଞ୍ଚଳେ କୁଚ ଯୁଗଳେ ଲଗାଇ ପ୍ରାଣ କାନ୍ତା ।୪।

 

ନବ ଯୁବତୀ ହୋଇଣ ପ୍ରିୟେ ଯେତେକ ଛନ୍ତି ମୋର

ନ ରହେ ଚିତ୍ତ କାହାରି ତହିଁ ମୁଖ ନ ଦେଖି ତୋର

ନ ଯିବି ଆଉବେଳେ କାହିଁକି ନୋହିବି ପରବାସୀ

ନୟନ ଟେକି ନ କହୁ ବିକେ କାହାକୁ ଅଛୁ ରୁଷି ।୫।

 

ଚନ୍ଦ୍ର ଅଧିକ ବଦନ ତୋର ବୋଳୁ ଯେ ଥାଇ ମୁହି ।

ଚାନ୍ଦର କଥା ମନରେ ବ୍ୟଥା ରଜନୀ ଦୁଖଦେଇ

ଚନ୍ଦନ ପଙ୍କ ଲାଗନ୍ତେ ପ୍ରିୟେ ଚମକ ଉଠେ ହିଆ

ଚାହୁଁ ଚାହୁଁଣ ଏଡ଼େ ନିର୍ଦ୍ଦୟା ହୋଇଲୁ ପ୍ରାଣପ୍ରିୟା ।୬।

 

ଛାଡ଼ିଣ ପ୍ରିୟେ ଯଉଁ ଦିନୁ ତୋ କଲଇଁ ପରବାସ

ଛଛନ୍ଦେ ଦିନ ନେଉ ଯେ ଥାଇ ବଳାଇ ତୋତେ ଆଶ ।

ଛାଡ଼ି କରିକି ଏଡ଼େ ସେନେହ ଛାଡ଼ିବୁ ବୋଲି ଏତେ

ଛଟକେ କାମ ମୋତେ ମାରଇ ମାରଇ ନିକି ତୋତେ ।୭।

 

ଯେ ଦିନୁ ପ୍ରିୟେ ଉପେକ୍ଷି ତୋତେ ଗମନ କଲି ଏକା

ଯେଣେ ଚାହିଁ ଲେ ତେଣେ ମଦନ ଦିଅଇ ମୋତେ ଦେଖା

ଜଗତଯାକ ଦିଶନ୍ତି ମୋତେ ସବୁହେଁ ଯୁବାନାରୀ

ଜୀବନ କିପା ରହିଣ ଅଛି ତୋ ଗୁଣ ଅନୁସରି ।୮।

 

ଝରୁଛି କଣ୍ଠ ସ୍ମରୁଛି ମୋର ବିରହ ଜର ଘାଏ

ଝରୁଛି କଣ୍ଠ କପେଳୁଁ ଝାଳ ନ ଦେଖି ସଖି ! ତୋଏ

ଝାଡ଼ି କରେଣ ରଖ ଗୋ ପ୍ରିୟେ । ସୁରତି ଦାନ ଦେଇ

ଝିମିଣ୍ଟେ ଆଉ ଗଲେ ରେ ପ୍ରିୟେ ମୋତେ ପାଇବୁ କାହିଁ ।୯।

 

ନିର୍ଦ୍ଦୟା କରି କହୁଛି ପ୍ରିୟେ ଶୁଣ ତୁ ମୋର ବାଣୀ

ନିଶ୍ଚୟ କରି ରମଣୀ ତୁଲେ ନାହିଁଟି ଭେଟ ପୁଣି

ନିଷ୍ଠୁର ଚିତ୍ତ ଧରିଣ ପ୍ରିୟେ ଶୋଇଛି ପିଠିଥାଇ

ନିର୍ଲ୍ଲଜ ଚିତ୍ତ ନ ରହେ କାହିଁ ତୋତେ ଦେଖିବା ପାଇଁ ।।

 

ଟେକିଣ ମନ ଅଛଇ ମୁହିଁ ତୋତେ ଦେଖିବା ପାଇଁ

ଟାଣକ ପଣ କରିଛୁ ପ୍ରିୟେ ଏଡ଼ିଛୁ କସି ପାଇଁ

ଟଙ୍କାର କରିଥିଲି କାମକୁ ତୋହର ମୁଖ ଦେଖି

ଟାଣେ ବିନ୍ଧୁଛି ମଦନ ରାୟେ ପାରୁ କି ବାରେ ରଖି ।୧୧।

 

ଠା ଠିକ କରି କହୁଛି ପ୍ରିୟେ ମନେ ନ ଧର ରୋଷ

ଠିକ ସ୍ୱରୂପ କହୁଛି ପ୍ରିୟେ ମନେ ନାହିଁ ମୋ ଦୋଷ

ଠରା ଠରି ନୁହ ଗୋ ସଖି ସଖୀଙ୍କ ମୁଖ ଚାହିଁ

ଠିକ ସଜନୀ ବୋଲିବେ ନିଜ ବଲ୍ଲଭ ତେଜ ନାହିଁ ।୧୨।

 

ଡମ୍ବରୁ ମଝା ଧରିଣ ପ୍ରିୟେ ହୋଇଲି ହର ପ୍ରାୟେ

ଡରେ ପଳାଇ କୁସୁମ ଧନୁ ଧରି ମଦନ ରାୟେ ।

ଡୋଳାର ପଙ୍କ ଲାଗୁ ଗୋ ପ୍ରିୟେ କହ ମୋ ମୁଖ ଚାହିଁ

ଡାଳିମ୍ବ ମଞ୍ଜି ଦଶନ ଘେନି ହୃଦୟ କାଟ ସହି ।୧୩।

 

ଢକା ବଜାଇ କହୁଛି ପ୍ରିୟେ ତୁ ବଡ଼ ଅନୁରାଗୀ

ଢୋଲ ଟମକ ଦିଅଇ କାମ ତୁ ବଡ଼ ଅନୁରାଗୀ

ଢଳ ହଳ ନୟନୁ ଖର ଅରୁଣ ଚଛୁ ଡୋଳା

ଢାଳହେଁ ସଖି ! ମରିବି ଆଉ ନ କର ଅଣହେଳା ।୧୪।

 

ଅଣଖ ଆଡ଼େ ହୋଇଣ ପ୍ରିୟେ ଏବେ କହୁଛି ଫେଡ଼ି

ଅଣ ଅପ୍ରାଧେ ବିନ୍ଧୁଛି କାମ ଧନୁରେ ଶର ଯୋଡ଼ି

ଅଣଅପ୍ରାଧୀ ଅଟଇ ପ୍ରିୟେ ଦୋଷ ମୋ କର କ୍ଷମା

ଅଣ ଉତ୍ତର ବିଜେ ନ ଦେଉ ତରୁଣୀ ରାଜଯେମା ।୧୫।

 

ତରୁଣୀ କୁଳ ରତନ ପ୍ରିୟେ ଅଟୁ ତୁ ଗୁଣନିଧି

ତରିବି ବୋଲି କାମ ସାଗରୁ ତରୁଣ ତୋର ବୁଦ୍ଧି ।

ତୋହର ତୁନି ହୋଇବା ଦେଖି ଫୁଟୁଛି ମୋର ହିଆ

ନ୍ତ୍ରାସ ଧରାଇ ମଦନ ରାୟେ ହୋଇଛି ଦ୍ୱାରେ ଠିଆ ।୧୬।

 

ଥଳ ନ ପାଇ ମଦନ ଜଳେ ଯାଉଛି ମୁହିଁ ଭାସି

ଥବିର ପଣ କର ଗୋ ସଖି ଭୁଜ ମୋ ଧର ଆସି

ଥିର ଗରବ ତୋ କୁଚ ଭେଳା କରିଣ କର ପାରି

ଥିବ ଯାବତ ଶରୀରେ ଜୀବ ଖଟିଣ ଥିବ ତୋରି ।୧୭।

 

ଦରିଦ୍ରନିଧି ପାଇବା ପ୍ରାୟେ ହୋଇଛି ମନ ମୋର

ଦେଖିଲି ଯେତେବେଳେ ଗୋ ସଖି ! ଚନ୍ଦ୍ରବଦନ ତୋର ।

ଦର୍ଶନ କଲା ବେଳେ ଗୋ ସଖି ମନ ମୋ ନାହିଁ ଭ୍ରାନ୍ତି

ଦୁଖ ପାଇଲା ଚାତକ ପକ୍ଷୀ ମନେ ନୋହିଲା ଶାନ୍ତି

 

ଧୂଳି ଧୂସର ହୋଇଣ ପ୍ରିୟେ ଅବନୀ ଅଛୁ ଶୋଇ

ଧୀରାମଣି ରେ ! ଫାଟଇ ହିଆ ତୋ ନାରଖାର ଚାହିଁ

ଧରଣୀ ତିରୀ ତରୁଣୀ ଯେତେ ନୋହନ୍ତି ତୋତେ ସରି

ଧରିଣ ଦାନ୍ତେ ତିରଣ ପ୍ରାୟେ ବିନତି ଘେନ ମୋର ।୧୯।

 

ନୂଆ ବୟସି ! କୁଟିଳ କେଶି ! ପଞ୍ଚୁ ପ୍ରାଣ ତୁ ମୋରି

ନିଚେଁ ଭର୍ମାଙ୍ଗି ! ନୋହିଲେ ସାହା ଯିବ ଗରବ ସରି

ନତନୁ ହାଥେ ମରିବି ଧନ ଦେଖି ମରଣ ମୋର

ନବନୀତାଙ୍ଗି ! ଜୀଇବୁ ଯେବେ ହୃଦ ପଥର କର ।

 

ପୁଚ୍ଛ ତୁ ସଖି ! ସଂସାରେ ଯେତେ ତରୁଣୀ ଛନ୍ତି ରହି

ପ୍ରାଣବଲ୍ଲଭ ଉପରେ ଏତେ ନ ଥାନ୍ତି ରୋଷ ବହି

ପ୍ରତିଜ୍ଞା କରିଥିଲି କାମକୁ ତୋହରି ମୁଖ ଦେଖି

ପାଇବି ବାରେ ଚନ୍ଦ୍ରମା ମୁଖ ଜୀବନ ହୋଉ ସୁଖୀ ।୨୧।

 

ଫେଡ଼ିଣ କଥା ନ କହୁ କି କେ ମନେ କରିଛୁ ଆଣି

ଫେଡ଼ିଣ ହୃଦ ଭିତରେ କାମ ପ୍ରାଣ ନେଲାଟି ହାଣି

ପୁରୁଣା ଥିଲା ସବୁ ସରିଲା ତୋହରି ମାନ ହେତୁ

ଫାନ୍ଦେ ପକାଇ ଅବସ୍ଥା ମୋରେ ଦିଅଇ ମୀନକେତୁ ।୨୨।

 

ବରଷା ଋତୁ ଆସନ୍ତେ ସଖି ! ପରବାସରୁ ଆସି

ବଲ୍ଲଭ ଆସି ଚାଟୁ କହନ୍ତେ ନ ଥାନ୍ତି ଏତେ ରୁଷି

ବୋଲୁ ଯେ ଥାଉ ମୋ ମୁଖ ଚାହିଁ ତୋ ତହୁଁ ଆନ ନାହିଁ

ବୁଝିଲି ଏବେ ଯେତକ ପ୍ରିୟେ କାହାର ନୋହେ କେହି ।।

 

ଭୃତ୍ୟର ଭୃତ୍ୟ କରିଣ ପ୍ରିୟେ ଦେଖିଣ ଥାଉ ତୁହି

ଭରସା କରିଥିଲି କାମକୁ ଡରିବି ଆଉ ନାହିଁ

ଭରମଅଙ୍ଗି ! ଅବନୀଶୋଭା ଭାଙ୍ଗିଲୁ ଭୃତ୍ୟ ଆଶ

ଭରସା ଗଲା ମୀନକେତନ ଦେଲା ରେ କେଡ଼େ ପ୍ରାସ ।

 

ମଦନ ଦେବ ଶରୀରେ ଧନ ମନ ମନ୍ଥଇ ମୋର

ମାଇଲେ ମୋତେ ମାନିନୀଈଶ ! କି ପଉରୋଷ ତୋର

ମନୋଜ ଗୁଣ କି ଆଚମ୍ବିତ ଦେଖିଲି ଏବେ ମୁହିଁ

ମୋହରି ମନୁ ଜାତ ହୋଇଛି ମୋତେ ମାରିବା ପାଇଁ ।

 

ଯୁବାବୟସ ବାଳୁଁ ଗୋ ପ୍ରିୟେ ! ଦାସ କରିଛୁ ତୋରି

ଜମ୍ବୁନଦକୁଳିତ ବରଣା ସଜକେତକୀ ଗୋରି !

ଜାଣି ନ ଜାଣି ବିଦେଶେ ସଖି ! ରହିଳି ଦିନାକେତେ

ଜୀବ ଯାବତ ଶରୀରେ ଥିବ ଛାଡ଼ିବି ନାହିଁ ତୋତେ ।୨୬।

 

ରମଣୀକୁଳ ରତନ ପ୍ରିୟେ ! ଅଟୁ ତୁ ଗୁଣଗ୍ରାହୀ

ରାତି ଦିବସ ଗୁଣି ଅଇଲି ତୋତେ ଦେଖିବା ପାଇଁ

ରୋଷ କରିଣ ବିମନ ଏତେ ହେଉଛୁ କାହିଁପାଇଁ

ରହିଣ କିଁପା ଶରୀର ଅଛି ବଜ୍ର ଆକାର ହୋଇ ।୨୭।

 

ଲୁଚାଇ ମୁଖ ଶୋଇଣ ଅଛୁ କଥା ନ କହୁ ମୋତେ

ଲୋଡ଼ୁ ଯେ ଥାଉ ନ ଥିଲା ବେଳେ ମିଛକୁ ମିଛ ଯେତେ

ଲାଖ କରି ତା ବିନ୍ଧୁଛି କାମ ଆକୁଳ ହୋଇ ଦେହୀ

ଲାବଣ୍ୟମୁଖୁ ରଖ ରେ ସଖି ! ଅମୃତ ରସ ଦେଇ ।୨୮।

 

ବୟସ ନାରୀ ଏଡ଼େ ଚତୁରୀ ବୁଝିଲି ନାହିଁ ମୋରି

ବଲ୍ଲଭ ଆସି ଚାଟୁ କହନ୍ତେ ବହୁତ ରୋଷ କରି

ବୁଡ଼ିଲି ଆଜ କାମସାଗରେ ଉଦ୍ଧରି ଧରି ସହି !

ବଡ଼ ନିଷ୍ଠୁର ହୋଇଣ କାମ ଧନୁରେ ଗୁଣ ଦେଇ

 

ଶିରୀଷ ଫୁଲ ଶରୀର ତୋର ଅଟୁ ତୁ ସୁକୁମାରୀ

ଶରୀର ଏଡ଼େ ନିଷ୍ଠୁର କରି ଧରିବ ନାହିଁ ଗୋରୀ

ଶିରେ କୁସୁମ ଖୋଷିଣ ପ୍ରିୟେ ବୋଲୁ ଯେ ଥାଉ ମୋତେ

ଶିବ ପାଷାଣୁ ଅଧିକ କରି ଧଇଲି ଆଜୁଁ ତୋତେ ।୩୦।

 

ଶୋଇଲାଠାରୁ ଉଠି ଗୋ ପ୍ରିୟେ ଦିଅ ତୁ ମୋତେ ଗାଳି

ଶିରରେ ଦେଇ ଯାଅ ଗୋ ପ୍ରିୟେ ଅମୃତ ରସ ଢାଳି ।

ସବୁ ତରୁଣୀ ମିଳିଣ ପଛେ କରନ୍ତୁ ଉପହାସ

ସତେହେଁ ଭୃତ୍ୟ ଜନଙ୍କୁ ପ୍ରିୟେ ଲାଗ ସକଳ ଦୋଷ ।।

 

ସହସ୍ରେ ଶର ଧରିଣ ନୃପ ମୟାଣ ଅଛି ବେଢ଼ି

ସଜ-ଦେବକୀ-ଗୋରି ! ମୁଁ ଆଶ୍ରା କାହିଁ ନ ପାଏ ଲୋଡ଼ି

ସାହସ କରି ରହିଛୁ କିକେ ମନରେ ରୋଷ ବହି

ବିନ୍ଧୁଛି ବାଣ ମଦନରାୟେ ବାରେ ତୁ କର ନ୍ତ୍ରାହି ।୩୨।

 

ହୃଦୟ ହାର କରିଣ ପ୍ରିୟେ ତୋଳିଣ ଭୁଜେ ଭିଡ଼ି

ହରବଇରି ସନ୍ତାପ କଲା ହେଳେହେଁ କର ପାରି ।

ହୋଇଲିଂ ତୋର ଭୃତ୍ୟର ଭୃତ୍ୟ ଦୋଷ ମୋ କର ଛେମା

ହେଲେ ଉତ୍ତର କି କେତେ ଦେଉ ତରୁଣୀ ରାଜଜେମା ।୩୩।

 

କ୍ଷିତିନୃପତି ହୋଇ ତୋ ଦାସ ଅଟଇ ପ୍ରିୟେ ମୁହିଁ

କ୍ଷଣକେ ସୁଖ ଦେବା କିଞ୍ଚିତ ଉଛୁର କିସ ପାଇଁ ।

ଛତି-ମୋହିନି ! ପାଷାଣେ ଛାତି ବାନ୍ଧି ଶିଖିଲୁ କାହୁଁ

ଛଛନ୍ଦେ କହେ ନୃସିଂହ ରାୟେ ବାଉନି ଜୀବ ଯାଉ ।୩୪।

Image